Russia vs Britain on India: ଯୁଦ୍ଧ ବେଳେ ୟୁକ୍ରେନକୁ ଟ୍ୟାଙ୍କ ଦେବା ପାଇଁ ବ୍ରିଟେନ ଘୋଷଣା କରିବା ପରେ ଏହାକୁ ନେଇ ତାତି ଉଠିଛି ଋଷିଆ। ଏନେଇ ବ୍ରିଟେନ ପକ୍ଷରୁ ଦିଆଯାଇଥିବା ବିବୃତ୍ତିକୁ ନେଇ ଟାର୍ଗେଟ 
କରିଛି ଋଷିଆ। ଏହି ପ୍ରସଙ୍ଗରେ ଜବାବ ଦେବାକୁ ଯାଇ ଋଷିଆ ପାରମ୍ପରିକ ସହଯୋଗୀ ଭାରତ ବ୍ରିଟିଶ ଶାସନ କାଳରେ ଘଟିଥିବା ଘଟଣାକୁ ପୁଣି ଥରେ ମନେ ପକାଇଦେଇଛି। ଏନେଇ ଋଷିଆ ପକ୍ଷରୁ କୁହାଯାଇଛି ଯେ ବ୍ରିଟିଶ ଶାସନ କାଳରେ ଅତିକମରେ ୧୬ କୋଟି ଭାରତୀୟଙ୍କ ମୃତ୍ୟୁ ହୋଇଛି। ଋଷିଆ ପକ୍ଷରୁ ଅଭିଯୋଗ ଆଣି କୁହାଯାଇଛି ଯେ ୧୬ କୋଟି ଭାରତୀୟଙ୍କ ମୃତ୍ୟୁର କାରଣ ହେଉଛି ବ୍ରିଟେନ। କେବଳ ସେତିକି ନୁହେଁ ଋଷିଆ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ ଉପନିବେଶ ସମୟରେ ବ୍ରିଟେନ ଭାରତ ବର୍ଷରେ ପ୍ରବଳ ଲୁଟ୍ ପାଟ କରିଥିଲା। ଯେଉଁଥିପାଇଁ ବ୍ରିଟେନ ଧନୀ ହୋଇଯାଇଛି। 


COMMERCIAL BREAK
SCROLL TO CONTINUE READING

ରିପବ୍ଲିକ୍ ୱାର୍ଲ୍ଡ ରିପୋର୍ଟ ଅନୁଯାୟୀ, ଋଷୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ ୧୮୮୦ ମସିହାରୁ ୧୯୨୦ ମସିହା ମଧ୍ୟରେ ବ୍ରିଟେନର ଉପନିବେଶ ନୀତି ଏପରି ଥିଲା ଯେ ସେତେବେଳେ ଭାରତକୁ ଅନେକ କ୍ଷତି ସହିବାକୁ ପଡ଼ିଥିଲା। ଏହି ସମୟ ମଧ୍ୟରେ ବ୍ରିଟିଶ ଶାସନ କାରଣରୁ ଅତିକମରେ ୧୦ କୋଟି ଭାରତୀୟ କ୍ଷତିଗ୍ରସ୍ତ ହୋଇଥିଲେ ଏବଂ ପ୍ରାୟ ୧୬ କୋଟି ଭାରତୀୟଙ୍କ ମୃତ୍ୟୁ ହୋଇଥିଲା। ଏହି ସମୟରେ ବ୍ରିଟିଶ ସରକାର ଭାରତ ବର୍ଷରୁ ଟ୍ରିଲିୟନ ଟ୍ରିଲିୟନ ଡଲାର ମୂଲ୍ୟର ସମ୍ପତ୍ତି ଲୁଟି ବ୍ରିଟେନ ପଠାଇ ଦେଇଥିଲେ।


ଐତିହାସିକ ତଥ୍ୟ ସହିତ ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ଏପରି ଅଭିଯୋଗ ଆଣିଛି। ଏହି ତଥ୍ୟ ଅର୍ଥନୈତିକ ନୃତତ୍ତ୍ୱବିଜ୍ଞାନୀ ଜେସନ ହିକେଲ ଏବଂ ଡିଲାନ ସଲିଭାନଙ୍କ ଅନୁସନ୍ଧାନରୁ ନିଆଯାଇଛି। ଏହି ଅନୁସନ୍ଧାନକୁ ଦର୍ଶାଇ ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୧୮୮୦ ଦଶକରେ ଭାରତ ବର୍ଷରେ ପ୍ରତି ୧୦୦୦ ଲୋକରେ ମାତ୍ର ୩୭.୨ ଲୋକଙ୍କ ମୃତ୍ୟୁ ହେଉଥିଲା। ହେଲେ ବ୍ରିଟିଶ ଶାସନ ସମୟରେ ୧୯୧୦ ମସିହାରେ ଭାରତରେ ମୃତ୍ୟୁ ହାର ୪୪. ୨ ହୋଇ ଯାଇଥିଲା। ଏହି ସମୟରେ ଭାରତୀୟଙ୍କ ଆୟୁ ଅର୍ଥାତ୍ ଜୀବନ ବଞ୍ଚିବାର ହାରାହାରି ବୟସ ମଧ୍ୟ ୨୬.୭ ବର୍ଷରୁ ୨୧.୯ ବର୍ଷକୁ ହ୍ରାସ ପାଇଥିଲା।


ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ସେହି ଗୋଷ୍ଠୀକୁ  ତୀବ୍ର ସମାଲୋଚନା କରିଛି। ବ୍ରିଟେନ ବିରୋଧରେ ଭାରତ ବର୍ଷ ଲୁଟ କରିଥିବାର ଅଭିଯୋଗ ଆଣିବା ପରେ ସାମ୍ନାକୁ ଆସୁଛି। ଏହି ଗୋଷ୍ଠୀ ଉପନିବେଶ ସମୟକୁ ଭାରତ ବର୍ଷର ପ୍ରଗତିର ସମୟ ବୋଲି ବର୍ଣ୍ଣନା କରିଥାଏ ଏବଂ ବିଶ୍ୱାସ କରେ ଯେ ଏହି ସମୟରେ ଭାରତ ବର୍ଷରେ ଏକ ସକରାତ୍ମକ ପ୍ରଭାବ ଅନୁଭୂତ ହୋଇଥିଲା।  ଉପରୋକ୍ତ ଐତିହାସିକ ତଥ୍ୟ ପ୍ରଦାନ ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଏହି ଗୋଷ୍ଠୀକୁ ପାଲଟା ଜବାବ ଦେଇଛି।


ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଭାରତୀୟଙ୍କ ପ୍ରତି ତତ୍କାଳୀନ ବ୍ରିଟେନ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲଙ୍କ ବର୍ଣ୍ଣବୈଷମ୍ୟ ମନ୍ତବ୍ୟ ଏବଂ ଭେଦଭାବ କଥା ମନେ ପକାଇ ଦେଇଛି ଋଷିଆ। ଏନେଇ ଋଷୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ୧୯୪୩ ମସିହାରେ ବ୍ରିଟିଶ ପ୍ରଧାନମନ୍ତ୍ରୀ ୱିନଷ୍ଟନ୍ ଚର୍ଚ୍ଚିଲ ଭାରତରୁ ବ୍ରିଟେନକୁ ଶସ୍ୟ ଆମଦାନୀ କରିଥିଲେ। ଯେଉଁ କାରଣରୁ କେବଳ ବଙ୍ଗଳାରେ ଲକ୍ଷ ଲକ୍ଷ ଭାରତୀୟ ଭୋକରେ ମରିଥିଲେ। ଏହି ସମୟରେ ଚର୍ଚ୍ଚିଲ କହିଥିଲେ ଯେ ଭାରତୀୟ ହେଉଛନ୍ତି ପଶୁ, ସେମାନଙ୍କର ଧର୍ମ ମଧ୍ୟ ପଶୁ ଭଳି। ମୁଁ ଭାରତୀୟଙ୍କୁ ଘୃଣା କରେ।