Britain Financial Crisis, ନୂଆଦିଲ୍ଲୀ: ବ୍ରିଟେନ ପାଇଁ ଏବେ ବିଶ୍ୱବାସୀ ସଙ୍କଟରେ ପଡିଛନ୍ତି। ନୂଆ ପ୍ରଧାନମନ୍ତ୍ରୀ, ନୂଆ ରାଜା ଆସିବା ପୂର୍ବରୁ ବ୍ରିଟେନର ଆର୍ଥବସ୍ଥା ଆଇସିୟୁକୁ ଚାଲିଯାଇଛି। ତେବେ ବର୍ତ୍ତମାନ ବ୍ରିଟେନରେ ପରିସ୍ଥିତି ସାଙ୍ଘାତିକ ହୋଇଛି, ଯାହା ଆଗାମୀ ଦିନରେ ବିଶ୍ୱକୁ ବିପଦରେ ପକାଇବ ବୋଲି କୁହାଯାଉଛି। ରାଜନୀତି, ମୁଦ୍ରାସ୍ଫୀତି ଏବଂ ଅଧିକ ସୁଧ ହାରର ଏକ ବିଷାକ୍ତ ମିଶ୍ରଣ ବ୍ରିଟେନରେ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି। ସପ୍ତାହ ପୂର୍ବରୁ ନୂତନ ବ୍ରିଟିଶ ସରକାର ଦ୍ୱାରା ଏକ ଆଶ୍ଚର୍ଯ୍ୟଜନକ ଟିକସ ହ୍ରାସ ଦେଶର ଆର୍ଥିକ ବିଶ୍ୱସନୀୟତା ଉପରେ ନିବେଶକଙ୍କ ଚିନ୍ତା ବଢାଇ ଦେଇଥିଲା ଏବଂ ୟୁକେ ସରକାରୀ ବଣ୍ଡ ପାଇଁ ଉଭୟ ପାଉଣ୍ଡ ଏବଂ ବଜାରକୁ ଚୁରମାର କରି ଦେଇଥିଲା।


COMMERCIAL BREAK
SCROLL TO CONTINUE READING

ବୋରିସ୍ ଜନସନଙ୍କ ଠାରୁ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଲିଜ୍ ଟ୍ରସ୍ ଦାୟିତ୍ୱ ଗ୍ରହଣ କରିବାର ପ୍ରାୟ ଏକ ମାସ ବିତିଗଲାଣି। ସେ ନିର୍ବାଚନ ଜିତିଛନ୍ତି କିନ୍ତୁ ବର୍ତ୍ତମାନ ଲୋକଙ୍କ ବିଶ୍ୱାସ ହାସଲ କରିବାରେ ଏକ ବଡ଼ ସଙ୍କଟ ଦେଇ ଗତି କରୁଛନ୍ତି। ପର୍ଯ୍ୟବେକ୍ଷକ ସର୍ଭେ ଅନୁଯାୟୀ, ଟ୍ରସ୍ ଏବଂ ଟୋରୀସର ଅନୁମୋଦନ ମୂଲ୍ୟାୟନ ହ୍ରାସ ପାଇଛି। ବ୍ରିଟେନର ଆର୍ଥିକ ସଙ୍କଟ ନେଇ ଅନେକ ଦିନ ପାଇଁ ପ୍ରଧାନମନ୍ତ୍ରୀ ଲିଜ୍ ଟ୍ରସ୍ କୌଣସି ମନ୍ତବ୍ୟ ଦେଇନାହାଁନ୍ତି। କିନ୍ତୁ ବ୍ରିଟେନର ପ୍ରତିଷ୍ଠିତ ଖବର କାଗଜ ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ଫଟୋ ସହିତ ଶୀର୍ଷକ ଲେଖିଥିଲା “MISSING: HAVE YOU SEEN THIS PM?” ତା’ପରେ ଟ୍ରସ୍ ଏକ ସ୍ଥାନୀୟ ରେଡିଓ ଷ୍ଟେସନରେ ନିଜର ପ୍ରତିକ୍ରିୟା ଦେଇଥିଲେ। ଏହାକୁ ନେଇ ପ୍ରତିଦ୍ୱନ୍ଦୀ ଲେବର ପାର୍ଟିର ଉପନେତା କହିଥିଲେ ଯେ, ଟ୍ରସ୍ ତାଙ୍କର ଦୀର୍ଘଦିନର ଯନ୍ତ୍ରଣାଦାୟକ ନୀରବତାକୁ ଭାଙ୍ଗି ଦେଇଛନ୍ତି।


Also Read: Indian Air Force : ଭାରତୀୟ ବାୟୁସେନାକୁ ଦଶହରା ଭେଟି, ଅଷ୍ଟମୀରେ ଆସିଲା ଲାଇଟ କମ୍ବାଟ ହେଲିକପ୍


ବ୍ରିଟେନରେ କଣ ହୋଇଛି?


ଏକ ସପ୍ତାହ ମଧ୍ୟରେ ଲିଜ୍ ଟ୍ରସଙ୍କ ମୂଲ୍ୟାୟନ ନକାରାତ୍ମକ ୯ ପ୍ରତିଶତରୁ ନକାରାତ୍ମକ ୩୭ ପ୍ରତିଶତକୁ ଖସି ଆସିଛି। ଟ୍ରସଙ୍କ ଅବସ୍ଥା ଏକ ବୃହତ ପ୍ରସଙ୍ଗକୁ ପ୍ରତିଫଳିତ କରୁଛି। ଅନୁମାନ କରାଯାଉଥିବା ଉନ୍ନତ ଅର୍ଥବ୍ୟବସ୍ଥାରେ ମୁଦ୍ରାସ୍ଫୀତିର ପ୍ରତ୍ୟାବର୍ତ୍ତନ ଅତ୍ୟଧିକ ରାଜନୈତିକ ହସ୍ତକ୍ଷେପ ଦଶେର ବିପଦକୁ ବଢାଇ ଦେଇଛି। ରାଜନୀତି, ମୁଦ୍ରାସ୍ଫୀତି ଏବଂ ଅଧିକ ସୁଧ ହାରର ଏକ ବିଷାକ୍ତ ମିଶ୍ରଣ ବ୍ରିଟେନରେ ଆର୍ଥିକ ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରୁଛି। କେନ୍ଦ୍ରୀୟ ବ୍ୟାଙ୍କଗୁଡିକର ପ୍ରାଥମିକ ମିଶନ ହେଉଛି ମୂଲ୍ୟ ସ୍ଥିର କରିବା, ଯାହା ଦ୍ୱାରା ଜନତାଙ୍କ ପକେଟରେ ଭାର କମ ପଡିବ। ମୁଦ୍ରାସ୍ଫୀତି ମୁକାବିଲା ଜରୁରୀ ହୋଇଥିବାରୁ କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକୁ ରାଜନୈତିକ ଉଦ୍ଦେଶ୍ୟରୁ ଗୁରୁତ୍ୱ ଦେବା ପୂର୍ବରୁ ଦୁଇଥର ଚିନ୍ତା କରିବାକୁ ପଡିବ। ବେଲଆଉଟରେ ସୁଧ ହାର ହ୍ରାସ ଏବଂ ସରକାରୀ ବଣ୍ଡ କିଣିବାଯୋଗୁଁ ବ୍ରିଟେନର ସ୍ଥିତି ସାଙ୍ଘାତିକ ହୋଇଛିଯ


ସରକାର ଅନାବଶ୍ୟକ ଟିକସ ହ୍ରାସ କାର୍ଯ୍ୟକ୍ରମ ଘୋଷଣା କରିବାବେଳେ, ଟ୍ରସଙ୍କ ଚାନ୍ସେଲର କ୍ୱାସି କ୍ୱାର୍ଟେଙ୍ଗ ଏକ ଷ୍ଟାର୍ଟ ଅପ୍ ଭଳି ଆଚରଣ କରିଥିଲେ, ଯେଉଁଥିରେ ପାଣି ପରି ଟଙ୍କା ଖର୍ଚ୍ଚ। ଅନୁମାନ କରାଯାଉଛି ଯେ, ଟ୍ରସ ସରକାରଙ୍କ ନୀତି ବଡ ବଡ ପୁଞ୍ଜିପତିମାନଙ୍କୁ ବିପୁଳ ଲାଭ ଦେବ। ଶୂନ ସୁଧ ହାର ପାଇଁ ପୁଞ୍ଜିପତିମାନେ ବଜାରରୁ କୋଟି କଟି ଟଙ୍କା ଉଠାଇବେ। କିନ୍ତୁ ଏଥିରୁ ସରକାରଙ୍କର କିଛି ଲାଭ ହେବ ନାହିଁ। ସେପଟେ ସରକାରୀ ବଣ୍ଡର ବିକ୍ରିକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ୫୦ ବର୍ଷରେ ବଣ୍ଡ ମ୍ୟାଚର ହୋଇଥାନ୍ତା। କିନ୍ତୁ ଗତ ୪ ଦିନରେ ତାହାର ମୂଲ୍ୟ ଏକ ତୃତୀୟାଂଶ ହ୍ରାସ ପାଇଛି। ଫଳରେ ବଣ୍ଡକୁ ବ୍ୟାଙ୍କ ଅଫ ଇଂଲଣ୍ଡ କିଣିଛି। ବଣ୍ଡରେ ପେନସନ୍ ଫଣ୍ଡ ନିବେଶ ହୋଇଥିଲା। ତେଣୁ ତାହାକୁ ବିକ୍ରି କରିବାକୁ ଚାପ ପଡିଛି। ଆଉ ଏହାର ପ୍ରଭାବ ପ୍ରତ୍ୟେକ୍ଷ ଭାବେ ବିଶ୍ୱ ବଜାର ଉପରେ ପଡିଛି ଏବଂ ଡଲାରର ମୂଲ୍ୟକୁ ଆହୁରି ବଢାଇ ଦେଇଛି।


ବାଣିଜ୍ୟ କେନ୍ଦ୍ର ଭାବେ ଲଣ୍ଡନର ଏକ ସ୍ୱତନ୍ତ୍ର ମାନ୍ୟତା ରହିଛି। ଏଠାରେ ବିଶ୍ୱର ତୃତୀୟ ସର୍ବବୃହତ୍ତ ଆର୍ଥିକ କାରବାର ହୋଇଥାଏ। ଯେଉଁଥିରେ ଡଲାରର ଭୂମିକା ମଧ୍ୟ ଅଛି। କିନ୍ତୁ ଦେଶର ସଙ୍କଟାପନ୍ନ ଆର୍ଥିକା ବସ୍ଥା ନିବେଶକଙ୍କୁ ଚିନ୍ତାରେ ପକାଇଛି। ସେପଟେ ଆର୍ଥିକ ସଙ୍କଟ ମଧ୍ୟରେ Federal Reserve ବ୍ୟାଙ୍କ ସୁଧ ହାର ବୃଦ୍ଧି କରିଛି। ଆମେରିକାର ବନ୍ଧକ ବଣ୍ଡରୁ ଟଙ୍କା ଉଠାଇବାକୁ ହେଲେ ୬.୭ ପ୍ରତିଶତ ସୁଧ ଦେବାକୁ ପଡିବ, ଯହା ଗତ ବର୍ଷ ତୁଳନାରେ ଦୁଇ ଗୁଣ ହୋଇଛି। ବ୍ରିଟେନର ବର୍ତ୍ତମାନ ସ୍ଥିତି ୧୯୭୦ ମସିହାର ଶକ୍ତି ସଙ୍କଟକୁ ମନେ ପକାଇଦେଇଛି। ସେତେବେଳେ ଲୋକେ ଥଣ୍ଡାରୁ ବଞ୍ଚିବା ପାଇଁ ହିଟର ବ୍ୟବହାର କରିବା ପରିବର୍ତ୍ତେ ଏକାଧିକ ପୋଷାକ ପିନ୍ଧୁଥିଲେ ଏବଂ ଗାଡିରେ ଯାତ୍ରା କରିବାଠାରୁ ମଧ୍ୟ ଦୂରେଇ ରହୁଥିଲେ। 


Also Read: Supreme Court : ଅନୁକମ୍ପାମୂଳକ ନିଯୁକ୍ତିକୁ ନେଇ କଡ଼ା ଟିପ୍ପଣୀ ଶୁଣାଇଲେ ସୁପ୍ରିମକୋର୍ଟ


ବର୍ତ୍ତମାନ ବ୍ରିଟେନ ଋଣରେ ବଡିଛି। ଋଣ ପରିଶୋଧ କରିବାର ସମୟ ସୀମା ମଧ୍ୟ ବିତିଯାଇଛି। ସାଧାରଣ ଜନତା ଓ ବ୍ୟବାସାୟୀକ ପ୍ରତିଷ୍ଠାନକୁ ଦିଆଯାଉଥିବା ସବସିଡି ପାଇଁ ଏବା ୧୪୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆଶା କରାଯାଉଛି। ତେବେ ଏହି ଋଣ ପରିମାଣ ଗତ ବର୍ଷର ଜଡିପିର ୯୫ ପ୍ରତିଶତ ହେବ ବୋଲି କୁହାଯାଉଛି। ଏକ ରିପୋର୍ଟ ଅନୁସାରେ, ୟୁରୋପୀୟ ଦେଶ ଗୁଡିକ ମଧ୍ୟରୁ ଜର୍ମାନୀରେ ସର୍ବାଧିକ ସବସିଡି ଦିଆଯାଏ। ଏହା ବ୍ରିଟେନର ଜିଡିପିର ୬.୫ ପ୍ରତିଶତ ହେବ। ବ୍ରିଟେନ ସରକାରଙ୍କ ହାତରୁ ଅନେକ ସ୍ଥାୟୀ ଆୟକାରୀ ସଂସ୍ଥା ଯାଇଛି ଏବଂ ଋଷ ଓ ୟୁକ୍ରେନ ଯୁଦ୍ଧ ପାଇଁ ଶକ୍ତି କ୍ଷେତ୍ର ପ୍ରଭାବିତ ହୋଇଛି। 


ଦେଶର ଆର୍ଥିକାବସ୍ଥାକୁ ଟ୍ରେକକୁ ଫେରାଇ ଆଣିବାକୁ ହେଲେ ବ୍ରିଟେନକୁ ବିଦେଶୀ ନିବେଶଙ୍କଠାରୁ ଋଣ ନେବାକୁ ପଡିବ, କାରଣ ଏହା ହିଁ ଏକ ବୃହତ ନିଅଣ୍ଟ ଚଳାଇଥାଏ। ବିକଶିତ ବଜାର ସହ ଆଲୋଚନା କରି ଅଧିକରୁ ଅଧିକ ନିଜ ମୁଦ୍ରାକୁ ଫେରାଇ ଆଣିବାକୁ ହେବ। ସରକାର ଅଧିକ ସଞ୍ଚୟ କରି କମ ୟୁରୁ ଖର୍ଚ୍ଚ କରିବା ଉଚିତ। ଏହା ବ୍ୟତୀତ ବ୍ରିଟେନ ସରକାରଙ୍କୁ ଋଣର ସୁଧ ହାର ବୃଦ୍ଧି କରିବାକୁ ପଡିବ। ସେହିପରି ବିଦେଶୀ ନିବେଶକଙ୍କୁ ଆକର୍ଶୀତ କଲା ଭଳି ଯୋଜନା କରିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।