Indian Air Force : ଭାରତୀୟ ବାୟୁସେନାକୁ ଦଶହରା ଭେଟି, ଅଷ୍ଟମୀରେ ଆସିଲା ଲାଇଟ କମ୍ବାଟ ହେଲିକପ୍ଟର
Advertisement

Indian Air Force : ଭାରତୀୟ ବାୟୁସେନାକୁ ଦଶହରା ଭେଟି, ଅଷ୍ଟମୀରେ ଆସିଲା ଲାଇଟ କମ୍ବାଟ ହେଲିକପ୍ଟର

Light Combat Helicopters : ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ଶତ୍ରୃଙ୍କୁ ଦମନ ହେବ ଆହୁରୀ ସହଜ ।  କାହିଁକିନା ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଲାଇଟ କମ୍ବାଟ ହେଲିକପ୍ଟର(Light Comat Helicopters) । 

ସୌଜନ୍ୟ : ସୋସିଆଲ ମିଡିଆ

Light Combat Helicopters : ଅଧିକ ଶକ୍ତିଶାଳୀ ହେଲା ଭାରତୀୟ ବାୟୁସେନା । ଶତ୍ରୃଙ୍କୁ ଦମନ ହେବ ଆହୁରୀ ସହଜ ।  କାହିଁକିନା ଆଜି ଭାରତୀୟ ବାୟୁସେନାରେ ସାମିଲ ହେଲା ଲାଇଟ କମ୍ବାଟ ହେଲିକପ୍ଟର(Light Comat Helicopters) । ପାହାଡିଆ ଅଞ୍ଚଳରେ ଯୁଦ୍ଧାସ୍ତ୍ର ଧରି ସହଜରେ ଉଡିପାରିବ ଏହି ହେଲିକପ୍ଟର । ଏହି ହେଲିକପ୍ଟରରେ ମିଶାଇଲ ସହ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯିବାର ସାମର୍ଥ୍ୟ ରହିଛି । ଲଢୁଆ ହେଲିକପ୍ଟରକୁ ବେଙ୍ଗାଲୁରୁର ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ୍ ବା ହାଲ୍ (Hindustan Aeronautics Limited ) ତିଆରି କରିଛି । ସୀମାରେ ପଡୋଶୀ ପାକିସ୍ତାନ ଏବଂ ଚୀନ୍ ଭାରତ ପାଇଁ ସମସ୍ୟା ବଢାଉଛନ୍ତି । ଯାହାଫଳରେ ପାହାଡିଆ ଅଞ୍ଚଳରେ ଲଢୁଆ ବିମାନ ଉଡିବା ସମ୍ଭବପର ହୋଇପାରୁନି । ଏହିଭଳି ସ୍ଥିତିରେ ଏଲସିଏଚ୍ ବାୟୁସେନାକୁ ଅଧିକ ବଳ ଯୋଗାଇବ । ଏନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ(Defense Minister Rajnath Singh) ବାୟୁସେନା ପ୍ରମୁଖ ମାର୍ସଲ ବିଆର୍‌ ଚୌଧୁରୀ(Air Marshal Vivek Ram Chaudhary)ଙ୍କ ଉପସ୍ଥିତିରେ ଯୋଦ୍ଧପୁର ସ୍ଥିତ ଷ୍ଟେସନରେ ଏହି ଯୁଦ୍ଧ ହେଲିକପ୍ଟରକୁ ବାୟୁସେନାରେ ସାମିଲ କରାଯାଇଛି। 

ହେଲିକପ୍ଟରର ଓଜନ ୫.୮ ଟନ୍ ରହିଥିବା ବେଳେ ପାହାଡିଆ ଅଞ୍ଚଳରେ ମିସାଇଲ ଏବଂ ଯୁଦ୍ଧାସ୍ତ୍ର ନେଇ ଉଡାଣ ଭରିପାରିବ। ଏଲସିଏଚ(LCH)ର ମୁଖ୍ୟ କାମ ସର୍ଚ୍ଚ ଅପରେସନ କରିବା । ଆକାଶମାର୍ଗରେ ଉଡୁଥିବା ସନ୍ଦେହ ଜନକ ବିମାନ ରୋକିବା ସହ ଅନୁପ୍ରବେଶ ରୋକିବ । ଅଧିକ ଉଚ୍ଚରେ ଉଡୁଥିବାରୁ ଶତ୍ରୁର ବଙ୍କର ଧ୍ୱଂସ କରିପାରିବ । ଯୁଦ୍ଧ ସମୟରେ ଲଢୁଆ ବିମାନ ବ୍ୟବହାର ହୋଇନପାରିଲେ ଏଲସିଏଚ ବ୍ୟବହାର ହେବ । ସର୍ଜିକାଲ ଷ୍ଟ୍ରାଇକରେ ବ୍ୟବହାର ହୋଇପାରିବ ଏଲସିଏଚ ।ଶତ୍ରୁର ରାଡାରକୁ ସହଜରେ ଠାବ କରିପାରିବ । ଯଦି ଏହି ହେଲିକପ୍ଟରରେ ଗୁଳି ବାଜିଲେ ତେବେ ଏହାର ବିଶେଷ କ୍ଷତି ହେବନି । ଯଦି ପବନର ବେଗ ଅଧିକ ରହିବ ତେବେ ଏହି ହେଲିକପ୍ଟର ଏହା ତାର କାମ ଜାରି ରଖିବ ।  ଘଣ୍ଚାପ୍ରତି ସର୍ବାଧିକ ୨୭୦ କିଲୋମିଟର ବେଗରେ ଉଡିପାରିବାର କ୍ଷମତା ରହିଛି । ହେଲିକପ୍ଟରରେ ଯୁଦ୍ଧ ବିମାନ ଭଳି ଦୁଇ ଜଣ ପାଇଲଟ ଆଗ ପଛରେ ବସିବେ । 

 ଏହାବି ପଢନ୍ତୁ :  Nitish Government: ବିହାରରେ ପୁଣି ବଢିଲା ରାଜନୈତିକ ଅସ୍ଥିରତା: ନୀତିଶଙ୍କ ପାଇଁ ଅଡ଼ୁଆ ବଢାଇଲା ମନ୍ତ୍ରୀଙ୍କ ଇସ୍ତଫା

 

ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ମନ୍ତ୍ରୀମଣ୍ଡଳ ସମିତିର ବୈଠକରେ ୧୫ଟି ସ୍ୱେଦଶୀ ହେଲିକପ୍ଟର କିଣିବାକୁ ମଞ୍ଜୁରୀ ମିଳିଥିଲା । ଏହାମଧ୍ୟରୁ ୧୦ ହେଲିକପ୍ଟର ବାୟୁସେନା ଏବଂ ୫ଟି ସ୍ଥଳସେନା ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ରହିଛି । ଏହି ସ୍ୱେଦଶୀ ହେଲିକପ୍ଟରଟି ହାଲୁକା ହୋଇଥିବାରୁ ପାହାଡିଆ ଅଞ୍ଚଳରେ ପୂର୍ଣ୍ଣ କ୍ଷମତାର ସହ ମିଶାଇଲ ଏବଂ ଅନ୍ୟ ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରିବାର ସକ୍ଷମ ରହିଛି । ସେହିପରି ପ୍ରତିରକ୍ଷା ମନ୍ତ୍ରାଳୟ ଅନୁଯାୟୀ, ଏହି ହେଲିକପ୍ଟରରେ ୪୫ ପ୍ରତିଶତ ସ୍ଵଦେଶୀ ଉପକରଣ ବ୍ୟବହୃତ ହୋଇଛି। ଏହି ହେଲିକପ୍ଟର ଅଧିକ ସକ୍ରିୟ, ଗତିଶୀଳ, ଯୁଦ୍ଧ ସମୟରେ ସର୍ଚ୍ଚ ଏବଂ ରେସକ୍ୟୁ ଅପରେସନ, ଶତ୍ରୁଙ୍କୁ ମାରକ କ୍ଷମତା ଏବଂ କାଉଣ୍ଟର ଏମରଜେନ୍ସି ଅପରେଶନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ।