ନୂଆଦିଲ୍ଲୀ: Agnipath Scheme: ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏହା ଅନ୍ତର୍ଗତ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି । ଅଗ୍ନିପଥ ସ୍କିମ୍ (Agnipath Scheme) କୁ ରାଜନୈତିକ ଓ ଅଣ ରାଜନୈତିକ ବୟାନ ମଧ୍ୟ ସାମ୍ନାକୁ ଆସୁଛି । ଏହି କ୍ରମରେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷା ମାୟାବତୀ (BSP Chief Mayawati) ଅଗ୍ନିପଥ ଯୋଜନାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ସରକାରଙ୍କ ଏହି ଯୋଜନାକୁ ବିମୁଦ୍ରୀକରଣ ଓ ଲକଡାଉନ୍ ସହିତ ତୁଳନା କରିଛନ୍ତି । ସରକାର ହଠାତ୍ ଏହି ଯୋଜନା ଲାଗୁ କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି । 


COMMERCIAL BREAK
SCROLL TO CONTINUE READING

ସେ କହିଛନ୍ତି ଯେ ସରକାର ଅହଂକାରୀ ମନୋଭାବରୁ ଦୂରେଇ ରହିବା ଉଚିତ୍ । ପୂର୍ବତନ ୟୁପି ସିଏମ ମାୟାବତୀ ମଧ୍ୟ ବିଜେପି ନେତାଙ୍କ ନାମ ନ ନେଇ ବିବାଦୀୟ ବୟାନ ଉପରେ ମନ୍ତବ୍ୟ ଦେଇଛନ୍ତି । ମାୟାବତୀ ଏକ ଟ୍ୱିଟରେ କହିଛନ୍ତି ଯେ, ବିଜେପି ନେତାମାନେ ଅଯଥା ବୟାନବାଜୀ କରୁଛନ୍ତି, ଯାହା ଅତ୍ୟନ୍ତ ଅନୁଚିତ ।


ମାୟାବତୀ କହିଛନ୍ତି ଯେ, " କେନ୍ଦ୍ରର ଅଗ୍ନିପଥ ନୂଆ ସୈନ୍ୟ ଭର୍ତ୍ତି ଯୋଜନା ଦେଶର ସୁରକ୍ଷା ଓ ସୈନିକମାନଙ୍କର ଆତ୍ମ ସମ୍ମାନ ଓ ସ୍ୱାଭିମାନ ସହ ଜଡିତ ହେବା ସତ୍ତ୍ୱେ ବିଜେପି ନେତାମାନେ ଯେଉଁଭଳି ଭାବରେ ବକ୍ତବ୍ୟ ଦେଉଛନ୍ତି ତାହା ଅତ୍ୟନ୍ତ ଅନୁଚିତ । ଜନତାରେ ଭ୍ରମ ଓ ସେନା ପାଇଁ ଅସୁବିଧା ସୃଷ୍ଟି କରୁଥିବା ସଂକୀର୍ଣ୍ଣ ରାଜନୀତି ତୁରନ୍ତ ବନ୍ଦ ହେବା ଉଚିତ୍ ।"



ସେ ଆଗକୁ ଆହୁରି କହିଛନ୍ତି ଯେ, ଦେଶକୁ ଆଚମ୍ଭିତ କରିଥିବା ନୂତନ 'ଅଗ୍ନିପଥ' ଯୋଜନା ସରକାରଙ୍କ ଦ୍ୱାରା ବିମୁଦ୍ରୀକରଣ ବା ଲକଡାଉନ୍ ଆଦି ଭଳି ଯୋଜନା, ହଠାତ୍ ତଥା ବହୁ ତରବରିଆ ଭାବରେ ଲାଗୁ ହୋଇଛି, ଯେଉଁଥିପାଇଁ କୋଟି କୋଟି ଯୁବକ ଓ ସେମାନଙ୍କର ପରିବାର ବହୁତ ଅସନ୍ତୋଷ ଅଛନ୍ତି । ସରକାର ମଧ୍ୟ ସେମାନଙ୍କ ପ୍ରତି ଅହଂକାରୀ ମନୋଭାବରୁ ଦୂରେଇ ରହିବା ଉଚିତ୍ ।"


ଏହା ବି ପଢ଼ନ୍ତୁ:-ବଜ୍ରପାତ ତାଣ୍ଡବରେ ୧୭ ଜଣଙ୍କର ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କାର ସହାୟତା ରାଶି


ଏହା ବି ପଢ଼ନ୍ତୁ:-ଏହି ରାଜ୍ୟରେ ଦେଖାଦେଲା ପେଟ୍ରୋଲ-ଡିଜେଲ ସଙ୍କଟ, କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ


ଏହା ବି ପଢ଼ନ୍ତୁ:-ଯୁବରାଜ ସିଂ ଏହି ତାରା ମଣ୍ଡଳର ନାଁରେ ରଖିଲେ ନିଜ ପୁଅର ନାମ, 'ଫାଦର୍ସ ଡେ'ରେ ଦେଲେ ଭାବପ୍ରବଣ ମେସେଜ୍


 


ଉଲ୍ଲେଖନୀୟ ବିଷୟ ହେଉଛି, ବିଜେପି ନେତା କୈଳାସ ବିଜୟଭାର୍ଗୀୟ (BJP leader Kailash Vijayvargiya) ରବିବାର ଇନ୍ଦୌରରେ ଦେଇଥିବା ମନ୍ତବ୍ୟରେ କହିଛନ୍ତି ଯେ, ପାର୍ଟି ଅଫିସରେ ସୁରକ୍ଷା ଗାର୍ଡର ଚାକିରି ପାଇଁସେ 'ଅଗ୍ନିବୀର'ଙ୍କୁ ପ୍ରାଧାନ୍ୟ ଦେବେ । ବାସ୍ତବରେ, କେନ୍ଦ୍ର ସରକାର ସେନାରେ ଭର୍ତ୍ତି ପାଇଁ 'ଅଗ୍ନବୀର ସ୍କିମ୍' ଅଧୀନରେ ସାଢ଼େ ୧୭ ବର୍ଷରୁ ୨୧ ବର୍ଷର ଯୁବକଙ୍କୁ ୪ ବର୍ଷ ଲାଗି ନିଯୁକ୍ତି ଦେବା କଥା କହିଛନ୍ତି, ଯେଉଁଥିପାଇଁ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି ।