ଯୁବରାଜ ସିଂ ଏହି ତାରା ମଣ୍ଡଳର ନାଁରେ ରଖିଲେ ନିଜ ପୁଅର ନାମ, 'ଫାଦର୍ସ ଡେ'ରେ ଦେଲେ ଭାବପ୍ରବଣ ମେସେଜ୍
Advertisement
Article Detail0/zeeodisha/odisha1226009

ଯୁବରାଜ ସିଂ ଏହି ତାରା ମଣ୍ଡଳର ନାଁରେ ରଖିଲେ ନିଜ ପୁଅର ନାମ, 'ଫାଦର୍ସ ଡେ'ରେ ଦେଲେ ଭାବପ୍ରବଣ ମେସେଜ୍

Yuvraj Singh Son: ଜାନୁଆରୀ ୨୫ରେ ଏହି ଦମ୍ପତି ନିଜ ସନ୍ତାନର ଜନ୍ମ ହୋଇଥିବାର ସୂଚନା ଦେଇଥିଲେ । ହାଜେଲ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ଓ ସେ ଅନ୍ୟ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ଯୁବରାଜ ସିଂ ଏହି ତାରା ମଣ୍ଡଳର ନାଁରେ ରଖିଲେ ନିଜ ପୁଅର ନାମ, 'ଫାଦର୍ସ ଡେ'ରେ ଦେଲେ ଭାବପ୍ରବଣ ମେସେଜ୍

ନୂଆଦିଲ୍ଲୀ: Yuvraj Singh Son: ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂ (Yuvraj Singh) ଓ ତାଙ୍କ ପତ୍ନୀ ହାଜେଲ କିଚ୍ (Hazel Keech) ଶନିବାର ଫାଡର୍ସ ଡେ (Father's Day 2022) ରେ ସେମାନଙ୍କର ଶିଶୁପୁତ୍ରର ନାମ ଖୁଲାସା କରିଛନ୍ତି । ଯୁବରାଜ ସୋସିଆଲ ମିଡିଆରେ ପୁଅ ସହିତ ଫଟୋ ସେୟାର କରି ଏକ ଭାବପ୍ରବଣ ମେସେଜ୍ ଲେଖିଛନ୍ତି । ଯୁବରାଜ ହୃଦୟ ଇମୋଜି ସହ କ୍ୟାପସନରେ ଲେଖିଛନ୍ତି ଯେ, "ଦୁନିଆରେ ଆପଣଙ୍କୁ ସ୍ୱାଗତ ଓରିଅନ୍ କେଚ୍ ସିଂ ।"

ଯୁବରାଜ ହ୍ୟଶାଟ୍ୟାଗ୍ #HappyFathersDay ସହିତ ଲେଖିଛନ୍ତି, "ମମି ଓ ଡେଡି ନିଜର ଛୋଟ ପୁଅକୁ ଭଲ ପାଆନ୍ତି । ଆପଣଙ୍କର ଆଖି ପ୍ରତ୍ୟେକ ହସ ସହିତ ଝଲସି ଉଠେ, ଯେପରି ଆପଣଙ୍କର ନାମ ତାରାମାନଙ୍କ ମଝିରେ ଲେଖା ହୋଇଛି ।" ଜାନୁଆରୀ ୨୫ରେ ଏହି ଦମ୍ପତି ନିଜ ସନ୍ତାନର ଜନ୍ମ ହୋଇଥିବାର ସୂଚନା ଦେଇଥିଲେ । ହାଜେଲ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫଟୋ ସେୟାର କରିଛନ୍ତି ଓ ସେ ଅନ୍ୟ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି ।

ହିନ୍ଦୁସ୍ତାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ୍ ଯୁବରାଜ ଖୁଲାସା କରିଛନ୍ତି ଯେ, "ସେ ତାଙ୍କ ପୁଅର ନାମ ନକ୍ଷତ୍ର ଓରିଅନ୍ ନାମରେ ରଖିଛନ୍ତି ଓ ତାଙ୍କ ପତ୍ନୀଙ୍କ ଶେଷ ନାମକୁ ପୁଅର ନାମରେ ସାମିଲ କରିବା ତାଙ୍କର ନିଷ୍ପତ୍ତି ଥିଲା । ଓରିଅନ୍ ଏକ ନକ୍ଷତ୍ର ଓ ପିତାମାତାମାନଙ୍କ ପାଇଁ ଆପଣଙ୍କ ସନ୍ତାନ ଆପଣଙ୍କର ତାରକା । ଯେତେବେଳେ ହାଜେଲ ଗର୍ଭବତୀ ଥିଲେ ଓ ହସ୍ପିଟାଲରେ ଶୋଇଥିଲେ, ମୁଁ କିଛି ଏପିସୋଡ୍ ଦେଖୁଥିଲି ଯେଉଁଠାରୁ ମୁଁ ଏହି ନାମ ପାଇଥିଲି ଏବଂ ହାଜେଲ୍ ମଧ୍ୟ ଏହାକୁ ତୁରନ୍ତ ପସନ୍ଦ କରିଥିଲେ ।"

ଏହା ବି ପଢ଼ନ୍ତୁ:-ରାଷ୍ଟ୍ରପତି ନିର୍ବାଚନ: BJP ର ଚିନ୍ତା ବଢ଼ାଉଛି ବିରୋଧୀ; ନବୀନ ଓ ଜଗନଙ୍କ ଉପରେ ସମସ୍ତଙ୍କ ନଜର

ଏହା ବି ପଢ଼ନ୍ତୁ:-ବଡ଼ ଝଟକା! ରାସନ କାର୍ଡଧାରକଙ୍କୁ ମିଳିବ ନାହିଁ ଏହି ସୁବିଧା, ସରକାର ଜାରି କଲେ ଆଦେଶ

ଏହା ବି ପଢ଼ନ୍ତୁ:-ଶ୍ରୀମନ୍ଦିର ଉପରେ କାହିଁକି ଉଡ଼ନ୍ତି ନାହିଁ ପକ୍ଷୀ ଓ ବିମାନ, ଜାଣନ୍ତୁ ଏହାର କାରଣ

ସୂଚନାଯୋଗ୍ୟ, ଯୁବରାଜ ସିଂ ଓ ହାଜେଲ କିଚ୍ ୨୦୧୬ରେ ବିବାହ କରିଥିଲେ । ନଭେମ୍ବର ୨୦୨୧ରେ ସେମାନେ ସେମାନଙ୍କର ପଞ୍ଚମ ବିବାହ ବାର୍ଷିକୀ ପାଳନ କରିଥିଲେ । ୧୯ ବର୍ଷ ଧରି ଭାରତୀୟ କ୍ରିକେଟ୍ ସେବା କରିବା ପରେ ଯୁବରାଜ ୧୦ ଜୁନ୍ ୨୦୧୯ରେ ସମସ୍ତ ପ୍ରକାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଯୁବରାଜ ଭାରତର ସର୍ବଶ୍ରେଷ୍ଠ ସୀମିତ ଓଭର କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ । ସେ ୨୦୦୦ରୁ ୨୦୧୭ ପର୍ଯ୍ୟନ୍ତ ଭାରତ ପାଇଁ ୪୦ଟି ଟେଷ୍ଟ, ୩୦୪ଟି ODI ଏବଂ ୫୮ ଟି-ଟ୍ୱେଣ୍ଟି ଖେଳିଛନ୍ତି । ଏହା ବ୍ୟତୀତ ୨୦୦୭ ଟି-20 ବିଶ୍ୱକପ ଓ ୨୦୧୧ ବିଶ୍ୱକପ ଜିତିଥିବା ଭାରତୀୟ ଦଳର ଏକ ସଦସ୍ୟ ଥିଲେ ।