ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆସନ୍ତା ଫେବୃଆରୀ ୧ ତାରିଖରେ ହେବାକୁ ଯାଉଛି ବଜେଟ ଆଗତ। ଅନ୍ୟପଟେ ସଂସଦରେ ବଜେଟ ଅଧିବେଶନ ଆରମ୍ଭ ହୋଇଗଲାଣି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିଛନ୍ତି।   


COMMERCIAL BREAK
SCROLL TO CONTINUE READING

ଲୋକସଭାରେ ଚଳିତ ବଜେଟ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ୨୦୨୦-୨୧ ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଥିଲେ। ଚଳିତ ୨୦୨୧-୨୨  ଆର୍ଥିକ ବର୍ଷରେ ଦେଶର ଜିଡିପି ହାର ୧୧ ପ୍ରତିଶତ ରହିବା ନେଇ ଅନୁମାନ କରାଯାଉଛି। ବିଗତ ଆର୍ଥିକ ବର୍ଷରେ ଜିଡିପି ହାର -୭.୭ ପ୍ରତିଶତ ରହିବ।     


Also Read: Economic Survey Report 2020-21: ଇନଫ୍ରା, ଇନଭେଷ୍ଟମେଣ୍ଟକୁ ନେଇ ରାଷ୍ଟ୍ରପତି ଦେଲେ ଏଭଳି ତଥ୍ୟ


 


କ'ଣ ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ? 


ଅର୍ଥନୈତିକ ସର୍ବେକ୍ଷଣ ହେଉଛି ବିଗତ ଏକ ବର୍ଷର ଅର୍ଥନୀତିର ସ୍ଥିତି ବିଷୟରେ ଏକ ବିସ୍ତୃତ ରିପୋର୍ଟ, ଯେଉଁଥିରେ ଅର୍ଥନୀତି ସହ ଜଡିତ ପ୍ରମୁଖ ଆହ୍ୱାନ ଏବଂ ତାହାର ମୁକାବିଲା କିପରି କରାଯିବ ସେ ବିଷୟରେ ଉଲ୍ଲେଖ କରାଯାଇଥାଏ। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ନିର୍ଦ୍ଦେଶରେ ଅର୍ଥନୈତିକ ବିଭାଗ ଦ୍ୱାରା ପ୍ରତିବର୍ଷ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ।



ଜାନୁଆରୀ ୨୯ ତାରିଖ ଶୁକ୍ରବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୦-୨୧  ଆର୍ଥିକ ବର୍ଷର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଜାଣନ୍ତୁ ବଜେଟ ଆଗତ ପୂର୍ବରୁ ଅର୍ଥନୈତିକ ସର୍ଭେ ରିପୋର୍ଟ ସମ୍ପର୍କିତ ୧୦ଟି ଗୁରୁତ୍ୱପୂର୍ଣ୍ଣ କଥା...  


 


  • NSO ପୂର୍ବାନୁମାନ ଅନୁସାରେ ୨୦୨୦-୨୧ ଆର୍ଥିକ ବର୍ଷର ଜିଡିପି ହାର ୭.୭ ପ୍ରତିଶତ ହ୍ରାସ ପାଇବ।

  • ଦେଶରେ ଦ୍ରୁତ ଗତିରେ ଅର୍ଥନୈତିକ ପୁନରୁଦ୍ଧାର ପ୍ରକ୍ରିୟା ଜାରି ରହିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଦେଶର ପ୍ରକୃତ ଜିଡିପି ଅଭିବୃଦ୍ଧି ହାର ୧୧ ପ୍ରତିଶତ ଏବଂ ବଜାର ମୂଲ୍ୟ ୧୫.୪ ପ୍ରତିଶତ ରହିବ।

  • କୋଭିଡ୧୯ କାରଣରୁ ଭାରତୀୟ ଅର୍ଥନୀତିରେ ହୋଇଥିବା କ୍ଷତିକୁ ଭରଣା କରିବାରେ କୃଷି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ୨୦୨୦-୨୧ ଆର୍ଥିକ ବର୍ଷରେ ଏହି କ୍ଷେତ୍ରର ଅଭିବୃଦ୍ଧି ହାର ୩.୪ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି।

  • ୨୦୨୦-୨୧ ଆର୍ଥିକ ବର୍ଷରେ ଶିଳ୍ପ ଏବଂ ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ଯଥାକ୍ରମେ ୯.୬ ପ୍ରତିଶତ ଏବଂ ୮.୮ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରାଯାଉଛି।

  • କୋଭିଡ୧୯ ଟିକାକରଣ ଆରମ୍ଭ ହେବା ପରେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ୱାଭାବିକ ଢଙ୍ଗରେ ଆରମ୍ଭ ହୋଇଗଲାଣି। 

  • ବିଗତ ଆର୍ଥିକ ବର୍ଷରେ ଜିଡି ହାର ୨ ପ୍ରତିଶତ ହେବ ବୋଲି ଆକଳନ କରାଯାଉଛି। ସେବା, ଉତ୍ପାଦନ ଏବଂ ନିର୍ମାଣ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଏହି କ୍ଷେତ୍ର ବର୍ତ୍ତମାନ ସ୍ୱାଭାବିକ ଭାବେ ଆଗକୁ ଆଗକୁ ଦ୍ରୁତ ଗତିରେ ଅଗ୍ରଗତି କରୁଛି। କୃଷି କ୍ଷେତ୍ର ଭଲ ଫଳାଫଳ ଦେଇଛି।

  • ନିବେଶ କ୍ଷେତ୍ରରେ ୦.୮ ପ୍ରତିଶତ ହ୍ରାସ ହେବ ବୋଲି ଆକଳନ କରାଯାଇଛି। ପ୍ରଥମ ୬ ମାସରେ ଏହି କ୍ଷେତ୍ରରେ ୨୯ ପ୍ରତିଶତ ହ୍ରାସ ହୋଇଛି।

  • ଗତ ବର୍ଷ ଡିସେମ୍ବର ସୁଦ୍ଧା ହୋଇଥିବା ବିଦେଶୀ ମୁଦ୍ରା ସଂରକ୍ଷଣ ଆଗାମୀ ଦେଢ ବର୍ଷ ପାଇଁ ଆମଦାନୀ କରିବାକୁ ସକ୍ଷମ।

  • ଜିଡିପି ଅନୁପାତରେ ବୈଦେଶିକ ଋଣ ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ୨୦.୬ ପ୍ରତିଶତରୁ ବଢି ସେହି ବର୍ଷ ସେପ୍ଟେମ୍ବର ପର୍ଯ୍ୟନ୍ତ ୨୧.୬ ପ୍ରତିଶତକୁ ବୃଦ୍ଧି ପାଇଛି।

  • ପାଞ୍ଚ ବର୍ଷରୁ କମ୍ ବୟସର ପିଲାଙ୍କ ମୃତ୍ୟୁହାର ହ୍ରାସ ପାଇଛି।