ବଜେଟ୍ ଅଧିବେଶନ: ରାଷ୍ଟ୍ରପତିଙ୍କ ଅଭିଭାଷଣ ବର୍ଜନ କରିବେ ବିରୋଧୀ
ସଂସଦ ଅଧିବେଶନର ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହେବ। ସେହି ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ଦୁଇଟି କକ୍ଷର ମିଳିତ ଅଧିବେଶନକୁ ସମ୍ବୋଧିତ କରି ସରକାରଙ୍କ ଭବିଷ୍ୟତ ଯୋଜନାର ବ୍ଲୁପ୍ରିଣ୍ଟ କରିବେ। ମାତ୍ର ୧୬ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବହିଷ୍କାର କରିବେ।
ନୂଆଦିଲ୍ଲୀ: ଶୁକ୍ରବାରଠାରୁ ଆରମ୍ଭ ହେଉଛି ସଂସଦର ବଜେଟ୍ ଅଧିବେଶନ। ତେବେ ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଟି କକ୍ଷକୁ ସମ୍ବୋଧିତ କରିବେ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ କଂଗ୍ରେସ, ତୃଣମୂଳ କଂଗ୍ରେସ(ଟିଏମସି), ଶିବସେନା, ଅକାଳୀ ଦଳ, ଆମ ଆଦମୀ ପାର୍ଟି(ଆପ୍), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ସହିତ ୧୬ଟି ଦଳ ବହିଷ୍କାର କରିବେ। ଏହି ସମସ୍ତ ଦଳ ପକ୍ଷରୁ ବୟାନ ଜାରି କରାଯାଇଛି।
ତେବେ କାହିଁକି ଏମିତି ଗୋଟେ ବଡ଼ ନିଷ୍ପତ୍ତି ନେଇଛନ୍ତି ବିରୋଧୀ । କାରଣ ତିନୋଟି କୃଷି ଆଇନକୁ (Agricultural Bill) ବିରୋଧୀଙ୍କ ବିନା ସଂସଦରେ ବଳପୂର୍ବକ ପାସ୍ କରାଯାଇଛି। ଯାହାକୁ ନେଇ ବିରୋଧୀ ଖପ୍ପା । ତେବେ ଆସନ୍ତାକାଲିଠାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଇଟି କକ୍ଷକୁ ସମ୍ବୋଧିତ କରିବେ।
Also Read: ଚାଷୀ ନେତାଙ୍କୁ ଦୀପ ସିଦ୍ଧୁଙ୍କ ଖୋଲା ଧମକ, କହିଲେ ଗୁମର ଖୋଲିଲେ...
ମାତ୍ର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବୟକଟ କରିବା ନେଇ ସୂଚନା ଦେଇଛନ୍ତି କଂଗ୍ରେସ (Congress) ର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ (Ghulam Nabi Azad) , ସେ କହିଛନ୍ତି ଯେ, କେବଳ କଂଗ୍ରେସ ନୁହେଁ ୧୬ଟି ରାଜନୈତିକ ଦଳ ରାଷ୍ଟ୍ରପତି (President)ଙ୍କ ଅଭିଭାଷଣକୁ ବହିଷ୍କାର କରିବେ । ଯାହା କାଲି ସଂସଦ (Parliament)ରେ ଦିଆଯିବ।
Also Read: ଭାରତୀୟଙ୍କୁ ବହୁତ ବଡ଼ ଖୁସି ଖବର ଦେଲେ ବାଇଡେନ!
କଂଗ୍ରେସ ସମେତ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) (NCP), ଆରଜେଡି (RJD), ସିପିଆଇ(ଏମ), ଆଇଜେଏମଏଲ୍, ଆରସିପି, ପିଡିପି (PDP),ଏମଡିଏମକେ, କେରଳ କଂଗ୍ରେସ, ଏଆଇୟୁଡିଏଫ, ଅକାଳୀ ଦଳ ଓ ଆମ୍ ଆଦମୀ ପାର୍ଟି (AAP), ଶିବସେନା (ShivSena), ସମାଜବାଦୀ ପାର୍ଟି, ନ୍ୟାସନାଲ କନଫ୍ରେନ୍ସ(ଏନସି) (NC), ୃଡିଏମକେ (DMK),ତୃଣମୂଳ କଂଗ୍ରେସ (ଟିଏମସି) (TMC)ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଅଭିଭାଷଣକୁ ବହିଷ୍କାର ବା ବର୍ଜନ କରିବେ।
Also Read: ୪୦ କୋଟି ଲୋକଙ୍କ ପାଇଁ ଖୁସି ଖବର, ମିଳିବ ପିଏଫର ଲାଭ!
ପରମ୍ପରା ଅନୁଯାୟୀ, ଅଧିବେଶନର ଆରମ୍ଭ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ହୋଇଥାଏ । ଉକ୍ତ ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ (President RamNath Kovind) ସଂସଦର ଦୁଇଟି କକ୍ଷର ମିଳିତ ଅଧିବେଶନକୁ ସମ୍ବୋଧିତ କରି ସରକାରଙ୍କ ଭବିଷ୍ୟତ ଯୋଜନାର ବ୍ଲୁପ୍ରିଣ୍ଟ ବିଷୟରେ ଆଲୋଚନା କରନ୍ତି । ତେବେ ଏହା ପ୍ରଥମ ଥର ଯାହା ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ସବୁ ସଦସ୍ୟ Central Hall ବ୍ୟତୀତ ଲୋକସଭା (Loksabha) ଓ ରାଜ୍ୟସଭା (Rajya sabha) ଉପସ୍ଥିତ ରହିବାର ସୂଚନା ରହିଛି ।