Building collapsed in Lucknow: ଆଜି ପ୍ରାୟ ସନ୍ଧ୍ୟା ୫ଟା ସମୟରେ ଲକ୍ଷ୍ନୌର ଟ୍ରାନସପୋର୍ଟ ନଗରରେ ଏକ ତିନି ମହଲା କୋଠା ଭୁଶୁଡିଛି । କୋଠା ଭୁଶୁଡ଼ିବା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ପ୍ରାୟ ୩୦ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଛନ୍ତି ଟିମ୍ । ସେଥିମଧ୍ୟରୁ ୨୭ ଜଣ ଗୁରୁତର ଆହତ ଅଛନ୍ତି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ମୋଟ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ପ୍ରଶାସନିକ ଅଧିକାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।


COMMERCIAL BREAK
SCROLL TO CONTINUE READING

ଭୁଶୁଡିଥିବା କୋଠାର ନାମ ହେଉଛି ହରମିଲାପ ବିଲଡିଂ । ଘଟଣାସ୍ଥଳରେ NDRF, SDRF, ପୋଲିସ ପ୍ରଶାସନ ଏବଂ ରାଜସ୍ୱ ବିଭାଗର ଅଧିକାରୀମାନେ ଉପସ୍ଥିତ ଅଛନ୍ତି । ଲକ୍ଷ୍ନୌ ଜିଲ୍ଲାପାଳ ସୂର୍ଯ୍ୟପାଲ ଗାଙ୍ଗୱାର ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଅଳିଆ ତଥା କାନ୍ଥ ତଳେ କିଛି ବ୍ୟକ୍ତି ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ମୃତ୍ୟୁ ଓ ଆହତ ସମ୍ପର୍କରେ ସୂଚନା ପାଇବା ପରେ ଲକ୍ଷ୍ନୌ ସାଂସଦ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜିଲ୍ଲାପାଳ ସୂର୍ଯ୍ୟପାଲଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଦୁର୍ଘଟଣା ସମ୍ପର୍କରେ ସୂଚନା ନେଇ ଆହତମାନଙ୍କୁ ତୁରନ୍ତ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।


Also Read- Shukra Nakshtra Gochar 2024: ଜୀବନରେ ସୁଖ ଭରିଦେବେ ଶୁକ୍ର, ୩ ରାଶିକୁ ମିଳିବ ଆର୍ଥିକ ଲାଭ


Also Read- ୭ବର୍ଷ ପରେ Xiaomiକୁ ଫେରିଲେ କ୍ୟାଟ୍ରିନା, ହେଲେ ବ୍ରାଣ୍ଡ ଆମ୍ବାସାଡର