Tiktok Layoffs: ଚାଇନା ବାଇଟ ଡ୍ୟାନ୍ସ କମ୍ପାନୀର(Byte Dance) ଭିଡିଓ ମେକିଂ ଆପ୍‌ ଟିକ୍‌ଟକ୍ ଏହାର ସମସ୍ତ ଭାରତୀୟ କର୍ମଚାରୀଙ୍କୁ ବରଖାସ୍ତ କରିବା ପାଇଁ ଘୋଷଣା କରିଛି । ୩ ବର୍ଷ ପୂର୍ବେ ଭାରତ ଏହି ଆପ୍‌କୁ ଦେଶର ସୁରକ୍ଷା ଦୃଷ୍ଟିରୁ ବ୍ୟାନ(Indian Government Ban Tiktok) କରିବା ପରେ ଟିକ୍‌ଟକ୍‌ର ଭାରତୀୟ କର୍ମଚାରୀ ମାନେ ବ୍ରାଜିଲ ଓ ଦୁବାଇ ପାଇଁ କାମ କରି ଆସୁଥିଲେ। କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଚାଇନା ଆପ୍‌ ଉପରେ ଭାରତ ସରକାରଙ୍କ କଡ଼ା ଆଭିମୁଖ୍ୟ ଯୋଗୁଁ ଭାରତରେ ପୁଣି କାର୍ଯ୍ୟ ଆରମ୍ଭ କରିବା ସମ୍ଭବ ହେଉନାହିଁ। ତେବେ ବରଖାସ୍ତ ହୋଇଥିବା ଭାରତୀୟ କର୍ମଚାରୀଙ୍କୁ ନୂତନ ସୁଯୋଗ ଖୋଜିବା ପାଇଁ ସମୟ ଦେବା ସହ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ଉଲ୍ଲେଖ କରାଯାଇଛି। ଟିକ୍‌ଟକ୍‌(Tiktok) ପାଇଁ ଏବେ ପ୍ରାୟ ୪୦ ଜଣ ଭାରତୀୟ କର୍ମଚାରୀ କାମ କରୁଥିଲେ ବୋଲି ସୂଚନା ମିଳିଛି। ତେବେ ବାଇଟ ଡ୍ୟାନ୍ସ ଏହାର ସମସ୍ତ ୪୦ ଜଣ ଭାରତୀୟ କର୍ମଚାରୀଙ୍କୁ ବରଖାସ୍ତ କରିବା ପାଇଁ ନିଷ୍ପତ୍ତି ନେଇଛି। ଫେବୃୟାରୀ ୨୮ ତାରିଖ ସେମାନଙ୍କର ଶେଷ କାର୍ଯ୍ୟ ଦିବସ ଭାବେ ଘୋଷଣା କରିବା ସହ କମ୍ପାନୀ ପକ୍ଷରୁ ସେମାନଙ୍କୁ ୯ ମାସ ପର୍ଯ୍ୟନ୍ତ ଦରମା ଦିଆଯିବା ନେଇ ବୋଲି କୁହାଯାଇଛି ।


COMMERCIAL BREAK
SCROLL TO CONTINUE READING

ଜୁନ ୨୦୨୦ ମସିହାରେ ଦେଶର ସୁରକ୍ଷା ଉପରେ ବିପଦ ଥିବା ଦର୍ଶାଇ ଭାରତ ସରକାର ପ୍ରଥମେ ୫୯ ଟି ଚାଇନିଜ ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ପରେ ଧିରେ ଧିରେ ୩୦୦ରୁ ଉର୍ଦ୍ଧ୍ୱ ଚାଇନିଜ ଆପ୍‌ ଉପରେ ରୋକ ଲଗାଇଥିଲା। ସେୟାର ଇଟ୍‌, ୱି ଚାଟ୍‌, ହେଲୋ, ୟୁସି ନ୍ୟୁଜ୍, ଲାଇକ, ବିଗୋ ଲାଇଭ୍, ୟୁସି ବ୍ରାଉଜର ପରି ଭାରତୀୟ ନାଗରିକ ମାନେ ବ୍ୟବହାର କରୁଥିବା ବହୁତ ଜଣାଶୁଣା ଆପ୍‌ ଉପରେ ବ୍ୟାନ ଲଗାଯାଇଥିଲା। ଇତି ମଧ୍ୟରେ ଚାଇନିଜ୍‌ ଲିଙ୍କ ଥିବା ଦର୍ଶାଇ ୧୩୮ଟି ବେଟିଂ ଆପ୍‌ ଓ ୯୪ଟି ଲୋନ ଆପ୍‌ ବ୍ୟାନ କରିଛନ୍ତି ଭାରତ ସରକାର। ଏହି ସମୟରେ ଯୁକ୍ତରାଷ୍ଟ୍ର ଆମେରିକାରେ(United States of America) ମଧ୍ୟ ବିଭିନ୍ନ ଚାଇନିଜ ଆପ୍‌ ନିଷେଧାଦେଶର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସେଠାରେ ବିଭିନ୍ନ ଡିଭାଇସ୍ ଓ କେତେକ କଲେଜ କ୍ୟାମ୍ପସରେ ଟିକ୍‌ଟକ୍‌ ନିଷେଧ ହୋଇସାରିଛି। ଆମେରିକାରେ ଟିକ୍‌ଟକ୍‌ ଉପରେ ନିଷେଧାଦେଶ ଜାରି କରିବା ପାଇଁ ପ୍ରଥମେ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଏହି ଆପ୍ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ।


ଆପଲ ସିଇଓ ଟିମ କୁକ(Tim Cook) ଓ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ(Sundar Pichai) ଟିକ୍‌ଟକ୍‌କୁ ତୁରନ୍ତ ସେମାନଙ୍କ ଆପ ଷ୍ଟୋରରୁ ହଟାଇବାକୁ ଆମେରିକାର ସିନେଟର (Senator) ମାଇକେଲ ବେନେଟ ଅନୁରୋଧ କରିଛନ୍ତି। ଦେଶରେ ଏହି ଆପ୍‌ ଉପରେ ନିଷେଧାଦେଶ ଜାରି କରିବା ପାଇଁ ସେଠାକାର ବୈଦେଶିକ ବ୍ୟାପାର କମିଟି ଆଗାମୀ ଦିନରେ ମତ ସଂଗ୍ରହ କରିପାରେ ବୋଲି ସୂଚନା ରହିଛି। ୨୦୨୦ରେ ଟିକ୍‌ଟକ୍‌ ବ୍ୟାନ ହେବା ପୂର୍ବରୁ ଆମ ଦେଶରେ ଏହାର ୨୦୦ ମିଲିୟନରୁ ଅଧିକ ଉପବୋକ୍ତା ଥିଲେ ।


Also Read- Green Comet: ୫୦ ହଜାର ବର୍ଷ ପରେ ପୃଥିବୀ ନିକଟତର ହେବ ସବୁଜ ଧୂମକେତୁ, ଭିଡିଓ ଭାଇରାଲ