IGNOU Admission 2025: ଇନ୍ଧିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଦ୍ୟାଳୟ ( ଇଗ୍ନୋ) ରେ ଜାନୁଆରୀ-୨୦୨୫ ଶିକ୍ଷା ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ସ୍ନାତକ, ସ୍ନାତକୋତ୍ତର, ପିଜି ଡିପ୍ଲୋମା ଓ ସାର୍ଟିପିକେଟ୍ ପୋଗ୍ରାମରେ ନାମଲେଖା ଜାନୁଆରୀ ୩୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଏନେଇ ଇଗ୍ନୋର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡ. ସୁରେଶ କୁମାର ତ୍ରୀପାଠୀ ସୂଚନା ଦେଇଛନ୍ତି।
ସ୍ନାତକ( କଳା, ବିଜ୍ଞାନ, ବାଣିଜ୍ୟ)ର ସାଧାରଣ ବିଭାଗରେ ନାମ ପଞ୍ଚିକରଣ କରିବାକୁ ଚାହୁଁଥିବା ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଦେୟ ଓ ପୁନଃ ପଞ୍ଚିକରଣ ଦେୟ ଛାଡ କରାଯାଇଛି। ମାତ୍ର ଯେଉଁ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ ଅନ୍ୟ କୌଣସି ସୂତ୍ରରୁ ରିହାତି ସୁବିଧା ପାଇବାରୁ ଯୋଗ୍ୟ ହେବେ ନାହିଁ ବୋଲି ଇଗ୍ନୋ ପକ୍ଷରୁ କୁହାଯାଇଛି।
ଚଳିତ ବର୍ଷ ଜାନୁଆରୀ ଶିକ୍ଷା ବର୍ଷ ଠାରୁ ନୂତନ ଭାବେ ଆରମ୍ଭ ହୋଇଥିବା ସ୍ନାତକୋତ୍ତର ଓ ବ୍ୟାଚଲର ଅଫ ସାଇନ୍ସ ପ୍ରୋଗ୍ରାମରେ ମଧ୍ୟ ନାମଲେଖା ହେବ। ଏନେଇ ସମସ୍ତ ସୂଚନା ଇଗ୍ନୋ ଓ୍ବେବସାଇଟ୍ WWW.ignou.ac.in ରେ ଉପଲବ୍ଧ ରହିଛି। କୌଣସି ଅସୁବିଧା ହେଲେ ଭୁବନେଶ୍ବର ଆଞ୍ଚଳିକ କେନ୍ଦ୍ରର ଯୋଗାଯୋଗ ନମ୍ବର ୦୬୭୪-୨୯୭୧୦୭୧/୨୩୦୧୩୪୮ ରେ ଯୋଗାଯୋଗ କରିବାକୁ ଇଗ୍ନୋ ପକ୍ଷରୁ ପରାମର୍ଶ ଦିଆଯାଇଛି।