Rajya Sabha By Election: ନିର୍ବାଚନ ଆୟୋଗ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ୧୨ଟି ରାଜ୍ୟସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଉପ-ନିର୍ବାଚନ ଓଡ଼ିଶାର ଏକ ରାଜ୍ୟସଭା ଆସନରେ ଅନୁଷ୍ଠିତ ହେବ। ୩ ସେପ୍ଟେମ୍ବରରେ ଏହି ସମସ୍ତ ୧୨ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ବିଜେପି ଓ ଏହାର ସହଯୋଗୀମାନେ ଏହି ଆସନ ମଧ୍ୟରୁ ଅଧିକାଂଶ ଜିତିବାର ସମ୍ଭାବନା ରହିଛି। ତେଲେଙ୍ଗାନା ଆସନ କଂଗ୍ରେସ ହାତକୁ ଯାଇପାରେ ବୋଲି ଏକ ସମ୍ଭାବନା ରହିଛି।


COMMERCIAL BREAK
SCROLL TO CONTINUE READING

ଏହା ବ୍ୟତୀତ ଏନଡିଏ ଅନ୍ୟ ଆସନ ଜିତିବାର ସମ୍ଭାବନା ରହିଛି। କହିରଖୁଛୁ ଯେ ଏହି ଉପ-ନିର୍ବାଚନ ୯ଟି ରାଜ୍ୟରେ ୧୨ ଟି ଆସନରେ ଅନୁଷ୍ଠିତ ହେବ। ଏଥିରେ  ଓଡିଶା, ଆସାମ, ବିହାର ଏବଂ ମହାରାଷ୍ଟ୍ରର ଦୁଇଟି ସିଟ୍ ଲେଖାଁଏ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନାରୁ ଗୋଟିଏ ଲେଖାଁ ସିଟ୍ ରହିଛି। ଏହି ସମସ୍ତ ଆସନରେ କେବଳ ୩ ସେପ୍ଟେମ୍ବରରେ ଭୋଟ୍ ଅନୁଷ୍ଠିତ ହେବ ଏବଂ ସେହି ଦିନ ଅପରାହ୍ନ ୫ ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ।




ବୁଧବାର ଦିନ ପ୍ରକାଶିତ ସୂଚନା ଅନୁଯାୟୀ ୧୪ ଅଗଷ୍ଟରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ରର ଶେଷ ତାରିଖ ୨୧ ଅଗଷ୍ଟ ହେବ। ନାମାଙ୍କନପତ୍ରର ଯାଞ୍ଚ ୨୨ ଅଗଷ୍ରେ ହେବ, ଯେତେବେଳେ କି ଅଗଷ୍ଟ ୨୭ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନିଜର  ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ୩ ସେପ୍ଟେମ୍ବରରେ ସମସ୍ତ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।