Cheetah backed to India, ନୂଆଦିଲ୍ଲୀ: ଦୀର୍ଘ ସାତ ଦଶନ୍ଦି ପରେ ଭାରତରେ ଚିତା ବାଘ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୮ଟି ଚିତାଙ୍କୁ ଛଡାଯାଇଛି। ଯହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରଥମ ଦିନରୁ ଚିତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଜେପି ନେତା ଏହି ଜଙ୍ଗଲି ଜନ୍ତୁକୁ ତିଳକ ଲଗାଇବା ସହ ଫୁଲମାଳ ପିନ୍ଧାଇଛନ୍ତି। ଅନ୍ୟପଟେ ଭାରତରେ ଚିତାର ବଞ୍ଚିବା କି ନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି। ଚିତା ପାଇଁ ଜାତୀୟ ଉଦ୍ୟାନ ଭିତରେ ରହୁଥିବା ଏକାଧିକ ଗ୍ରାମବାସୀ ଆତଙ୍କୀତ ଅବସ୍ଥାରେ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ପ୍ରାୟ ୮୦୦୦ କିଲୋମିଟର ଦୂର ଅତିକ୍ରମ କରି ନାମିବିଆରୁ ୮ଟି ଚିତା ଭାରତ ଆସିଛନ୍ତି। ସେଥିରେ ୫ଟି ମାଇ ଓ ୨ଟି ଅଣ୍ଡିରା ଚିତା ଅଛନ୍ତି। ଚିତାମାନଙ୍କ ବୟସ ୩୦ରୁ ୬୬ ମାସ ହେବ। ୧୯୪୭ ମସିହାରେ ଭାରତର ଶେଷ ଚିତାକୁ ବର୍ତ୍ତମାନର ଛତିଶଗଡର କୋରିଆ ଜିଲ୍ଲାରେ ଶିକାର କରାଯାଇଥିଲା। ଏହାପରେ ୧୯୫୨ ମସିହାରେ ଭାରତରୁ ଚିତାମୁକ୍ତ ଦେଶ ଭାବେ ଘୋଷଣା କରାଗଲା। ତାପରେ ୨୦୦୯ ମସିହାରେ ପୁଣିଥରେ ଭାରତରେ ଚିତା ଆଣିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିଲେ। କିନ୍ତୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଲଟକି ରହିଥିବା ବେଳେ ୨୦୧୯ରେ ଅନୁମତି ମିଳିଥିଲା। କିନ୍ତୁ କୋରୋନା ପାଇଁ ଚିତା ଗୁଡିକୁ ନାମିବିଆରୁ ଅଣାଯାଇପାରିଲା ନାହିଁ।


Also Read: Project Cheetah: ଆମ ବାଘକୁ ଡରିଲେ ମୋଦି, ବିଦେଶରୁ ଆଣିଲେ ଚିତା: କଂଗ୍ରେସ


ବର୍ତ୍ତମାନ ମଧ୍ୟପ୍ରଦେଶର ୭୦୦ ବର୍ଗ କିଲୋମିଟର ପରିଧିରେ ଅବସ୍ଥିତ କୁନୋ ଜାତୀୟ ଉଦ୍ୟାନରେ ୮ଟି ଚିତାକୁ ଛଡାଯାଇଛି। କିନ୍ତୁ ମାସେ ପାଇଁ ସେମାନଙ୍କୁ ଯନ୍ତାରେ କ୍ୱାରାଣ୍ଟାଇନ କରାଯାଇଛି। ପରେ ଚିତାଙ୍କୁ ବଡ ଯନ୍ତାକୁ ସ୍ଥାନାନ୍ତର କରାଯିବ। ଚାରି ମାସ ପରେ ଚିତାଙ୍କୁ ପ୍ରକୃତ ଜଙ୍ଗଲରେ ଛଡାଯିବ। ମିଡିଆ ରିପୋର୍ଟ ଅନୁସାରେ ଏବେ ସେମାନଙ୍କୁ ଖାଇବା ପାଇଁ ଅନ୍ୟାନ୍ୟ ଡାଏଟ ସହ ମଇଁଷି ମାଂସ ଦିଆଯାଉଛି। ଏହା ସହ ମଣିଷ ସଂସ୍ପର୍ଷରେ ଯେମିତି ଅଧିକ ଆସିବେ ନାହିଁ ସେଥିପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତେବେ ଆଗାମୀ ଦିନରେ ଭାରତକୁ ଆହୁରି ଚିତା ପଠାଯିବି ବୋଲି ଲୁରି ମାର୍କର କହିଛନ୍ତି।



ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର Action Plan For Introduction of Cheetah in India ଅନୁସାରେ, ଭାରତର ପରିବେଶରେ ଚିତାଙ୍କ ବଞ୍ଚିବା ହାର ଅନୁସାରେ ପ୍ରଜେକ୍ଟର ସଫଳତା ନିର୍ଦ୍ଧାରଣ ହେବ। ସାଧାରଣତ ବୟସ୍କ ଚିତାଙ୍କ ବଞ୍ଚିବାର ସମ୍ଭାବନା ୭୦ ପ୍ରତିଶତ ଥିବା ବେଳେ ଛୁଆଙ୍କ ସମ୍ଭାବନା ୨୫ରୁ ୪୦ ପ୍ରତିଶତ ରହିଛି। ତେବେ ପ୍ରଥମ ବର୍ଷରେ ଅନୁନ୍ୟ ୫୦ ପ୍ରତିଶତ ଚିତାକୁ ବଞ୍ଚାଇ ରଖିବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ବର୍ଷରେ କୁନୋରେ ଜଙ୍ଗଲି ଚିତା ଜନ୍ମ ନେବେ, ତାପରେ ସେମାନଙ୍କ ପ୍ରଥମ ପିଢି ଆରମ୍ଭ ହେବ। ତେବେ ଆଫ୍ରିକୀୟ ଚିତାଙ୍କ ପାଇଁ ଭାରତ ନୂଆ ପରିବେଶ ହୋଇଥିବାରୁ ଆମକୁ କିଛି ମାସ ଧର୍ଯ୍ୟର ସହ ଅପେକ୍ଷା କରିବା ପଡିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି।


Also Read: Cheetahs Returning India: ବିଜେପି କହିଲା ଚିତା ଆଣିବା ପରେ ସବୁ ଟଙ୍କା ବର୍ବାଦ, କାହିଁକି ପଢନ୍


Wildlife Institute of Indiaର ଡିନ୍ ଯାଦଭେନ୍ଦ୍ର ଦେବଙ୍କ କହିବା ଅନୁସାରେ, କୁନୋରେ ଚିତାଙ୍କ ବଞ୍ଚାଇ ରଖିବାପାଇଁ ଦୁଇଟି ଆହ୍ୱାନ ରହିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ଚିତାଙ୍କ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ଓ ଶିକାରୀଙ୍କ ଠାରୁ ରକ୍ଷା କରିବା। କୁନୋ ଜାତୀୟ ଉଦ୍ୟାନରେ ୨୧ରୁ ୩୬ଟା ଚିତା ରହିପାରେବେ। ଏହି ୮ଟି ଚିତା ଯଦି ବଞ୍ଚନ୍ତି, ତେବେ ଭାରତରେ ୨୧ଟି ଚିତା ହେବାକୁ ପ୍ରାୟ ୧୫ ବର୍ଷ ଲାଗିବ ଆଉ ୩୦ରୁ ୪୦ ବର୍ଷ ମଧ୍ୟରେ ଏହି ସଂଖ୍ୟା ୩୬ରେ ପହଞ୍ଚିପାରେ। ଅନ୍ୟପଟେ ସ୍ଥାନୀୟ ଅଞ୍ଚଳର ସଂଖ୍ୟାଗରିଷ୍ଠ କଲରାପତରିଆ ବାଘ, ବିଲୁଆ ଓ କୋକିଶିଆଳି ଭଳି ହିଂସ୍ର ଜନ୍ତୁଙ୍କ ସହ ଆଫ୍ରିକୀୟ ଚିତା ମୁହାଁମୁହିଁ ହେବାର ସମ୍ଭାବନା ଅଛି।



ସେପଟେ ଚିତାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଚିତାକୁ ତିଳକ ଲଗାଇବା ସହ ଫୁଲମାଲ ପିନ୍ଧାଯାଇଛି। ବିବାଦୀୟ ବିଜେପି ନେତା କପିଲ ମିଶ୍ରା, ଚିତାର ତିଳକ ଓ ଫୁଲମାଳ ପିନ୍ଧା ଫୋଟ ଟ୍ୱିଟ କରିଛନ୍ତି। ଏହାର କ୍ୟାପସନରେ ସେ ଲେଖିଛନ୍ତି, "ତେବେ ଗାଈ ପରେ ବର୍ତ୍ତମାନ ଚିତା ଭାରତର ଦ୍ୱିତୀୟ ଘୃଣାସ୍ପଦ ପଶୁ ହେବ।" ବିଜେପିର ଲୋକସଭା ସାଂସଦ ପିସି ମୋହନ, ଜବାହରଲାଲ ନେହରୁ ଓ ନରେନ୍ଦ୍ର ମୋଦିଙ୍କ ଫୋଟେ ସେୟାର କରିଛନ୍ତି। ସେ କହିଛନ୍ତି, "ପୂର୍ବରୁ ଆମେ ପାରା ଉଡାଉଥିଲୁ, ଆଜି ଘରକୁ ଚିତା ଆସୁଛନ୍ତି।"