ନୂଆଦିଲ୍ଲୀ: ଆମେରିକା ରାଜଧାନୀ ୱାଶିଂଟନସ୍ଥିତ କ୍ୟାପିଟାଲ ବିଲ୍ଡିଂ ଠାରେ ହୋଇଥିବା ହିଂସାକାଣ୍ଡ ଘଟିବା ସମୟରେ ଆମେରିକା ସହ ଭାରତୀୟ ଜାତୀୟ ପତାକା ପତାକା ଉଡାଯାଇଛି। ଏହି ଘଟଣା ଘଟିବା ସମୟରେ ହିଂସାକାଣ୍ଡ ଭିଆଇଥିବା ଆମେରିକୀୟ ନାଗରିକ "ଟ୍ରମ୍ପ ୨୦୨୦ ଟ୍ରମ୍ପ ୨୦୨୪" ଲେଖାଥିବା ପତାକା ଉଡାଇଥିଲେ। ସେ ସମୟରେ କେହି ଜଣେ ଘଟଣାସ୍ଥଳରେ ଭାରତୀୟ ପତାକା ଉଡାଇଛନ୍ତି।    


COMMERCIAL BREAK
SCROLL TO CONTINUE READING

ଏ ସମର୍କିତ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ଚର୍ଚ୍ଚା ହେଉଛି। ଏନେଇ କୁହାଯାଇଛି ଏପରି ହିଂସାକାଣ୍ଡ ଆମେରିକା ର ଘରୋଇ ମାମଲା। ଏ ଘଟଣାରେ ଜଣେ ୟୁଜର ପ୍ରତିକ୍ରିୟା ରଖି କହିଛନ୍ତି ରାଷ୍ଟ୍ରୀୟ ଗୌରବକୁ ସମ୍ମାନ କରୁଛନ୍ତି। ହେଲେ ହିଂସାକାଣ୍ଡ ସମୟରେ ଏପରି ଢଙ୍ଗରେ ପତାକା ଉଡାଇବା ହାସ୍ୟାସ୍ପଦ। କେଉଁ ମୂର୍ଖ ବ୍ୟକ୍ତି ସେଠାରେ ଭାରତୀୟ ଜାତୀୟ ପତାକା ଉତ୍ତୋଳନ କରୁଥିଲେ? ମୁଁ ଜାତୀୟ ଗୌରବର୍ବକୁ ସମ୍ମାନ କରେ ହେଲେ ଏପରି କାମ ହାସ୍ୟାସ୍ପଦ। 


ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହି କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି ଏହା ଏକ ଲଢେଇ ଏବଂ ଏଥିରେ ଭାଗ ନେବା ଆବଶ୍ୟକତା ନାହିଁ। ଶିବସେନା ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଅନ୍ୟ ଦେଶରେ ହିଂସାତ୍ମକ ତଥା ଅପରାଧିକ ପ୍ରଦର୍ଶନ ସମୟରେ ତ୍ରିରଙ୍ଗା ଉଡାଇବା ଲଜ୍ଜାଜନକ ଘଟଣା। ସେ ଟ୍ୱିଟ କରି କହିଛନ୍ତି ଯିଏ ଭାରତୀୟ ପତାକା ଉତ୍ତୋଳନ କରୁଛି ସେ ନିଜେ ଲଜ୍ଜିତ ହେବା ଆବଶ୍ୟକ। ଅନ୍ୟ କୌଣସି ଦେଶରେ ଏପରି ହିଂସାତ୍ମକ ତଥା ଅପରାଧିକ କାର୍ଯ୍ୟରେ ଭାଗ ନେବାରେ ଆମର ତ୍ରିରଙ୍ଗାକୁ ବ୍ୟବହାର କରନ୍ତୁ ନାହିଁ। 


 



ଏକ ପୋଷ୍ଟରେ ହାସ୍ୟ ଅଭିନେତା ଭାଇ ଦାସ ପତାକା ଉତ୍ତୋଳନ କରିଥିବା ବ୍ୟକ୍ତିଙ୍କୁ ପରାମର୍ଶ ଦେଇ ଲେଖିଛନ୍ତି ପ୍ରତ୍ୟେକ ବଡ ଭିଡ଼ର ଅର୍ଥ ନୁହେଁ କ୍ରିକେଟ୍ ମ୍ୟାଚ୍। ଗୁରୁବାର ଆମେରିକାର କଂଗ୍ରେସ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନଙ୍କ ବିଜୟକୁ ସୁନିଶ୍ଚିତ କରିବା ପରେ ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ ନିଜର ପରାଜୟ ନିଶ୍ଚିତ କରିଛନ୍ତି। ଯଦିଓ ମୁଁ ନିର୍ବାଚନ ଫଳାଫଳ ସହ ସମ୍ପୂର୍ଣ୍ଣ ସହମତ ନୁହେଁ ତଥାପି ଆସନ୍ତା ୨୦ ତାରିଖରେ ପ୍ରତିଦ୍ୱନ୍ଦୀ ବାଇଡେନକୁ କ୍ଷମତା ହସ୍ତାନ୍ତର କରିବି।