ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସ (CBDT) ନିକଟ ଅତୀତରେ ଏକ ନୂତନ ବିଜ୍ଞପ୍ତି ଜାରି କରିଛି । ଏହା ଅଧୀନରେ ଯେଉଁମାନେ ଫିକ୍ସ ଡିପୋଜିଟ୍ (FD) ରେ ଟଙ୍କା ନିବେଶ କରିଛନ୍ତି ସେମାନଙ୍କୁ ଜୁନ୍ ୩୦ ସୁଦ୍ଧା 15G ଏବଂ 15H ଫର୍ମ ଦାଖଲ କରିବାକୁ ପଡିବ । ଯଦି କେହି ଏହାକୁ ଠିକ୍ ସମୟରେ କରିବେ ନାହିଁ, ତେବେ ବ୍ୟାଙ୍କ ଏହା ଉପରେ ଟଙ୍କା କାଟିବା ଆରମ୍ଭ କରିବ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ନକଲି ଡାକ୍ତର ଗିରଫ: ୱାର୍ଡ ବୟରୁ ଶିଶୁ ରୋଗ ବିଶେଷଜ୍ଞ


ଏହି ଫର୍ମଗୁଡିକର FD ସହିତ ସମ୍ପର୍କ କ’ଣ?


କିଛି ଲୋକଙ୍କ ମନରେ ପ୍ରଶ୍ନ ରହିପାରେ ଯେ ଏହି ଦୁଇଟି ଫର୍ମ FD ସହିତ କିପରି ଜଡିତ? ତେବେ ଜାଣି ନିଅନ୍ତୁ ଯେ 15G ଓ 15H ଫର୍ମଗୁଡ଼ିକ ସିଧାସଳଖ ଫିକ୍ସଡ ଡିପୋଜିଟ (FD) ସହିତ ଜଡିତ ହୋଇଥାଏ । ଏଥିରୁ TDS (Tax Deduction at Source) ସଞ୍ଚୟ କରିବାରେ ସାହାଯ୍ୟ କରେ । ଆଜିର ସମୟରେ ଲୋକମାନେ ଆକର୍ଷଣୀୟ ଋଣ ଓ ରିଟର୍ଣ୍ଣ ପାଇଁ FD ରେ ନିବେଶ କରିବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣଙ୍କୁ ଏଫଡିରେ ପ୍ରାପ୍ତ ରିଟର୍ଣ୍ଣ ଉପରେ ଟ୍ୟାକ୍ସ ଦେବାକୁ ପଡିଥାଏ । କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଟ୍ୟାକ୍ସର ଏକ ସୀମା ନିର୍ଦ୍ଧାରଣ କରିଛି, ଯାହାର କ୍ରସିଂ ଉପରେ TDS କଟାଯାଇଥାଏ ।


ଅଧିକ ପଢ଼ନ୍ତୁ:-ବ୍ଲାକ୍ ଫଙ୍ଗସଠୁ ଅଧିକ ବିପଦଜ୍ଜନକ ହ୍ୱାଇଟ୍ ଫଙ୍ଗସ୍, ଜାଣନ୍ତୁ ଏହା ଶରୀର ଉପରେ କିପରି କରେ ଆକ୍ରମଣ


କେତେ ହୋଇଥାଏ TDS ର ଉପରେ ଲିମିଟ?


ଭାରତୀୟ ରିଜର୍ଭ ବ୍ୟାଙ୍କ (Reserve Bank of India) ଅନୁଯାୟୀ, ଟିଡିଏସର ଥ୍ରେସହୋଲ୍ଡ ସୀମା ପୂର୍ବରୁ ୧୦,୦୦୦ ଟଙ୍କା ଥିଲା, ଯାହା ଏହି ଆର୍ଥିକ ବର୍ଷର ବଜେଟରେ ୪୦ ହଜାରକୁ ବୃଦ୍ଧି କରାଯାଇଥିଲା । ଏଠାରେ କହି ରଖୁଛୁ ଯେ ଏହି ସୀମା ଡାକଘର ଓ ବ୍ୟାଙ୍କ ଜମା ପାଇଁ ଅଟେ । ଯଦି ଆପଣ TDS କୁ ଏଡାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ 15G ଏବଂ 15H ଫର୍ମ ପୂରଣ କରିବାକୁ ପଡିବ । ଏହା କେବଳ ଆୟକରର ଏକ ଅଂଶ ହୋଇଥାଏ ।


ଅଧିକ ପଢ଼ନ୍ତୁ:-ମାଡ଼ି ଆସୁଛି ବାତ୍ୟା 'ୟାସ୍', ମୁକାବିଲା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ


15G ଫର୍ମ ପୂରଣ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ସର୍ତ୍ତଗୁଡିକ 


ଆୟ ଉପରେ TDS ରିହାତିକୁ ଏଡାଇବା ପାଇଁ ଫର୍ମ 15G ଭରାଯାଏ । ୫ଟି ସର୍ତ୍ତ ହୋଇଥାଏ, ଯାହା ଆଧାରରେ ଏହି ଫର୍ମ ପୂରଣସ କରାଯାଏ ।  ଆସନ୍ତୁ ଜାଣିବା କେଉଁମାନେ ଏହି ଫର୍ମ ପୂରଣ କରିପାରିବେ-


- ଯେକୌଣସି ଭାରତୀୟ ନାଗରିକ କିମ୍ବା ମିଳିତ ହିନ୍ଦୁ ପରିବାର କିମ୍ବା ଟ୍ରଷ୍ଟ ଏହି ଫର୍ମ ପୂରଣ କରିପାରିବେ ।


- ୬୦ ବର୍ଷରୁ କମ୍ ବୟସର ଲୋକ ଏହି ଫର୍ମ ପୂରଣ କରିପାରିବେ ।


- ଏହି ଫର୍ମ କମ୍ପାନୀ କିମ୍ବା ଫାର୍ମ ପାଇଁ ବୈଧ ନୁହେଁ ।


-ମୋଟ ଆୟ ଉପରେ ଟିକସ ନେଣଦେଣ ଶୂନ ହେବା ଆବଶ୍ୟକ ।


- ଗୋଟିଏ ବର୍ଷରେ ସୁଧରେ ହେଉଥିବା ଆୟ ଟିକସ ଛାଡ ସୀମାଠାରୁ କମ୍ ହେବା ଆବଶ୍ୟକ ।


15H ଫର୍ମ ପୂରଣ କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି ସର୍ତ୍ତଗୁଡିକ 


TDS ରିହାତିକୁ ଏଡାଇବା ପାଇଁ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଫର୍ମ 15H ପୂରଣ କରିବାକୁ ପଡିବ । ତଥାପି, ଏହାର କିଛି ସର୍ତ୍ତ ମଧ୍ୟ ଅଛି । ଆସନ୍ତୁ ଜାଣିବା ଏହା ବିଷୟରେ...


- ଯେକୌଣସି ଭାରତୀୟ ନାଗରିକ ଏହି ଫର୍ମ ପୂରଣ କରିପାରିବେ ।


- ବ୍ୟକ୍ତି ଅତିକମରେ ୬୦ ବର୍ଷ ହେବା ଆବଶ୍ୟକ ।


- ମୋଟ ଆୟ ଉପରେ ଟିକସ ନେଣଦେଣ ଶୂନ ହେବା ଆବଶ୍ୟକ ।


ଅଧିକ ପଢ଼ନ୍ତୁ:-କୋହଲିଙ୍କ ଯୋଗୁଁ ହୋଇଥିଲା ରୋହିତଙ୍କ ବ୍ରେକଅପ୍, ଦେଖନ୍ତୁ ହିଟମ୍ୟାନଙ୍କ ଏକ୍ସ ଗର୍ଲଫ୍ରେଣ୍ଡଙ୍କ ଫଟୋ


ଫର୍ମ ସହିତ ପାନ୍ କାର୍ଡ ଯୋଡ଼ିବାକୁ ଭୁଲନ୍ତୁ ନାହିଁ 


ଏହି ଦୁଇଟି ଫର୍ମରେ ଆପଣଙ୍କର କିଛି ମୌଳିକ ସୂଚନା ପଚରାଯାଏ, ପ୍ରଥମେ ଏହାକୁ ଯତ୍ନର ସହିତ ପୁରଣ କରନ୍ତୁ । ଫର୍ମ ପୂରଣ କରିବା ପରେ ବର୍ତ୍ତମାନ ଟ୍ୟାକ୍ସ ଘୋଷଣା ସହିତ ଆପଣଙ୍କର ପାନ୍ କାର୍ଡର ଏକ କପି ସଂଲଗ୍ନ କରନ୍ତୁ । ଏହା ପରେ, ଏହି ଫର୍ମକୁ ଆପଣଙ୍କ ଫାଇନେନଶିୟରଙ୍କ ପାଖରେ ଜମା କରନ୍ତୁ । ମନେରଖନ୍ତୁ ଯେ ଏହି ଦୁଇଟି ଫର୍ମ କେବଳ ଗୋଟିଏ ବର୍ଷ ପାଇଁ ବୈଧ ଅଟେ ।