ବିକ୍ରମ ସାହୁ, ନୂଆଦିଲ୍ଲୀ: ଦିନ ଯେତିକି ଗଡ଼ୁଛି, ସୁଶାନ୍ତ ସିଂ ରାଜପୁତ (Sushant Singh Rajput) ମାମଲାର ରହସ୍ୟ ସେତିକି ଗମ୍ଭୀର ହେଉଛି । ତଦନ୍ତ କରିବାକୁ ସିବିଆଇ (CBI) କୁ 'ସୁପ୍ରିମ' ପାୱାର ମିଳିବା ପରେ ଏବେ ପ୍ରତି ମୁହୂର୍ତ୍ତରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ସିବିଆଇ (CBI), ଇଡି (ED) ଓ ଏନସିବି (NCB) ପଞ୍ଝା ମେଲାଇ ଛକି ବସିଛନ୍ତି । ଗୋଟିଏ ଦିନ ପୂର୍ବରୁ କେବେ ବି ଡ୍ରଗ୍ସ ସେବନ କରି ନ ଥିବା କହୁଥିବା ରିୟା ଚକ୍ରବର୍ତ୍ତୀଙ୍କ ଡିଲିଟେଡ୍ ହ୍ୱାଟ୍ସଆପ ଚାର୍ଟରୁ ଡ୍ରଗ୍ସ ଲିଙ୍କର ଗୁମର ଫିଟିଛି । 


COMMERCIAL BREAK
SCROLL TO CONTINUE READING

ସିକ୍ରେଟ୍ ଡ୍ରଗ୍ସ ପ୍ଲାନ୍ ସହ ହାର୍ଡ ଡିସ୍କ (Hard Disk) ରୁ ଡାଟା ଡିଲିଟ୍ କରି ପ୍ରମାଣ ଲୁଚାଇବାକୁ ପ୍ରୟାସ କରିଥିବା ସୁନ୍ଦରୀ ନାୟିକା ରିୟା ଚକ୍ରବର୍ତ୍ତୀ (Reah Chakraborty) ଙ୍କ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଛି । ରିୟାଙ୍କ ମୋବାଇଲ ଫୋନରେ ଲୁଚି ରହିଛି ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ରହସ୍ୟ । ସୁଶାନ୍ତଙ୍କୁ ପ୍ରେମ (Love) ଜାଲରେ ଫସାଇ ତାଙ୍କର ଅର୍ଥ ହଡପ କରାଯାଇଛି । ଦୀର୍ଘ ଦିନ ଧରି ତାଙ୍କୁ ଖାଦ୍ୟ ଓ ପାନୀୟରେ ରିୟା ସ୍ଲୋ ପଏଜନ ଦେଇଥିବା ସୁଶାନ୍ତଙ୍କ ବାପା କେକେ ସିଂହ (K K Singh) ଅଭିଯୋଗ କରିବା ସହ NCB ରିୟାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି । ରିୟାଙ୍କ ଦୁଇଟି ମୋବାଇଲର କ୍ଲୋନ ପରେ ଡିଲିଟେଡ ଚାର୍ଟ ରିଟ୍ରିଭ ହୋଇସାରିଛି । 


ଯେଉଁଥିରେ ସୁଶାନ୍ତଙ୍କ ଟଙ୍କା ହଡ଼ପ ଓ ଡ୍ରଗ୍ସ କିଣା ପ୍ରସଙ୍ଗରେ ରିୟା, ସାମୁଏଲ ମିରିଣ୍ଡା (Samuel Miranda), ଦୀପେଶ ସାୱନ୍ତ (Dipesh Sawant), ଶୋଭିକ ଚକ୍ରବର୍ତ୍ତୀ (Souvik Chakraborty) ଓ ଜୟାଙ୍କ ସହ ଚାର୍ଟ କରିଥିବା ସ୍ପଷ୍ଟ ହୋଇଛି । ସୁଶାନ୍ତଙ୍କ ମୃତ୍ୟୁ ପାଇଁ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଛନ୍ତି ସୁଶାନ୍ତଙ୍କ ବାପା କୃଷ୍ଣ କିଶୋର । ଏବେ ରିୟାଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଯୋଗାଡ଼ କରିବା ପାଇଁ ସିବିଆଇ, ଇଡି ଓ ନାର୍କୋଟିକ୍ସ ତଦନ୍ତ ଜାରି ରହିଛି । ସେପଟେ ରିୟାଙ୍କ ବାପା ଇନ୍ଦ୍ରଜିତ ଚକ୍ରବର୍ତ୍ତୀଙ୍କୁ  ଗୁରୁବାର ଇଡି ପଚରାଉଚରା କରିଛି । ଡ୍ରଗ୍ସ (Drugs) ପ୍ରସଙ୍ଗରେ ରିୟାଙ୍କ ସମେତ ୫ ଜଣଙ୍କ ନାମରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି । 


ଗୁରୁବାର ସିବିଆଇ (CBI) ତଦନ୍ତର ସପ୍ତମ ଦିନରେ ରିୟାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ, ସୁଶାନ୍ତଙ୍କ ବନ୍ଧୁ ସିଦ୍ଧାର୍ଥ ପିଠାନୀ (Sidharth Pithani), କୁକ ନିରଜ ସିଂହ (Niraj Singh) ଓ କେଶବ, ସିଏ (CA) ରଜତ ମେୱାତି (Rajat Mewati)ଙ୍କ ସହ ସୁଶାନ୍ତଙ୍କ ଘରର ୱାଚମ୍ୟାନଙ୍କୁ ଜେରା କରିଛି । ସୁଶାନ୍ତଙ୍କ ଏଟିଏମ କାର୍ଡର ପିନ ମଧ୍ୟ ରିୟାଙ୍କୁ ଜଣାଥିଲା ଓ ସେ ସୁଶାନ୍ତଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିବା ସିବିଆଇ ଓ ଇଡି ତଦନ୍ତରୁ ସ୍ପଷ୍ଟ ହୋଇସାରିଛି । ସେପଟେ ସୁଶାନ୍ତଙ୍କ ମୃତ୍ୟୁ ପରେ ନିଜ ଘରୁ ଫେରାର ହେବା ପୂର୍ବରୁ ରିୟା ଚକ୍ରବର୍ତ୍ତୀ ନିଜ ଲାପଟପ ଓ ଡେସ୍କଟପରୁ ଡାଟା ଡିଲିଟ କରିବା ସହ ହାର୍ଡ ଡିସ୍କକୁ ନଷ୍ଟ କରିଥିବା ଜଣାପଡ଼ିଛି । 


ସୁଶାନ୍ତଙ୍କ ହତ୍ୟା ପଛରେ ଥିବା ରିୟାଙ୍କ ଷଡ଼ଯନ୍ତ୍ର, ଯୋଜନାର ପର୍ଦ୍ଦାଫାସ ହୋଇସାରିଛି । ପ୍ରମାଣ ଲୁଚାଇବା ପାଇଁ ସବୁ ପ୍ରକାର ଉଦ୍ୟମ ସତ୍ତ୍ୱେ ସିବିଆଇ, ଇଡି ଓ NCB ଗୋଟିଏ ପରେ ଗୋଟିଏ ଶକ୍ତ ପ୍ରମାଣ ଯୋଗାଡ଼ କରିବାରେ ସଫଳ ହେଉଛନ୍ତି । ଯାହା ରିୟାଙ୍କୁ କାଠଗଡ଼ାକୁ ଟାଣି ନେବାକୁ ସମର୍ଥ ହୋଇପାରିବ । ଏବେ କେବଳ ରିୟା ଚକ୍ରବର୍ତ୍ତୀ ନିଜ ମୁହଁରେ ନିଜ ଅପରାଧ ସ୍ୱୀକାର ଓ ସିକ୍ରେଟ ପ୍ଲାନର ପର୍ଦ୍ଦାଫାସ କରିବାକୁ ଅପେକ୍ଷା କରିଛନ୍ତି ସୁଶାନ୍ତଙ୍କ ପରିବାର ଓ ପ୍ରଶଂସକ ।