7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କୁ ଲାଗିବାକୁ ଯାଉଛି ଜୋରଦାର ଝଟକା। ସରକାର ମଙ୍ଗଳବାର ସଫା ସଫା କହିଦେଇଛନ୍ତି ଯେ, ମହଙ୍ଗା ଭତ୍ତା ବା (Dearness Allowance)  ର ୧୮ ମାସର ବକେୟା ଜାରି କରିବା ଏବେ ସମ୍ଭବପର ନୁହେଁ। କୋରୋନା କାଳରେ କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବାକୁ ଥିବା ମହଙ୍ଗା ଭତ୍ତା ଓ ପେନସେନ ଭୋଗୀଙ୍କ ଡିଆର ଉପରେ ରୋକ୍ ଲଗାଇ ଦିଆଯାଇଥିଲା । 


COMMERCIAL BREAK
SCROLL TO CONTINUE READING

ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ ମଙ୍ଗଳବାର ଦିନ ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି ଯେ କେନ୍ଦ୍ର ସରକାରଙ୍କ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀଙ୍କୁ ମହଙ୍ଗା ଭତ୍ତା ଏବଂ DR ର ଉଲ୍ଲେଖନୀୟ କିସ୍ତି ପ୍ରଦାନ କରିବା ବ୍ୟବହାରିକ ନୁହେଁ। କୋରୋନା ଅବଧି ୨୦୨୦ ରେ କୋଭିଡ୍ ର ପ୍ରତିକୂଳ ପ୍ରଭାବ ଏବଂ କେନ୍ଦ୍ର ଦ୍ୱାରା ନିଆଯାଇଥିବା କଲ୍ୟାଣମୂଳକ ପଦକ୍ଷେପ ଯୋଗୁଁ ଏହାର ଆର୍ଥିକ ପ୍ରଭାବ ୨୦୨୦-୨୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଜାରି ରହିଥିଲା। 


Also Read: Tawang Clash: ଭାରତ ପକ୍ଷରୁ ଚୀନ ପାଇପାରେ ବଡ଼ ଧରଣର ଝଟକା, ଜାଣନ୍ତୁ କିପରି


Also Read: Vastu Tips for Mirror: ଭୁଲରେ ବି ଘରର ଏହି ଦିଗରେ ରଖନ୍ତୁ ନାହିଁ ଦର୍ପଣ, ନଚେତ ମାଡି ଆସିବ ବଡ ବିପଦ !


ସେପଟେ ରାଜ୍ୟ ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିଭିନ୍ନ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନ୍‌ସନ୍‌ଭୋଗୀ ସଙ୍ଗଠନମାନେ ୧୮ ମାସର DA ଏବଂ DR ମୁକ୍ତ ହେବା ନେଇ ସରକାରଙ୍କୁ ଅନେକ ଆବେଦନ କରିଛନ୍ତି। ମହାମାରୀ ଯୋଗୁଁ ହୋଇଥିବା ଆର୍ଥିକ ବ୍ୟାଘାତକୁ ଦୃଷ୍ଟିରେ ରଖି ସରକାର ଜାନୁଆରୀ ୧, ୨୦୨୧ ପର୍ଯ୍ୟନ୍ତ ଦେୟ ପ୍ରଦାନ କରିବାକୁ ଥିବା DA ଏବଂ DR ର ୩ଟି କିସ୍ତି ଉପରେ ପ୍ରତିବନ୍ଧକ ଲଗାଇଥିଲେ।


Also Read: Interesting Story: Exercise କରନ୍ତୁ ମାଗଣା ବସ ଟିକେଟ ପାଆନ୍ତୁ, ଜାଣନ୍ତୁ କେଉଁଠି ?