ବଡ଼ ଖବର! ପେନସନକୁ ନେଇ ସରକାର ଜାରୀ କଲେ ନୂଆ ନିୟମ, ଜାଣନ୍ତୁ ଏହା ବିଷୟରେ ସବୁକିଛି
Central Government Pension Scheme: ଏହି ଘୋଷଣା ପରେ ସମସ୍ତ ପେନସନ ବିତରଣ କରୁଥିବା ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦ୍ଦେଶକଙ୍କୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାର ନିର୍ଦ୍ଦେଶକଙ୍କୁ କହିଛନ୍ତି ଯେ, ମାନସିକ ବିକୃତ ପିଲାମାନଙ୍କ ପାରିବାରିକ ପେନସନର ସୁବିଧାସୁଯୋଗ ପାଇବାକୁ ସୁନିଶ୍ଚିତ କରିବା ପାଇଁ ସେମାନ ନିଜର କେନ୍ଦ୍ରୀୟ ପେନସନ୍ ପ୍ରକ୍ରିୟାକରଣ କେନ୍ଦ୍ର, ପେନସନ୍ ପେମେଣ୍ଟ୍ ଶାଖାକୁ ନିର୍ଦ୍ଦେଶ ଦିଅନ୍ତୁ । ଏହି ପେନସନ୍ ନାମାଙ୍କନ ମାଧ୍ୟମରେ ସେହି ପିଲାମାନଙ୍କୁ ଦିଆଯିବ । ଏହା ଏକ ଆଇନଗତ ବ୍ୟବସ୍ଥା ଯାହାକୁ କୌଣସି ଅନୁଷ୍ଠାନ ଅସ୍ୱୀକାର କରିପାରିବ ନାହିଁ । ଏହିପରି ପିଲାମାନଙ୍କ ପାଇଁ ବ୍ୟାଙ୍କଗୁଡିକ କୋର୍ଟର ଅଭିଭାବକ ପ୍ରମାଣପତ୍ର ମାଗି ପାରିବେ ନାହିଁ ।
ନୂଆଦିଲ୍ଲୀ: Central Government Pension Scheme: କେନ୍ଦ୍ର ସରକାରୀ କର୍ମଚାରୀ (Central Government Employees) ଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି । ଫ୍ୟାମିଲି ପେନସନ୍ (Family Pension) କୁ ନେଇ ସରକାର ଏକ ନୂତନ ନିୟମ ଜାରି କରିଛନ୍ତି । ଜାରି କରାଯାଇଥିବା ନିୟମ ଅନୁଯାୟୀ, ମୃତ ସରକାରୀ କର୍ମଚାରୀ (Deceased Government Employee) ଙ୍କ ଏପରି ସନ୍ତାନ ଯିଏ ମାନସିକ ସ୍ତରରେ ଅକ୍ଷମ ଅଛନ୍ତି, ସେମାନଙ୍କୁ ମଧ୍ୟ ଫ୍ୟାମିଲି ପେନସନର ସୁବିଧା ମିଳିବ । ମାନସିକ ବିକୃତି (Mental Disorder) ର ଶିକାର ହୋଇଥିବା ପିଲାମାନେ ମଧ୍ୟ ପରିବାର ପେନସନ୍ ପାଇବାକୁ ହକଦାର ।
ସୂଚନାଯୋଗ୍ୟ, ମାନସିକ ବିକୃତିର ଶିକାର ହୋଇଥିବା ପିଲାମାନଙ୍କୁ ଫ୍ୟାମିଲି ପେନସନ (Family Pension) ର ସୁବିଧା ନ ମିଳିବାରୁ ସେମାନେ ନିଜର ଭରଣ ପୋଷଣ କରିପାରନ୍ତି ନାହିଁ । ଫଳରେ ସେମାନେ ଜୀବନଯାପନରେ ଅସମର୍ଥ ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ଅନ୍ୟମାନଙ୍କ ଉପରେ ନିର୍ଭର ରହିବାକୁ ପଡ଼େ ।
କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ (Union Minister Jitendra Singh) କହିଛନ୍ତି ଯେ, "ପେନସନ ଓ ପେନସନର କଲ୍ୟାଣ ବିଭାଗ ଲୋକଙ୍କ ସହ ବାର୍ତ୍ତାଳାପରେ ଜାଣିବାକୁ ପାଇଛି ଯେ ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କୁ ପରିବାର ପେନସନ୍ର ସୁବିଧା ଦେଉ ନାହାଁନ୍ତି । ଏଭଳି ମାନସିକ ବିକାରଗ୍ରସ୍ତ ପିଲାମାନଙ୍କୁ ବ୍ୟାଙ୍କଗୁଡ଼ିକ ପେନସନ ଦେବାକୁ ମନା କରୁଛନ୍ତି । ବ୍ୟାଙ୍କଗୁଡ଼ିକ ଏହି ପିଲାମାନଙ୍କଠାରୁ କୋର୍ଟ ଦ୍ୱାରା ଦିଆଯାଇଥିବା ଅଭିଭାବକ ପ୍ରମାଣପତ୍ର ମାଗୁଛନ୍ତି । ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ସାଧାରଣ ଲୋକଙ୍କ ଜୀବନକୁ ସହଜ କରିବାକୁ ଚେଷ୍ଟା କରୁଛନ୍ତି ଓ ଏଥିପାଇଁ ଉତ୍ତମ ଶାସନ ମନ୍ତ୍ର ଉପରେ ଗୁରୁତ୍ୱ ଦିଆଯାଉଛି ।"
ଜିତେନ୍ଦ୍ର ସିଂ କହିଛନ୍ତି, "ଏଭଳି ସ୍ଥିତିରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଫ୍ୟାମିଲି ପେନସନରେ ନୋମିନେଶନର ପ୍ରାବଧାନକୁ ଜରୁରୀ କରାଯାଉଛି,, ଯାହାଫଳରେ କର୍ମଚାରୀଙ୍କ ପିଲାମାନେ ବାଧା ବିନା ପେନସନ୍ ପାଇପାରିବେ । ମାନସିକ ବିକାରଗ୍ରସ୍ତ ପିଲାମାନେ ମଧ୍ୟ କୋର୍ଟରୁ ସହଜରେ ଅଭିଭାବକ ପ୍ରମାଣପତ୍ର ପାଇପାରିବେ, ଏହାକୁ ମଧ୍ୟ ସହଜ କରାଯାଇଛି । ମୃତ ସରକାରୀ କର୍ମଚାରୀଙ୍କ ପିଲାମାନଙ୍କୁ କେଉଁ ସରକାରୀ ପେନସନ୍ ଦିଆଯାଉଛି, ତାହା ଆଧାରରେ କୋର୍ଟରୁ ଏକ ପ୍ରମାଣପତ୍ର ଦିଆଯାଇଥାଏ । ବ୍ୟାଙ୍କଗୁଡିକ ଏହିପରି ପିଲାମାନଙ୍କ ଠାରୁ ଅଭିଭାବକ ପ୍ରମାଣପତ୍ର ଉପରେ ଜିଦ୍ ଧରି ପାରିବେ ନାହିଁ ଓ ପେନସନକୁ ମନା କରିପାରିବେ ନାହିଁ ଯେ ଆପଣ ପ୍ରଥମେ କୋର୍ଟରୁ ପ୍ରମାଣପତ୍ର ଆଣନ୍ତୁ ।"
ଏହା ବି ପଢ଼ନ୍ତୁ:-ୟୁକ୍ରେନକୁ ନେଇ ଋଷ-ଆମେରିକା ମୁହାଁମୁହିଁ ମଧ୍ୟରେ କେଉଁ ଗୋଷ୍ଠୀରେ ଯୋଗ ଦେବ ପାକିସ୍ତାନ? ଇମ୍ରାନ ଖାନ ଦେଲେ ଏହି ବଡ଼ ବୟାନ
ଏହା ବି ପଢ଼ନ୍ତୁ:-ଶେଷ ହେଲା କୋରୋନାର ତୃତୀୟ ଲହର! ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଆଖି ବୁଜିଲେ ୩୪୭ ସଂକ୍ରମିତ
ଏହା ବି ପଢ଼ନ୍ତୁ:-୧.୩୦ ଲକ୍ଷ ସୈନ୍ୟ, ଯୁଦ୍ଧ ବିମାନ, ମିସାଇଲ, ଟ୍ୟାଙ୍କ...ତିନି ଆଡୁ ଘେରି ସାରିଛି ୟୁକ୍ରେନ; ଆକ୍ରମଣ କରିବ ଋଷ!
ଏହା ବି ପଢ଼ନ୍ତୁ:-ୟୁକ୍ରେନକୁ ନେଇ ତୃତୀୟ ବିଶ୍ୱଯୁଦ୍ଧ ମୁହାଁ ଦୁନିଆ! ଋଷର ସାମୁଦ୍ରିକ ସୀମାରେ ପଶିଲା ଆମେରିକାର ପରମାଣୁ ଯୁଦ୍ଧ ଜାହାଜ
ଏହି ଘୋଷଣା ପରେ ଯଦି କୌଣସି ବ୍ୟାଙ୍କ କୋର୍ଟ ଦ୍ୱାରା ଜାରି କରାଯାଇଥିବା ଅଭିଭାବକ ପ୍ରମାଣପତ୍ର ବିନା ମାନସିକ ବିକୃତିରେ ପୀଡିତ ପିଲାମାନଙ୍କୁ ପରିବାର ପେନସନ୍ ଦେବାକୁ ମନା କରନ୍ତି, ତେବେ ଏହା କେନ୍ଦ୍ରୀୟ ସିଭିଲ ସର୍ଭିସ (ପେନସନ୍) ନିୟମ, ୨୦୨୧ର ନିୟମର ଉଲ୍ଲଂଘନ କରିବ । ଅର୍ଥାତ୍ ଏଭଳି ପରିସ୍ଥିତିରେ ବ୍ୟାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଯଦି ମାନସିକ ବିକୃତିର ଶିକାର ହୋଇଥିବା ପିଲା ତାଙ୍କ ପିତାମାତାଙ୍କ ପେନସନ୍ ଯୋଜନାରେ ମନୋନୀତ ନୁହଁନ୍ତି ଓ ତାଙ୍କଠାରୁ କୋର୍ଟ ସାର୍ଟିଫିକେଟ୍ ମଗାଯାଏ, ତେବେ ଏହା ପେନସନ୍ ଉଦ୍ଦେଶ୍ୟ ବିରୁଦ୍ଧରେ ହେବ ।
ଏହି ଘୋଷଣା ପରେ ସମସ୍ତ ପେନସନ ବିତରଣ କରୁଥିବା ବ୍ୟାଙ୍କଗୁଡ଼ିକର ପରିଚାଳନା ନିର୍ଦ୍ଦେଶକଙ୍କୁ ସରକାର ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାର ନିର୍ଦ୍ଦେଶକଙ୍କୁ କହିଛନ୍ତି ଯେ, ମାନସିକ ବିକୃତ ପିଲାମାନଙ୍କ ପାରିବାରିକ ପେନସନର ସୁବିଧାସୁଯୋଗ ପାଇବାକୁ ସୁନିଶ୍ଚିତ କରିବା ପାଇଁ ସେମାନ ନିଜର କେନ୍ଦ୍ରୀୟ ପେନସନ୍ ପ୍ରକ୍ରିୟାକରଣ କେନ୍ଦ୍ର, ପେନସନ୍ ପେମେଣ୍ଟ୍ ଶାଖାକୁ ନିର୍ଦ୍ଦେଶ ଦିଅନ୍ତୁ । ଏହି ପେନସନ୍ ନାମାଙ୍କନ ମାଧ୍ୟମରେ ସେହି ପିଲାମାନଙ୍କୁ ଦିଆଯିବ । ଏହା ଏକ ଆଇନଗତ ବ୍ୟବସ୍ଥା ଯାହାକୁ କୌଣସି ଅନୁଷ୍ଠାନ ଅସ୍ୱୀକାର କରିପାରିବ ନାହିଁ । ଏହିପରି ପିଲାମାନଙ୍କ ପାଇଁ ବ୍ୟାଙ୍କଗୁଡିକ କୋର୍ଟର ଅଭିଭାବକ ପ୍ରମାଣପତ୍ର ମାଗି ପାରିବେ ନାହିଁ ।