ନୂଆଦିଲ୍ଲୀ: Monkey Pox Guidelines: ସାରା ଦୁନିଆରେ ମଙ୍କିପକ୍ସ ଦ୍ରୁତ ଗତିରେ ବିସ୍ତାର କରିବାରେ ଲାଗିଛି । ଯାହା ଫଳରେ ଲୋକଙ୍କ ମଧ୍ୟରେ ନୂଆ ଭୟ ସୃଷ୍ଟି ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ରୋଗର ପରିଚାଳନା ପାଇଁ ଗାଇଡଲାଇନ୍ ଜାରି କରିଛନ୍ତି । ଏଠାରେ କହି ରଖୁଛୁ ଯେ, ମେ' ୩୧ ସୁଦ୍ଧା ଭାରତରେ ମଙ୍କିପକ୍ସର କୌଣସି ଖବର ନାହିଁ । ମଙ୍କିପକ୍ସର ପରିଚାଳନା ଉପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ /କେନ୍ଦ୍ର ଶାସିତ ପ୍ରଦେଶ ପାଇଁ ଗାଇଡଲାଇନ୍ ଜାରି କରିଛି । ଇଣ୍ଟିଗ୍ରେଟେଡ୍ ରୋଗ ସର୍ଭିଲାନ୍ସ ପ୍ରୋଗ୍ରାମ ନେଟୱାର୍କ ମାଧ୍ୟମରେ NIV ପୁଣେ ଆପେକ୍ସ ଲାବୋରେଟୋରୀକୁ କ୍ଲିନିକାଲ୍ ନମୁନା ପଠାଯିବ ।


COMMERCIAL BREAK
SCROLL TO CONTINUE READING

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ୍ ଅନୁଯାୟୀ, ସଂକ୍ରାମକ ଅବଧି ମଧ୍ୟରେ କୌଣସି ରୋଗୀ ବା ତାଙ୍କ ଦୂଷିତ ସାମଗ୍ରୀ ସହ ଶେଷ ସମ୍ପର୍କରୁ ୨୧ ଦିନ ଅବଧି ପାଇଁ ଲକ୍ଷଣଗୁଡ଼ିକର ଆରମ୍ଭ ହେବା ପାଇଁ ସମ୍ପର୍କଗୁଡିକ ଅତି କମରେ ଦୈନିକ ନଜର ରଖିବା ଉଚିତ । ଏହି ମାମଲାରେ WHO କହିଛି ଯେ, ମଙ୍କିପକ୍ସ ମହାମାରୀର ରୂପ ନେବ ନାହିଁ । ତଥାପି, ଏହି ଭୂତାଣୁ ବିଷୟରେ ଅନେକ ଜିନିଷ ଅଛି ଯାହା ସ୍ପଷ୍ଟ ନୁହେଁ । ଆପଣଙ୍କୁ କହି ରଖୁଛୁ ଯେ, ମେ' ମାସ ଆରମ୍ଭରେ ମଙ୍କିପକ୍ସର ଆରମ୍ଭ ହୋଇଥିଲା । ଏଠାରେ କହି ରଖୁଛୁ ଯେ, ମଙ୍କିପକ୍ସ ଏକ ବିରଳ ରୋଗ ଓ ନିକଟରେ ୟୁରୋପୀୟ ଦେଶମାନଙ୍କରେ ଏକାଧିକ ମାମଲା ଚିହ୍ନଟ ହେବା ପରେ ସାରା ବିଶ୍ୱରେ ଚିନ୍ତା ବଢ଼ାଇଛି । ମଙ୍କିପକ୍ସ ରୋଗ ମୁଖ୍ୟତଃ ପଶ୍ଚିମ ଓ କେନ୍ଦ୍ରୀୟ ଆଫ୍ରିକାରେ ଦେଖିବାକୁ ମିଳିଥାଏ । 


ମଙ୍କିପକ୍ସର ଲକ୍ଷଣ ଗୁଡ଼ିକ କ’ଣ?


ମଙ୍କିପକ୍ସ ରୋଗରେ ସାଧାରଣତଃ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଦେଖାଯାଇଥାଏ । ଏହାସହ ଚିକେନପକ୍ସ ପରି ଦାଗ ମଧ୍ୟ ହାତ ଏବଂ ମୁହଁରେ ଦେଖାଯାଇଥାଏ ।


ମଙ୍କିପକ୍ସ କିପରି ବ୍ୟାପେ?


ମଙ୍କି ପକ୍ସ ସାଧାରଣତଃ ଆକ୍ରାନ୍ତ ପ୍ରାଣୀ ଯଥା ମୂଷା ପ୍ରଜାତିର ଜୀବ ଓ ମାଙ୍କଡମାନଙ୍କ ଠାରୁ ବ୍ୟାପିଥାଏ । ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (US Centers for Disease Control and Prevention) ଅନୁସାରେ ଶରୀରର ତରଳ ପଦାର୍ଥ, ମଙ୍କିପକ୍ସ ଘା,  ରୋଗୀର ଜିନିଷ (ଯେପରିକି ପୋଷାକ ବା ଶଯ୍ୟା) ମାଧ୍ୟମରେ ମଙ୍କିପକ୍ସ ବ୍ୟାପିପାରେ । ଏହା ସହ ଘରୋଇ ଭୂତାଣୁରୋଧକ (disinfectants) ମାଧ୍ୟମରେ ମଧ୍ୟ ଏହାକୁ ମରାଯାଇପାରିବ । ଏନେଇ ଆମେରିକାର ସ୍ୱାସ୍ଥ୍ୟ ବିଭାଗ କହିଛି । କେତେକ କ୍ଷେତ୍ରରେ ମଙ୍କିପକ୍ସ ମାରାତ୍ମକ ହୋଇପାରେ ।


ଏହା ବି ପଢ଼ନ୍ତୁ:-କଂଗ୍ରେସର ବଡ଼ ନିଷ୍ପତ୍ତି: ଏହି ରାଜ୍ୟର ପୌର ନିର୍ବାଚନରେ ନିଜ ଚିହ୍ନରେ ନିର୍ବାଚନ ଲଢ଼ିବ ନାହିଁ ଦଳ, ଜାଣନ୍ତୁ କ'ଣ ରହିଛି କାରଣ


ଏହା ବି ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: ଶସ୍ତା ହେଲା LPG ସିଲିଣ୍ଡର, ଆଜିଠାରୁ ୧୩୫ ଟଙ୍କା କମ୍ ହେଲା ଦାମ୍


 


ମଙ୍କିପକ୍ସର ଚିକିତ୍ସା ବିଧି


ମଙ୍କିପକ୍ସର ସେମିତି କିଛି ନିର୍ଦ୍ଧିଷ୍ଟ ଚିକିତ୍ସା ନାହିଁ । ଏହାର ଲକ୍ଷଣ ୨ରୁ ୪ ସପ୍ତାହ ମଧ୍ୟରେ ଚାଲିଯାଇଥାଏ । ୧୧ଟି ଆଫ୍ରିକୀୟ ଦେଶରେ ଏହି ରୋଗ ଏଣ୍ଡେମିକ୍(Endemic) ଭାବରେ ବିବେଚନା କରାଯାଏ । ଏପରିକି ସ୍ମଲପକ୍ସ ରୋଗ ପାଇଁ ବ୍ୟବହୃତ ଆଣ୍ଟିଭାଇରାଲ୍ ଔଷଧ ମଧ୍ୟ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ମଙ୍କିପକ୍ସର ଚିକିତ୍ସାରେ ବ୍ୟବହୃତ ହୋଇପାରେ ବୋଲି ଆମେରିକାର ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଏକ ବୟାନରେ କହିଛନ୍ତି । ଏହା ବିଷୟରେ ସଚେତନ ରହିଲେ ହିଁ ରୋଗ ସଂକ୍ରମଣରେ ରୋକ ଲଗାଯାଇପାରିବ । ମଙ୍କିପକ୍ସ ଲକ୍ଷଣ ଥିବା ନେଇ ସନ୍ଦେହ ହେଲେ ଲୋକମାନେ ଅଲଗା ହୋଇ ରହିବା ସହ ଚିକିତ୍ସା କରାଇବାର ଆବଶ୍ୟକତା ରହିଛି ।


ସୂଚନାଯୋଗ୍ୟ, ମଙ୍କିପକ୍ସ ପୃଥିବୀର ୨୦ଟି ଦେଶରେ କାୟା ବିସ୍ତାର କରିସାରିଛି । ଏଥିରେ ୩୦୦ ସନ୍ଧିଗ୍ଧ ଓ ନିଶ୍ଚିତ ମାମଲା ରହିଛି ।