କଂଗ୍ରେସର ବଡ଼ ନିଷ୍ପତ୍ତି: ଏହି ରାଜ୍ୟର ପୌର ନିର୍ବାଚନରେ ନିଜ ଚିହ୍ନରେ ନିର୍ବାଚନ ଲଢ଼ିବ ନାହିଁ ଦଳ, ଜାଣନ୍ତୁ କ'ଣ ରହିଛି କାରଣ
Advertisement

କଂଗ୍ରେସର ବଡ଼ ନିଷ୍ପତ୍ତି: ଏହି ରାଜ୍ୟର ପୌର ନିର୍ବାଚନରେ ନିଜ ଚିହ୍ନରେ ନିର୍ବାଚନ ଲଢ଼ିବ ନାହିଁ ଦଳ, ଜାଣନ୍ତୁ କ'ଣ ରହିଛି କାରଣ

ହରିୟାଣା ପ୍ରଦେଶ କଂଗ୍ରେସ କମିଟି ସଭାପତି ଉଦୟଭାନ (Haryana PCC President Udaybhan) କହିଛନ୍ତି ଯେ, ପୌର ନିର୍ବାଚନକୁ ନେଇ ଚଣ୍ଡିଗଡ଼ରେ ଏକ ବୈଠକ ଆୟୋଜିତ ହୋଇଛି ଯେଉଁଥିରେ ଦଳର ହରିୟାଣା ଦାୟିତ୍ୱରେ ଥିବା ବିବେକ ବନ୍ସଲ, କଂଗ୍ରେସ ବିଧାନସଭା ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭୁପେନ୍ଦ୍ର ସିଂ ହୁଡ୍ଡା, ସାଂସଦ ତଥା କଂଗ୍ରେସ କାର୍ଯ୍ୟ କମିଟିରେ ବିଶେଷ ଭାବରେ ଆମନ୍ତ୍ରିତ ଚୌଧୁରୀ ଦିପେନ୍ଦର ସିଂ ହୁଡ୍ଡା, ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ଭରଦ୍ୱାଜ, ଚୌଧୁରୀ ରାମକିଶନ ଗୁର୍ଜର ଏବଂ ବିଧାୟକ କିରଣ ଚୌଧୁରୀଙ୍କ ସମେତ ଯେଉଁ ସ୍ଥାନର ପୌର ନିର୍ବାଚନ ହେବାର ଅଛି, ସେହି ଅଞ୍ଚଳର ବିଧାୟକମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

କଂଗ୍ରେସର ବଡ଼ ନିଷ୍ପତ୍ତି: ଏହି ରାଜ୍ୟର ପୌର ନିର୍ବାଚନରେ ନିଜ ଚିହ୍ନରେ ନିର୍ବାଚନ ଲଢ଼ିବ ନାହିଁ ଦଳ, ଜାଣନ୍ତୁ କ'ଣ ରହିଛି କାରଣ

ନୂଆଦିଲ୍ଲୀ: ପ୍ରତ୍ୟେକ ରାଜନୈତିକ ଦଳର ନିଜସ୍ୱ ନିର୍ବାଚନୀ ଚିହ୍ନ ରହିଛି । କିନ୍ତୁ ହରିୟାଣାର ପୌର ନିର୍ବାଚନ ( Haryana Civic Election) ରେ କଂଗ୍ରେସ (Congress) ନିଜ ନିର୍ବାଚନୀ ଚିହ୍ନରେ ନିର୍ବାଚନ ଲଢ଼ିବ ନାହିଁ ବୋଲି ଦଳ ନିଷ୍ପତ୍ତି ନେଇଛି । ହରିୟାଣାର ୧୮ଟି ପୌର ପରିଷଦ ଓ ୨୮ଟି ପୌରସଂସ୍ଥାରେ ହେବାକୁ ଯାଉଥିବା ନିର୍ବାଚନରେ କଂଗ୍ରେସ ଦଳ ଚିହ୍ନରେ ଲଢ଼ିବ ନାହିଁ । ମଙ୍ଗଳବାର ଚଣ୍ଡିଗଡ଼ରେ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ହରିୟାଣା ପ୍ରଦେଶ କଂଗ୍ରେସ କମିଟି ସଭାପତି ଉଦୟଭାନ (Haryana PCC President Udaybhan) କହିଛନ୍ତି ଯେ, ପୌର ନିର୍ବାଚନକୁ ନେଇ ଚଣ୍ଡିଗଡ଼ରେ ଏକ ବୈଠକ ଆୟୋଜିତ ହୋଇଛି ଯେଉଁଥିରେ ଦଳର ହରିୟାଣା ଦାୟିତ୍ୱରେ ଥିବା ବିବେକ ବନ୍ସଲ, କଂଗ୍ରେସ ବିଧାନସଭା ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ଭୁପେନ୍ଦ୍ର ସିଂ ହୁଡ୍ଡା, ସାଂସଦ ତଥା କଂଗ୍ରେସ କାର୍ଯ୍ୟ କମିଟିରେ ବିଶେଷ ଭାବରେ ଆମନ୍ତ୍ରିତ ଚୌଧୁରୀ ଦିପେନ୍ଦର ସିଂ ହୁଡ୍ଡା, ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର କୁମାର ଭରଦ୍ୱାଜ, ଚୌଧୁରୀ ରାମକିଶନ ଗୁର୍ଜର ଏବଂ ବିଧାୟକ କିରଣ ଚୌଧୁରୀଙ୍କ ସମେତ ଯେଉଁ ସ୍ଥାନର ପୌର ନିର୍ବାଚନ ହେବାର ଅଛି, ସେହି ଅଞ୍ଚଳର ବିଧାୟକମାନେ ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ ।

ହରିୟାଣା ରାଜ୍ୟ କଂଗ୍ରେସ ସଭାପତି ଉଦୟଭାନ କହିଛନ୍ତି ଯେ, ସମସ୍ତଙ୍କ ସହ ପରାମର୍ଶ ପରେ ଏହା ନିଷ୍ପତ୍ତି ନିଆଯାଇଛି କି ପୌର ପରିଷଦ ଓ ପୌର ସଂସ୍ଥାଗୁଡ଼ିକର ନିର୍ବାଚନରେ ​​ଦଳର ଚିହ୍ନରେ ଲଢ଼ାଯିବ ନାହିଁ । ସେ କହିଛନ୍ତି ଯେ, ଏହି ପୂର୍ବରୁ କଂଗ୍ରେସ ପୌର ପରିଷଦ ଓ ପୌର ପାଳିକା ନିର୍ବାଚନରେ ​​ଦଳୀୟ ଚିହ୍ନ ଉପରେ ଲଢ଼ି ନଥିଲା । ଦଳ ଏଥର ମଧ୍ୟ ଏପରି କରିବାକୁ ନିଷ୍ପତ୍ତି ନେଇଛି । ତେବେ ମ୍ୟୁନିସିପାଲିଟି ନିର୍ବାଚନରେ ​​ଦଳର ଚିହ୍ନ ଉପରେ ଲଢ଼େଇ ହେବ । କଂଗ୍ରେସ ରାଜ୍ୟ ସଭାପତି ସମସ୍ତ ନେତା ଓ ଦଳୀୟ କର୍ମୀଙ୍କୁ ଆହ୍ୱାନ କରଛନ୍ତି ଯେ, ସେମାନେ ବିଜେପି (BJP) ପ୍ରାର୍ଥୀଙ୍କ ବିରୋଧରେ ମଜଭୁତ ଓ ଏକଜୁଟ ହୋଇ ଲଢ଼େଇ କରନ୍ତୁ । କଂଗ୍ରେସ ନେତାମାନେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିବା କାମ କରିବା ଉଚିତ୍ । 

ଏହା ବି ପଢ଼ନ୍ତୁ:-ରାଜ୍ୟ ସଭା ନିର୍ବାଚନ: କଂଗ୍ରେସକୁ କ୍ରସ୍ ଭୋଟିଂର ଡର, ଦଳ ନେଲା ଏହି ବଡ଼ ପଦକ୍ଷେପ

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: ଶସ୍ତା ହେଲା LPG ସିଲିଣ୍ଡର, ଆଜିଠାରୁ ୧୩୫ ଟଙ୍କା କମ୍ ହେଲା ଦାମ୍

ଏହା ବି ପଢ଼ନ୍ତୁ:-ପ୍ରସିଦ୍ଧ ଗାୟକ କେକେଙ୍କ ନିଧନ

ସେ ଆଗକୁ କହିଛନ୍ତି ଯେ, ହରିୟାଣାରେ ବିଜେପି-ଜେଜେପି ମେଣ୍ଟ ସରକାର (BJP JJP Govt) ଯୋଗୁଁ ସମାଜର ସମସ୍ତ ବର୍ଗ କଷ୍ଟ ଭୋଗୁଛନ୍ତି । ପ୍ରତ୍ୟେକ ବିର୍ଗ ଏହି ସରକାରଠାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ, ପୌର ପରିଷଦ ଓ ପୌରପାଳିକା ନିର୍ବାଚନ ଭାଇଚାରା ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଏହି ନିର୍ବାଚନରେ ​​ଦଳୀୟ ଚିହ୍ନ ଉପରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ନିଷ୍ପତ୍ତି ନେଇଛି ।