ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତ ଆଉ ଏକ ସ୍ୱଦେଶୀ ଫାର୍ମାସ୍ୟୁଟିକାଲ୍ କମ୍ପାନୀ Zydus Cadila ଦ୍ୱାରା ବିକଶିତ ଏକ ନୂତନ COVID-19 ଟିକା ପାଇବାକୁ ଯାଉଛି। ଏ ସମ୍ପର୍କରେ କେନ୍ଦ୍ର ସରକାର, ସୁପ୍ରିମକୋର୍ଟକୁ ଶନିବାର ସୂଚନା ଦେଇଛନ୍ତି। Zydus Cadila ଟିକାର କ୍ଲିନିକାଲ୍ ଟ୍ରାଏଲ ସରିଛି। ଏହି ଟିକା ଶୀଘ୍ର ୧୨ରୁ ୧୮ ବର୍ଷ ବୟସର କିଶୋର ବାଳକ ଏବଂ ବାଳିକାମାନଙ୍କ ପାଇଁ ଉପଲବ୍ଧ ହେବ।


COMMERCIAL BREAK
SCROLL TO CONTINUE READING

କୋରୋନା (Coronavirus) ର ସମ୍ଭାବ୍ୟ ତୃତୀୟ ଲହରରେ ପିଲାମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ଏହି ଟିକାକୁ ନେଇ କେନ୍ଦ୍ର ସରକାର, ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ୍ ମାଧ୍ୟମରେ କହିଛନ୍ତି ଯେ, ଡିଏନ୍ଏ ଟିକା ବିକଶିତ କରୁଥିବା Zydus Cadila ୧୨ରୁ ୧୮ ବର୍ଷ ବୟସର ପିଲାମାନଙ୍କ ମଧ୍ୟରେ ଏହାର କ୍ଲିନିକାଲ୍ ଟ୍ରାଏଲ୍ ଶେଷ କରିଛନ୍ତି ଏବଂ ବର୍ତ୍ତମାନ ଅନୁମୋଦନକୁ ଅପେକ୍ଷା କରିଛନ୍ତି। ଶୀଘ୍ର ଏହା ଏହି ବୟସର ପିଲାମାନଙ୍କ ପାଇଁ ଉପଲବ୍ଧ ହେବ।


Also Read: କୋରୋନା ମୁକ୍ତ ଖଏଟ ଗାଁ, ଜାଣନ୍ତୁ କେମିତି ଗ୍ରାମବାସୀଙ୍କଠୁ ଦୂରରେ ଅଛି ମହାମାରୀ?


କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏହାର ୩୭୫ ପୃଷ୍ଠା ବିଶିଷ୍ଟ ଆଫିଡେଭିଟରେ କହିଛି ଯେ, ସରକାର ବିଭିନ୍ନ COVID-19 ଟିକାର ୧୩୫ କୋଟି ଡୋଜ କିଣିବାକୁ ଚେଷ୍ଟା କରୁଛନ୍ତି। ଏଥିରେ କୋଭିଶିଲ୍ଡର ୫୦ କୋଟି, କୋଭାକ୍ସିନ ୪୦, ସ୍ପୁଟନିକ ଭି ୧୦ କୋଟି ଏବଂ Zydus Cadila ୫ କୋଟି ସାମିଲ ଅଛି। ଏହି ଡୋଜଗୁଡିକ ଚଳିତବର୍ଷ ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କ୍ରୟ କରାଯିବ।


କେନ୍ଦ୍ର ଏହା ମଧ୍ୟ କହିଛି ଯେ, ବର୍ତ୍ତମାନ ସମସ୍ତ ବୟସର ଲୋକମାନେ ସିଧାସଳଖ କେନ୍ଦ୍ରକୁ ଯାଇ ଟିକାକରଣ କରିପାରିବେ। ଏଥିପାଇଁ ଡିଜିଟାଲ୍ ପଞ୍ଜିକରଣର କୌଣସି ଆବଶ୍ୟକତା ନାହିଁ। ମେ ୩୧ରେ ସର୍ବୋଚ୍ଚ ନ୍ୟାୟାଳୟ ଉଠାଇଥିବା ଅନେକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଏହି ଆଫିଡେଭିଟ୍ ଦାଖଲ କରିଛି। ଜଷ୍ଟିସ୍ ଡି. ଚନ୍ଦ୍ରଚୁଡଙ୍କ ନେତୃତ୍ୱରେ ଏକ ବେଞ୍ଚ କେନ୍ଦ୍ରର COVID-19 ଟିକାକରଣ ନୀତିକୁ ସମାଲୋଚନା କରି କହିଥିଲେ ଯେ, ଏହି ନୀତି ମନମୁଖୀ ଏବଂ ଅଯୌକ୍ତିକ ଭଳି ଦେଖାଯାଉଛି।