କୋରୋନା ମୁକ୍ତ ଖଏଟ ଗାଁ, ଜାଣନ୍ତୁ କେମିତି ଗ୍ରାମବାସୀଙ୍କଠୁ ଦୂରରେ ଅଛି ମହାମାରୀ?
Advertisement
Article Detail0/zeeodisha/odisha929500

କୋରୋନା ମୁକ୍ତ ଖଏଟ ଗାଁ, ଜାଣନ୍ତୁ କେମିତି ଗ୍ରାମବାସୀଙ୍କଠୁ ଦୂରରେ ଅଛି ମହାମାରୀ?

ଛୋଟ ଛୁଆ ଠାରୁ ନେଇ ବୟସ୍କ ସମସ୍ତଙ୍କ ମୁହଁରେ ମାସ୍କ ତା ସହିତ ସାମାଜିକ ଦୂରତା ଏବଂ ସବୁବେଳେ ହାତ ସାନିଟାଇଜ କରିବା ସହିତ ସବୁବେଳେ ସଚେତନ ରହୁଥିଲେ ଖଏଟ ଗାଁର ସମସ୍ତ ଲୋକେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଗାଁ ଭିତରକୁ ବାହାରୁ କାହାରିକୁ ପଶିବା ପାଇଁ ଦେଇ ନ ଥାନ୍ତି ଗାଁ ଲୋକେ। ଗାଁର ଯୁବପିଢି, ଏଏନଏମ ଦିଦି, ଆଶା ଦିଦି ଏବଂ ଅଙ୍ଗନବାଡି କର୍ମୀଙ୍କ ସଚେତନତା ଯୋଗୁଁ ଏହି ମାରାତ୍ମକ ଭାଇରସ ଠାରୁ ଅନେକ ଦୂରରେ ରହିଛି ଏହି ଗାଁ।

ଡିଜାଇନ ଫଟୋ

ଝାରସୁଗୁଡା: କୋରୋନା ସମୟରେ ସବୁ ଆଡ଼େ ନକରାତ୍ମକ ଖବର ଶୁଣି ଶୁଣି ମନ ଦୁଃଖ ହେବା ସ୍ବାଭାବିକ। ହେଲେ ଆଜି ଝାରସୁଗୁଡ଼ାରୁ ଆମେ କହିବୁ ଏପରି ଏକ ଖବର ଯାହା ସମ୍ପୂର୍ଣ୍ଣ ରୂପରେ ସକାରାତ୍ମକ। ଏହି ଭୟଙ୍କର ମହାମାରୀ ବିଶ୍ଵର ସବୁ ସ୍ଥାନରେ ନିଜର କାୟା ବିସ୍ତାର କରିଥିବା ବେଳେ ଖଏଟ ଗାଁ ଏହି ଭାଇରସ ଠାରୁ ଅନେକ ଦୂରରେ। ସଚେତନତା ଏବଂ ସତର୍କତା ଯୋଗୁଁ ଏହି ମାରାତ୍ମକ ଭାଇରସକୁ ହରାଇ ଆସୁଛନ୍ତି ଗାଁ ଲୋକେ। ଗାଁରେ ଦୁଇ ଦୁଇ ଥର କୋଭିଡ ପରୀକ୍ଷା କରିବା ପରେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ଲୋକ କୋଭିଡ ପଜିଟିଭ ଚିହ୍ନଟ ହୋଇନାହାନ୍ତି। 

ଝାରସୁଗୁଡା (Jharsuguda) ଜିଲ୍ଲା ସଦର ବ୍ଲକର ଖଏଟ ଗାଁ। ଜିଲ୍ଲା ସଦର ମହକୁମା ଠାରୁ ୩୫ କିଲୋମିଟର ଜଙ୍ଗଲ ରାସ୍ତା ଦେଇ ଗଲେ ପଡିଥାଏ ଖଏଟ ଗାଁ। ପ୍ରକୃତିକ ସୌନ୍ଦର୍ଯ୍ୟରେ ଭର୍ତ୍ତି ଏହି ଗାଁ। ଚାରିଆଡେ ଜଙ୍ଗଲ ଏବଂ ମଝିରେ ଅଛି ଖଏଟ ଗାଁ। ଏଠିକାର ଲୋକଙ୍କ ମୁଖ୍ୟ ବୃତ୍ତି ହେଉଛି ମାଛ ମାରିବା। ଗାଁର ଜନସଂଖ୍ୟା ୨୬୭। ହେଲେ ସତର୍କତା ଏବଂ ସଚେତନତା ପାଇଁ ସୁରକ୍ଷିତ ଅଛନ୍ତି ଏଠାକାର ଲୋକେ। କୋରୋନା (Coronavirus) ମହାମାରୀ ବିଶ୍ଵର ସବୁଠି ନିଜର କାୟା ବିସ୍ତାର କରିଥିବା ବେଳେ କିନ୍ତୁ ଏହି ଗାଁରେ ପାଦ ଥାପି ପାରିନି। ଗାଁରେ ଦୁଇ ଦୁଇ ଥର କୋଭିଡ ପରୀକ୍ଷା କରାଯାଇଥିଲା ହେଲେ ପ୍ରତେକଥର ରିପୋର୍ଟ ନେଗେଟିଭ ଆସିଛି। 

Also Read: Matric Results 2021: ପାସ୍ ବେଶି ଫେଲ୍ କମ, କଲେଜରେ ଆଡମିଶନ ନେଇ ଆଶଙ୍କାରେ ବିଦ୍ୟାର୍ଥୀ

ଛୋଟ ଛୁଆ ଠାରୁ ନେଇ ବୟସ୍କ ସମସ୍ତଙ୍କ ମୁହଁରେ ମାସ୍କ ତା ସହିତ ସାମାଜିକ ଦୂରତା ଏବଂ ସବୁବେଳେ ହାତ ସାନିଟାଇଜ କରିବା ସହିତ ସବୁବେଳେ ସଚେତନ ରହୁଥିଲେ ଖଏଟ ଗାଁର ସମସ୍ତ ଲୋକେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଲା ଗାଁ ଭିତରକୁ ବାହାରୁ କାହାରିକୁ ପଶିବା ପାଇଁ ଦେଇ ନ ଥାନ୍ତି ଗାଁ ଲୋକେ। ଗାଁର ଯୁବପିଢି, ଏଏନଏମ ଦିଦି, ଆଶା ଦିଦି ଏବଂ ଅଙ୍ଗନବାଡି କର୍ମୀଙ୍କ ସଚେତନତା ଯୋଗୁଁ ଏହି ମାରାତ୍ମକ ଭାଇରସ ଠାରୁ ଅନେକ ଦୂରରେ ରହିଛି ଏହି ଗାଁ। ଏହା ନୁହଁ ଯେ ଏମାନେ ବାହ୍ୟ ଜଗତରୁ ଦୂରରେ ଅଛନ୍ତି। ମାଛ ମାରିବା ପରେ ଏମାନେ ମାଛ ବିକ୍ରି କରିବାକୁ ସହରକୁ ଯାଆନ୍ତି ହେଲେ, ସେଠାରୁ ଆସିବା ପରେ ଭଲ ଭାବରେ ବିଶୋଧନ ହୁଅନ୍ତି। ମାସ୍କ ଓ ସାମାଜିକ ଦୂରତାକୁ ଜୀବନର ଆଧାର ଭାବରେ ମାନି ନେଇଛନ୍ତି ଖଏଟ ଗ୍ରାମବାସୀ।  

ଏଏନଏମ ଦିଦି, ଆଶା ଦିଦି ଏବଂ ଅଙ୍ଗନବାଡି କର୍ମୀ ଗାଁକୁ ଯାଇ ଗାଁର ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହିତ ଆଲୋଚନା କରୁଥିଲେ। ପରବର୍ତ୍ତୀ ସମୟରେ ଘରକୁ ଘର ଯାଇ ମାସ୍କ, ସାନିଟାଇଜର ଦେବା ସହିତ କିଭଳି ଏହି ଭାଇରସକୁ ମାତ ଦିଆଯାଇ ପାରିବ ସେଥିପାଇଁ ଲୋକମାନଙ୍କୁ ବୁଝାଉଥିଲେ। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ସେମାନଙ୍କ ଗୋଟିଏ ଗୋଟିଏ କଥାକୁ ମାନି ତାହା ପାଳନ କରୁଥିଲେ ଗାଁ ଲୋକେ। ଗାଁକୁ କୋରୋନା ମୁକ୍ତ କରିବା ପାଇଁ ଲୋକମାନଙ୍କ ସତର୍କତା ଏବଂ ସଚେତନତା ପାଇଁ ସମ୍ଭବ ହୋଇ ପାରିଛି ବୋଲି କହିଛନ୍ତି ଏଏନଏମ ଦିଦି ଏବଂ ଆଶା ଦିଦି। 

Also Read: ବଂଶଧାରା ଜଳ ବିବାଦ; ଆନ୍ଧ୍ର ଆଗରେ ନାଚାର ଓଡ଼ିଶା, ନ୍ୟାୟିକ ଲଢେଇ ବି ହାରିଲା

ଅନ୍ୟପଟେ ସଚେତନତା ଏବଂ ସତର୍କତା ପାଇଁ ଗ୍ରାମବାସୀଙ୍କ ସହ ଏଏନଏମ କାନୁନ ଦେ, ଆଶା ଦିଦି ଏବଂ ଅଙ୍ଗନବାଡି କର୍ମୀ ପ୍ରମିଳା ସେଠଙ୍କୁ ପ୍ରସଂଶା କରିଛନ୍ତି ଝାରସୁଗୁଡା ବିଡିଓ ପ୍ରସନ୍ନ ପାଣ୍ଡେ।