ନୂଆଦିଲ୍ଲୀ: ନୂଆ କୃଷି ଆଇନ (Farm Law 2020)କୁ ନେଇ ଦେଶବ୍ୟାପୀ କୃଷକଙ୍କ ଆନ୍ଦୋଳନ ଜାରି ରହିଛି। ଦିନକୁ ଦିନ ଏହି ଆନ୍ଦୋଳନରେ ନୂଆ ନୂଆ ରାଜ୍ୟ ଯୋଡି ହେଉଛନ୍ତି। ସମାଧାନର ବାଟ ବାହାର କରିବାକୁ ସରକାର ଓ କୃଷକ ନେତାଙ୍କ ମଧ୍ୟରେ ବାରମ୍ବାର ବୈଠକ ହେଉଛି। କିନ୍ତୁ ତାହା ବି ଫେଲ ମାରୁଛି। ଏହାରି ମଧ୍ୟରେ ପୁଣି ବିରୋଧକୁ ନେଇ କୃଷକ ସଂଗଠନ ଆଉ ପାଦେ ଆଗକୁ ବଢିଛି। ଆଜି ଦେଶବ୍ୟାପୀ ଚକାଜାମ୍ ଘୋଷଣା କରାଯାଇଛି। ୨ଟି ରାଜ୍ୟକୁ ଛାଡିଦେଲେ ଭାରତର ସମସ୍ତ କ୍ଷେତ୍ରରେ ଚକାଜାମ୍ ହେବ ବୋଲି କୃଷକ ନେତା ରାକେଶ ଟିକେୟତ କହିଛନ୍ତି।


COMMERCIAL BREAK
SCROLL TO CONTINUE READING

କୃଷି ଆଇନ ବିରୁଦ୍ଧରେ ଲୋକ ସମର୍ଥନ ହାସଲ କରିବା ଓ ସରକାରଙ୍କ ଉପରେ ଚାପ ପକାଇବାପାଇଁ କୃଷକ ସଙ୍ଗଠନ ଗୁଡିକ ଆଜି ଦେଶବ୍ୟାପୀ ଚକାଜାମ୍ (Chakka Jam) କରୁଛନ୍ତି। ମଧ୍ୟାହ୍ଣ ୧୨ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଦେଶରେ ଗାଡି ମୋଟର ଚଳାଚଳ ବନ୍ଦ କରିବାକୁ କୃଷକମାନେ ଜନସାଧାରଣଙ୍କ ଅପିଲ କରିଛନ୍ତି। ତେବେ ଏଥିରେ ଉତ୍ତରାଖଣ୍ଡ (Uttarakhand) ଓ ଉତ୍ତର ପ୍ରଦେଶ (Uttar Pradesh) କୁ ବାଦ ଦିଆଯାଇଛି। ଦିଲ୍ଲୀରେ ବି ଚକାଜାମ ହେବ ନାହିଁ ବୋଲି କୃଷକ ନେତାମାନେ ସ୍ପଷ୍ଟ କରିଛନ୍ତି। ସେପଟେ ଏହି ଚକାଜାମ ବେଳେ ଯେଭଳି କୌଣସି ଅଘଟଣ ନଘଟେ, ସେଥିପାଇଁ ଦିଲ୍ଲୀ ପୋଲିସ  (Delhi Police) ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  


Also Read: ରାଜ୍ୟସଭାରେ କୃଷି ମନ୍ତ୍ରୀ ଦେଲେ ସାଙ୍ଘାତିକ ତଥ୍ୟ


ଜାନୁଆରୀ ୨୬ ରେ ଦିଲ୍ଲୀରେ ବ୍ୟାପକ ହିଂସା ଏବଂ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁଁ କୃଷକ ନେତାମାନେ ଏହି ଚକାଜାମକୁ ବହୁମାତ୍ରାରେ ସଫଳ କରିବାକୁ ଉଦ୍ୟମ ଜାରି ରଖିବେ। କୃଷକ ନେତା ରାକେଶ ଟିକେତ (Rakesh Tikait) କହିଛନ୍ତି ଯେ, ଯେଉଁ ସମର୍ଥକ ଦିଲ୍ଲୀ ସୀମା (Delhi Border) କୁ ଆସିପାରିବେ ନାହିଁ ସେମାନେ ନିଜ ନିଜ ସ୍ଥାନରେ ରହି ଚକାଜାମକୁ ଶାନ୍ତିପୂର୍ଣ୍ଣ ଭାବେ କରିବେ। କୃଷକଙ୍କ ଆନ୍ଦୋଳନ (Farmers Protest) ଶାନ୍ତିପୂର୍ଣ୍ଣ ଢଙ୍ଗରେ ଚାଲିବ। ଏଥିରେ କୌଣସି ପ୍ରକାରେ ହିଂସାକୁ ପ୍ରସୟ ଦିଆଯିବ ନାହିଁ ବୋଲି ସେ କହିଛନ୍ତି।