ରାଜ୍ୟସଭାରେ କୃଷି ମନ୍ତ୍ରୀ ଦେଲେ ସାଙ୍ଘାତିକ ତଥ୍ୟ
Advertisement

ରାଜ୍ୟସଭାରେ କୃଷି ମନ୍ତ୍ରୀ ଦେଲେ ସାଙ୍ଘାତିକ ତଥ୍ୟ

ଦେଶର ସମସ୍ତ କୃଷକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୋଦି ସରକାର (Modi Govt) କୃଷି କ୍ଷେତ୍ରରେ ସୁଦ୍ଧାର ଆଣିଛନ୍ତି। ସେଥିରେ ୩ଟି କୃଷି ଆଇନ ମଧ୍ୟ ସାମିଲ ଅଛି। ଏହି ଆଇନ ଲାଗୁ ହେଲେ କୃଷକଙ୍କ ଆୟ (Farmer Income) ବୃଦ୍ଧି ହେବା ସହ ସେମାନଙ୍କ ଉନ୍ନତି ହେବ।

ରାଜ୍ୟସଭାରେ କୃଷିମନ୍ତ୍ରୀ ଦେଲେ ସାଙ୍ଘାତିକ ତଥ୍ୟ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ଏବେ ବିଶ୍ୱବ୍ୟାପୀ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି। ସଂସଦରେ ବି ବିରୋଧିମାନେ ଲଗାତାର ଏହି ପ୍ରସଙ୍ଗ ଉଠାଉଛନ୍ତି। ଶୁକ୍ରବାର କୃଷି ମନ୍ତ୍ରୀ ନରେନ୍ଦ୍ର ସଂହ ତୋମାର ରାଜ୍ୟ ସଭାରେ ୩ ବିବାଦୀୟ କୃଷି ଆଇନ ଉପରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଏପରି କି କଂଗ୍ରେସ ଲୋକଙ୍କ ରକ୍ତରେ ଚାଷ କରେ ବୋଲି ମନ୍ତ୍ରୀ କହିଛନ୍ତି।

ରାଜ୍ୟସଭା (Rajyasabha) ରେ କୃଷି ମନ୍ତ୍ରୀ ନରେନ୍ଦ୍ର ସଂହ ତୋମାର (Narendra Singh Tomar) କହିଛନ୍ତି ଯେ, ଦେଶର ସମସ୍ତ କୃଷକଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ମୋଦି ସରକାର (Modi Govt) କୃଷି କ୍ଷେତ୍ରରେ ସୁଦ୍ଧାର ଆଣିଛନ୍ତି। ସେଥିରେ ୩ଟି କୃଷି ଆଇନ ମଧ୍ୟ ସାମିଲ ଅଛି। ଏହି ଆଇନ ଲାଗୁ ହେଲେ କୃଷକଙ୍କ ଆୟ (Farmer Income) ବୃଦ୍ଧି ହେବା ସହ ସେମାନଙ୍କ ଉନ୍ନତି ହେବ। କିନ୍ତୁ କିଛି ଲୋକଙ୍କ ପ୍ରରଚନାରେ ଆସି କେବଳ ଗୋଟିଏର ଲୋକ ମିଛ ଖବର ପ୍ରସାର କରୁଛନ୍ତି। 

Also Read: ଦିଲ୍ଲୀ ସୀମାରେ ଅଢେଇ ମାସ; ଲମ୍ବା ଲଢେଇ ପାଇଁ କୃଷକଙ୍କୁ ରାକେଶ ଟିକାୟତ ଦେଲେ ଗୁରୁମନ୍ତ୍ର

କୃଷି ଆଇନର ବାଖ୍ୟା କରିବାକୁ ଯାଇ ମନ୍ତ୍ରୀ (Agri Min) ତୋମାର ପଞ୍ଜାବ ସରକାର ଉପରେ ସମସ୍ତ ଦୋଷ ଲଦିଛନ୍ତି। ସେ କହିଛନ୍ତି ଯେ, ପ୍ରାୟ ୨୨ଟି ରାଜ୍ୟରେ କଣ୍ଟ୍ରାକ୍ଟ ଫାର୍ମିଂ ଓ APMC ସମ୍ବନ୍ଧୀୟ ଆଇନ ତିଆରି ହୋଇଛି। ପଞ୍ଜାବର କଣ୍ଟ୍ରାକ୍ଟ ଫାର୍ମିଂ (Contract Farming) ଆଇନରେ ଚୁକ୍ତି ଭଙ୍ଗକଲେ କୃଷକଙ୍କୁ ଜେଲଦଣ୍ଡ ସହ ୫ ଲକ୍ଷ ପର୍ଯ୍ୟନ୍ତ ଜୋରିମାନାର ବ୍ୟବସ୍ଥା ଅଛି। କିନ୍ତୁ ନୂଆ କୃଷି ଆଇନରେ ସେଭଳି କୌଣସି ଦଣ୍ଡର ପ୍ରାବଧାନ ନାହିଁ। କୃଷକ ଯେତେବେଳେ ଚାହିଁରେ ଚୁକ୍ତିରୁ ବାହାର ହୋଇପାରିବ ବୋଲି ସେ କହିଛନ୍ତି।

କେବଳ ଯେ ପଞ୍ଜାବ (Punjab) ଉପରେ ବର୍ଷିଛନ୍ତି ତାହା ନୁହଁ, କେନ୍ଦ୍ରମନ୍ତ୍ରୀ ଚିରାଚରିତ ଭାବେ ତାଙ୍କ ଭାଷଣରେ କଂଗ୍ରେସ (Congress) କୁ ବି ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ, ଚାଷ ପାଣିରେ ହୁଏ। କିନ୍ତୁ କଂଗ୍ରେସ ଲୋକଙ୍କ ରକ୍ତରେ ଚାଷ କରୁଛି। କିନ୍ତୁ ଭାରତୀୟ ଜନତା ପାର୍ଟି ସବୁବେଳେ କୃଷକଙ୍କ ହିତରେ କାମ କରୁଛି। ଦେଶର କୃଷକଙ୍କ ବିକାଶ ପାଇଁ ଇ-ମଣ୍ଡିର ବ୍ୟବସ୍ଥା କରାଯାଉଛି। ଯାହା ଚଳିତବର୍ଷ ବଜେଟ ବି ପାରିତ ହୋଇଛି ବୋଲି ମନ୍ତ୍ରୀ ତୋମାର କହିଛନ୍ତି।

Also Read:  ଅଯୋଧ୍ୟାରେ ପୁଣି ଜମି ବିବାଦ; ମୁସଲମାନଙ୍କୁ ଅଡୁଆରେ ପକାଇଲେ ଯୋଗୀ ସରକାର

 

କୃଷି ମନ୍ତ୍ରୀଙ୍କ ଭାଷଣ ବେଳେ ରାଜ୍ୟସଭାରେ ପ୍ରବଳ ହୋହାଲ୍ଲା ହୋଇଥିଲା। ପଞ୍ଜାବ ଉପରେ ମନ୍ତ୍ରୀ ଯେଉଁ ଅଭିଯୋଗ ଆଣିଥିଲେ ତାହା ମିଥ୍ୟା ବୋଲି ବିରୋଧି କହିବା ସହ ସେ ନିଜେ ଦ୍ୱନ୍ଦରେ ଥିବା କହିଛନ୍ତି। ସେପଟେ ମନ୍ତ୍ରୀ ଦିଲ୍ଲୀ ସୀମାନ୍ତ (Delhi Border) ରେ କେଉଁ କେଉଁ ରାଜ୍ୟର କୃଷକ ଆନ୍ଦୋଳନ (Farmers Protest) କରୁଛନ୍ତି ନଜାଣି, କେମିତି ଗୋଟିଏ ରାଜ୍ୟର ଲୋକ ଧାରଣାରେ ବିସିଥିବା କଥାକହିଲେ ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ସୂଚନାଯୋଗ୍ୟ, ୩ ବିବାଦୀୟ କୃଷି ବିଲ୍ (Farm Bill) ପାସ ହେବା ବେଳଠୁ ପଞ୍ଜାବରେ ଏହାକୁ ବିରୋଧ କରି ଆନ୍ଦୋଳନ ଆରମ୍ଭ ହୋଇଥିଲା। କିନ୍ତୁ ପରେ ଏହା ଦିଲ୍ଲୀ ସୀମାରେ ଆସି ପହଞ୍ଚିଲା। ବର୍ତ୍ତମାନ ଏହି କୃଷକ ଆନ୍ଦୋଳନରେ ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ, ମହାରାଷ୍ଟ୍ର, କର୍ଣ୍ଣାଟକ, ଓଡିଶା ସମେତ ଅନେକ ରାଜ୍ୟର କୃଷକ ସଂଗଠନ ସାମିଲ ହୋଇଛନ୍ତି।