ରାୟପୁର: ଗୋବର କିଣିବେ ଛତିଶଗଡ଼ ସରକାର ।  ହରେଲି ଉତ୍ସବ ଅବସରରେ ଜୁଲାଇ ୨୦ରେ ଆରମ୍ଭ ହେବାକୁ ଥିବା 'ଗୋଧନ ନ୍ୟାୟ ​​ଯୋଜନା' ଅନ୍ତର୍ଗତ ପଶୁପାଳକଙ୍କ ଠାରୁ କିଲୋଗ୍ରାମ ପିଛା ଦେଢ଼ ଟଙ୍କାରେ ଗୋବର କିଣିବାକୁ ଯୋଜନା କରୁଛନ୍ତି ଛତିଶଗଡ ସରକାର । ସରକାରୀ ମୁଖପାତ୍ର କହିଛନ୍ତି ଯେ, କୃଷି ମନ୍ତ୍ରୀ ରବିନ୍ଦ୍ର ଚୌବେଙ୍କ ନେତୃତ୍ୱରେ କ୍ୟାବିନେଟ ସବ କମିଟି ଶନିବାର ଗାଈ ଗୋବର କିଣିବାକୁ ସୁପାରିଶ କରିଛି ।


COMMERCIAL BREAK
SCROLL TO CONTINUE READING

ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଜୁନ୍ ୨୫ରେ ଏହି ଯୋଜନାର ଘୋଷଣା କରିଥିଲେ । ଏହାର ବର୍ମିପୋଷ୍ଟକୁ ବୃହତ ସ୍ତରରେ ଉତ୍ପାଦନ ପାଇଁ ବ୍ୟହାର କରାଯିବ । ଛତିଶଗଡ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହାକୁ ହରେଲି ଉତ୍ସବ ଅବସରରେ ଆରମ୍ଭ କରାଯିବ । ଯାହାକୁ କୃଷି ଗତିବିଧିର ଆରମ୍ଭ ଅବସରରେ ପାଳନ କରାଯାଇଥାଏ । 


ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ପଶୁପାଳନକୁ ପ୍ରୋତ୍ସାହିତ କରିବା । ପଶୁପାଳନ ସୁରକ୍ଷା ସୁନିଶ୍ଚିତ କରିବା । ଏହାସହ ଗ୍ରାମୀଣ ଅର୍ଥନୀତିକୁ ଦୃଢ଼ କରିବା ।