ହାର୍ପୁନ ମିସାଇଲ ଘେରରେ ଚୀନ-ପାକିସ୍ତାନ!
ଚୀନ ପ୍ରୟାସ ଚଳାଇଥିଲା କି ଆମେରିକା ତାଇୱାନକୁ ହାର୍ପୁନ ମିସାଇଲ ଯେମିତି ବିକ୍ରି କରି ନପାରୁ। ଏଥିପାଇଁ ଚୀନ ହାର୍ପୁନ ମିସାଇଲ ତିଆରି କରୁଥିବା ଆମେରିକୀୟ କମ୍ପାନୀ ଉପରେ ବ୍ୟାନ୍ ମଧ୍ୟ ଲଗାଇ ଦେଇଥିଲା।
ଅମିତ ମହାନ୍ତି, ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସାଗର (South China Sea) ଅଞ୍ଚଳରେ ଏବେ ଚଳିବ ନାହିଁ ଚୀନର ଦାଦାଗିରି। ପ୍ରତିଦ୍ୱନ୍ଦୀ ଚୀନକୁ ମାତ ଦେବା ଲାଗି ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ (USA President Trump) ଖେଳିଛନ୍ତି ମାଷ୍ଟରଷ୍ଟ୍ରୋକ୍। ଚୀନର ବାରମ୍ବାର ବିରୋଧ ଏବଂ ଧମକ ପରେ ମଧ୍ୟ ଆମେରିକା ନିଷ୍ପତ୍ତି ନେଇଛି ଏବେ ସହଯୋଗୀ ଦେଶକୁ ଚୀନ ଠାରୁ ଭୟଭୀତ ହେବା ଦରକାର ନାହିଁ। ଆମେରିକା ତାଇୱାନ (Taiwan) ଘାତକ ହାର୍ପୁନ ମିସାଇଲ (Harpoon Missile) ବିକ୍ରି କରିବାକୁ ନିଷ୍ପତ୍ତି ନେଇଛି।
ସେପଟେ କାହିଁକି ଚୀନ ତାଇୱାନ ଭଳି କ୍ଷୁଦ୍ର ଦେଶକୁ ନେଇ ଭୟଭୀତ ହୋଇଉଠିଛି? ଏହାର କାରଣ ହେଉଛି ହାର୍ପୁନ ମିସାଇଲର ଘାତକ ଆକ୍ରମଣ କରିବାର ଶକ୍ତି। ତାଇୱାନ ଏକ କ୍ଷୁଦ୍ର ଦେଶ ହୋଇଥିଲେ ମଧ୍ୟ ଏହାର ଜନସାଧରଣତା ଏବଂ ସରକାର ଦେଶର ସୁରକ୍ଷାକୁ ନେଇ ବେଶ ସଜାଗ । ଦକ୍ଷିଣ ଚୀନ ସାଗରରେ ଯେବେଠୁ ଚୀନ ରାଷ୍ଟ୍ରମଖ୍ୟ ସି ଜିନପିଙ୍ଗ (Chinese Leader Jinping) ତାଇୱାନକୁ ଘେରିବାକୁ ଆରମ୍ଭ କଲେ, ସେବେଠୁ ତାଇୱାନ ମଧ୍ୟ ନିଜ ସାମରିକ ସାମର୍ଥ୍ୟ ବଢାଇବା ଆରମ୍ଭ କରିଦେଇଛି।
ଏବେ ହାର୍ପୁନ ମିସାଇଲ ଅଧିଗ୍ରହଣ କରିବାକୁ ନେଇ ଆମେରିକା ସହ ଚୁକ୍ତି ହେବା ପରେ ସାମରିକ ଶକ୍ତି ଆହୁରି ବୃଦ୍ଧି ହୋଇଥିବାବେଳେ ଏବେ ଚୀନକୁ ଜବାବ ଦେଇପାରିବ ତାଇୱାନ। ଆମେରିକା ଏବଂସ ତାଇୱାନ ମଧ୍ୟରେ ଯେଉଁ ଚୁକ୍ତି ହୋଇଛି, ସେଥିରେ ହାର୍ପୁନ ମିସାଇଲର ୧୦୦ଟି ସିଷ୍ଟମ ସାମିଲ ଅଛି। ଆମେରିକୀୟ ଅସ୍ତ୍ର ନିର୍ମାତା ହତିଆର କମ୍ପାନୀ ବୋଇଂ ତାଇୱାନକୁ ୪୦୦ ହାର୍ପୁନ ବ୍ଲକ-2 ମିସାଇଲ (400 Harpoon Bloc2 Missile) ଯୋଗାଇବ।
ହାର୍ପୁନ ମିସାଇଲର କ୍ଷମତା
ହାର୍ପୁନ ମିସାଇଲ ୧୨୫ କିମି କ୍ଷେତ୍ର ମଧ୍ୟରେ କୌଣସି ଟାର୍ଗେଟକୁ ଲକ୍ଷ୍ୟଭେଦ କରିବାରେ ସକ୍ଷମ । ଚୀନ ଦକ୍ଷିଣ ଚୀନ ସାଗରରେ ମୁତୟନ ଜାହାଜ ଏବଂ ଯୁଦ୍ଧ ଜାହାଜକୁ ହାର୍ପୁନ ମିସାଇଲ ଧ୍ୱଂସ କରିପାରିବ। ସମୁଦ୍ର ସହ ଜମିରେ ମଧ୍ୟ ଆକ୍ରମଣ କରିବାରେ ସକ୍ଷମ । ଏଥିରେ ଜିପିଏସ ସିଷ୍ଟମ (GPS System) ଲାଗିଛି, ଯାହା ସଠିକ ଲକ୍ଷ୍ୟଭେଦ କରିପାରେ। ଆମେରିକା ତାଇୱାନ ସହ ୧୦୦ ଆଣ୍ଟିସିପ୍ ହାର୍ପୁନ ମିସାଇଲ (100 Anti Ship Harpoon Missile) ଚୁକ୍ତି କରିଛି। ଏନେଇ ତାଇୱାନ-ଆମେରିକା ମଧ୍ୟରେ ୨.୩ ଅରବ ଡଲାରର ଡିଲ୍ ହୋଇଛି।
ଚୀନ ପ୍ରୟାସ ଚଳାଇଥିଲା କି ଆମେରିକା ତାଇୱାନକୁ ହାର୍ପୁନ ମିସାଇଲ ଯେମିତି ବିକ୍ରି କରି ନପାରୁ। ଏଥିପାଇଁ ଚୀନ ହାର୍ପୁନ ମିସାଇଲ ତିଆରି କରୁଥିବା ଆମେରିକୀୟ କମ୍ପାନୀ ଉପରେ ବ୍ୟାନ୍ ମଧ୍ୟ ଲଗାଇ ଦେଇଥିଲା। ଚୀନର ରାଷ୍ଟ୍ରମୁଖ୍ୟ ଜିନପିଙ୍ଗ ଭାବିଥିଲେ ଯଦି ତାଇୱାନକୁ ଚାପି ରଖିବାର ଅଛି, ତାହେଲେ ସେହି ଦେଶ ଉପରେ ଧିରେ ଧିରେ କବଜା କରିବାକୁ ହେବ ଏବଂ ତାର ସୈନ୍ୟ ଶକ୍ତି ଦୁର୍ବଳ କରିବାକୁ ପଡିବ।
ହେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଗୋଟିଏ ଝଟକାରେ ପ୍ରତିଦ୍ୱନ୍ଦୀ ଚୀନ ରାଷ୍ଟ୍ରମୁଖ୍ୟଙ୍କ ଷଡଯନ୍ତ୍ରକୁ ପଣ୍ଡ କରିଦେଲେ। ଆମେରିକା ଚୀନର ଅହଂକାର ଭାଙ୍ଗି ହାର୍ପୁନ ମିସାଇଲ ସିଷ୍ଟମ ତାଇୱାନକୁ ଦେବାକୁ ଘୋଷଣା କରିଦେଲେ। ଆମେରିକା କହିବା କଥା, ଏହି ଚୁକ୍ତିକୁ ନେଇ ଚୀନ ବିରୋଧ କରିବା ଯୁକ୍ତିଯୁକ୍ତ ନୁହେଁ। ଏହି ଅଞ୍ଚଳରେ ଶକ୍ତି ସନ୍ତୁଳନ ସ୍ଥାପନ କରିବାରେ ସହଯୋଗ ମିଳିବ। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଚୀନ ଛୋଟ ଦେଶକୁ ସବୁବେଳେ ଚାପି ପାରିବ ନାହିଁ।
ଚୀନ ଏହି ଅଞ୍ଚଳରେ ନିଜ ମନମାନୀ କରିପାରିବ ନାହିଁ। ହେଲେ ଚୀନ ଲାଗି ଅନ୍ୟ ଏକ ଅସୁବିଧା ହେଉଛି ଆମେରିକାର ହାର୍ପୁନ ମିସାଇଲ ସହ ତାଇୱାନକୁ ଏଫ-୧୬ ଯୁଦ୍ଧ ବିମାନ (F-16 Fighter Jet) ମଧ୍ୟ ପ୍ରଦାନ କରିବ। କେବଳ ଗୋଟିଏ ଦୁଇଟି ନୁହେଁ ଏପରି ଧରଣର ପ୍ରାୟ ୬୬ଟି ବିମାନ ତାଇୱାନକୁ ଆମେରିକା ପକ୍ଷରୁ ମିଳିବ। ତାଇୱାନକୁ ମିଳିବାକୁ ଥିବା ଏହି ଯୁଦ୍ଧ ବିମାନର ଲକ୍ଷ୍ୟଭେଦ କ୍ଷମତା ବେଶ ଘାତକ।
ଏଥିରେ ଘାତକ ହାର୍ପୁନ ମିସାଇଲ ଆଡଭାନ୍ସ ସେନସର୍ (Advanced Sensor), ସମୁଦ୍ରରେ ଶତ୍ରୁଙ୍କ ଯୁଦ୍ଧପୋତକୁ ଧ୍ୱଂସ କରିବା ପାଇଁ ସୁପରସୋନିକ୍ ମିସାଇଲ (Supersonic Misile) ଏବଂ ହେମର୍ସ ମିସାଇଲ (Hermes Missile) ଲାଗିଛି।
ଭାରତ ପାଖରେ ଅଛି ହାର୍ପୁନ ମିସାଇଲ୍
ତାଇୱାନକୁ ଯେଉଁ ହାର୍ପୁନ ହଣ୍ଟର (Harpoon Hunter) ଏବେ ମିଳିବାର ଅଛି, ତାହା ଭାରତ ପାଖରେ ଅନେକ ବର୍ଷ ତଳେ ରହିଛି। ଏଥିପାଇଁ ଜିନପିଙ୍ଗ ବେଶୀ ଭୟଭୀତ ଥିବା ଜଣାପଡିଛି। ଏହାର ଆଉ ଏକ କାରଣ ମଧ୍ୟ ରହିଛି। କିଛି ଦିନ ତଳେ ଭାରତ ଏବଂ ତାଇୱାନ ମଧ୍ୟରେ ବନ୍ଧୁତା ବଢିଛି। ଯଦି ଗୋଟିଏ ପଟେ ତାଇୱାନ ଏବଂ ଅନ୍ୟପଟେ ଭାରତ ହାର୍ପୁନ ହଣ୍ଟର ମାଡ କରିବ ତାହଲେ ଚୀନ ମଝିରେ ପେଶି ହୋଇଯିବ। ସେପଟେ ପାକିସ୍ତାନର କୋଣ ଅନୁକୋଣ ଭାରତର ଟାର୍ଗେଟରେ ରହିଛି। ହଣ୍ଟରର ମାଡ଼ କ୍ଷଣିକରେ ସବୁକିଛି ଧ୍ୱଂସ କରିଦେବ।
ଏଥିପାଇଁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରା ଖାନ ବେଶ ଚିନ୍ତାରେ ଅଛନ୍ତି। ଭାରତ ପାଖରେ ୮୯ ହାର୍ପୁନ ମିସାଇଲ ରହିଛି, ଯାହା ଭାରତ ଆମେରିକା ଠାରୁ କିଣିଥିଲା। ଭାରତ ହାର୍ପୁନ ମିସାଇଲ ସହ ହାଲୁକା ଟର୍ପିଡୋ ମିସାଇଲ (Torpedo Missile) କ୍ରୟ କରିବା ନେଇ ଉଭୟ ଦେଶ ମଧ୍ୟରେ ୧୧୭୮ କୋଟି ଟଙ୍କାର ଚୁକ୍ତି ହୋଇଛି।