ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦୁନିଆ ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଯୁଦ୍ଧକୁ ନେଇ ଚିନ୍ତିତ ଅଛି । ଅନ୍ୟପଟେ ତାଇୱାନ (Taiwan) ସହ ଚୀନ (China) ର ବିବାଦ ବଢ଼ି ବଢ଼ି ଚାଲିଛି । ଫଳରେ ସାରା ବିଶ୍ୱରେ ଭୟର ବାତାବରଣ ଦେଖାଦେଇଛି । ପ୍ରତିଦିନ ଲୋକମାନେ ଏହି ଆଶଙ୍କାରେ ରହୁଛନ୍ତି ଯେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଏପରି ଆକ୍ରମଣ ଘୋଷଣା କରିପାରନ୍ତି ନାହିଁ ଯାହା ଦ୍ୱାରା ବିଶ୍ୱକୁ ବଡ଼ ଧରଣ କ୍ଷତି ସହିବାକୁ ପଡ଼ିପାରେ ଓ ଯାହାର କ୍ଷତିପୂରଣ ମଧ୍ୟ କରିବା ଅସମ୍ଭବ ହେବ । ଅର୍ଥାତ ଯେଉଁ ସମୟରେ ସାରା ଦୁନିଆର ନଜର ୟୁରୋପରେ ହେଉଥିବା ଋଷ ଓ ୟୁକ୍ରେନ ଯୁଦ୍ଧ (Russia-Ukraine War) ଉପରେ କେନ୍ଦ୍ରିତ ରହିଛି । ସେହି ସମୟରେ ଚୀନ (China) ମଧ୍ୟ ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛି । କାରଣ ଏହା ଆଶଙ୍କା କରାଯାଉଛି ଯେ ଚୀନ ଦୁନିଆରେ ଦେଖାଦେଇଥିବା ଏହି ବିଶୃଙ୍ଖଳାର ସୁଯୋଗ ନେଇପାରେ ଓ ତା'ର ସବୁଠାରୁ ବଡ଼ ଶତ୍ରୁ ତାଇୱାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । ବାସ୍ତବରେ ଚୀନର ଚାଲ୍ ବୁଝିବା କାହାର କ୍ଷମତାର ବାହାରେ । ଚୀନ ବର୍ତ୍ତମାନ ତାଇୱାନ ଉପରେ ଆକ୍ରମଣ ପାଇଁ ନିଜର ପ୍ଲାନ୍ ପ୍ରସ୍ତୁତ କରୁଛି, ଯାହାକୁ ଦୁନିଆ ନଜରରୁ ଲୁଚାଇବାକୁ ଯଥା ସମ୍ଭବ ଚେଷ୍ଟା କରୁଛି ବୋଲି କୁହାଯାଉଛି ।


COMMERCIAL BREAK
SCROLL TO CONTINUE READING

ବାସ୍ତବରେ ଚୀନ (China) ଭିତର ଭିତରରେ ତାଇୱାନକୁ ଦଖଲ କରିବାକୁ ପ୍ରସ୍ତୁତି କରୁଛି, ଏହାର ପ୍ରମାଣ ଭାବରେ ସୋସିଆଲ ମିଡିଆରେ କିଛି ଭିଡିଓ ଭାଇରାଲ ହେଉଛି । କୁହାଯାଉଛି ଯେ ଚୀନ ସେନା ଦକ୍ଷିଣ ଚୀନରେ ଡ୍ରିଲ୍ କରୁଛି । ଯେଉଁଥିରେ ଚୀନ ସୈନ୍ୟବାହିନୀର ଟ୍ୟାଙ୍କଗୁଡ଼ିକ ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରୁଥିବା ଦେଖିବାକୁ ମିଳୁଛି । ଏଗୁଡ଼ିକ ହେଉଛି ସେହି ଟ୍ୟାଙ୍କ ଯାହାକୁ ସ୍ୱତନ୍ତ୍ର ଭାବେ ସେଠାରେ ଟ୍ରେନ୍ ଦ୍ୱାରା ପଠାଯାଇଛି ।


ତାଇୱାନଠାରୁ କିଛି ଦୂରରେ ଚୀନର ଦକ୍ଷିଣ ରାଜ୍ୟ ଗୁଆଙ୍ଗସି ଜୁଆଙ୍ଗଜୁ ଅଛି । ଚୀନରେ ପୁଣି ଥରେ କୋରୋନା  ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କୋଭିଡ ଜିରୋ ପଲିସି ଅନ୍ତର୍ଗତ ଶାଙ୍ଘାଇର ୨୬ କୋଟି ଲୋକ ଘରେ ବନ୍ଦୀ ଅଛନ୍ତି । ଲୋକମାନଙ୍କୁ ଗୋଟିଏ ଦିନ ପାଇଁ ଭୋକିଲା ଓ ଶୋଷିଲା ଅବସ୍ଥାରେ କ୍ୱାରେଣ୍ଟାଇନ ରଖାଯାଉଛି । ଚୀନରେ କୋରୋନାର ପ୍ରକୋପ ମଧ୍ୟରେ ସି ଜିନପିଙ୍ଗ ଦୁନିଆର ଅଶାନ୍ତିର ସୁଯୋଗ ନେବାକୁ ଚେଷ୍ଟା କରୁଛନ୍ତି । ଯାହା ଅଧୀନରେ ରେଡ୍ ଆର୍ମି ମଧ୍ୟ ଆଗକୁ ବଢ଼ୁଥିବାର ଦେଖାଯାଉଛି ।


ସି ଜିନପିଙ୍ଗଙ୍କ ବଡ଼ ଯୋଜନା 


ଚୀନର ଏକ ଖବରକାଗଜ ଦାବି କରୁଛି ଯେ, ରାଷ୍ଟ୍ରପତି ସି ଜିନପିଙ୍ଗ (China President Xi Jinping) ତାଇୱାନ (Taiwan) ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଦାବି ଏହା ମଧ୍ୟ କରାଯାଉଛି ଯେ ତାଇୱାନରେ ଲଗାତର ହେଉଥିବା ଚୀନ ସେନାର ଅନୁପ୍ରବେଶ ସେହି ଯୋଜନାର ପରିଣାମ । ଗତ ଶୁକ୍ରବାର ଚୀନର ୪ଟି ଯୁଦ୍ଧ ବିମାନ ତାଇୱାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନରେ ପ୍ରବେଶ କରିଛି । ଯେତେବେଳେ କି CIC WZ-10 ଓ MI-17 କାର୍ଗୋ ହେଲିକପ୍ଟରଗୁଡିକ ତାଇୱାନର ଦକ୍ଷିଣ ପଶ୍ଚିମ ସେକ୍ଟରରେ ଅନୁପ୍ରବେଶ କରିଛି । ଏହି ଅନୁପ୍ରବେଶ ପରେ ତାଇୱାନ ଦ୍ୱାରା ଚୀନକୁ ଚେତାବନୀ ଦିଆଯାଇଛି ।


ବାସ୍ତବରେ, ଏପ୍ରିଲରେ ଚୀନ ତରଫରୁ ୭ ଥର ଅନୁପ୍ରବେଶ କରାଯାଇଛି, ଯେଉଁଥିରେ ୧୯ଟି ଚୀନ ଯୁଦ୍ଧ ବିମାନ ତାଇୱାନର ସାର୍ବଭୌମତ୍ୱକୁ ଚ୍ୟାଲେଞ୍ଜ କରିଛି । ତାଇୱାନ କହିଛି ଯେ ଗତ ବର୍ଷରେ ଚୀନ ୨୩୯ ଦିନରେ ତାଇୱାନର ସୀମାରେ ୯୬୧ ଥର ଅନୁପ୍ରବେଶ କରିଛି ।


ଚୀନର ଗ୍ରେ ଜୋନ୍ ଯୁଦ୍ଧ ନୀତି


ଚୀନ ଲଗାତର ଯୁଦ୍ଧ ବିମାନକୁ ତାଇୱାନର ଏୟାର ଡିଫେନ୍ସ ଆଇଡେଣ୍ଟିଫିକେସନ୍ ଜୋନ୍ ପଠାଇ ନିଜର 'ଗ୍ରେ ଜୋନ୍ ଯୁଦ୍ଧ-ନୀତି'କୁ ଆଗକୁ ବଢ଼ାଉଛି । ଯାହା ଅନ୍ତର୍ଗତ କୌଣସି ଦେଶ ସିଧାସଳଖ ବଳ ପ୍ରୟୋଗ ନକରି ନିଜର ସୁରକ୍ଷା ଲକ୍ଷ୍ୟ ପୂରଣ କରିବାକୁ ଚେଷ୍ଟା କରିଥାଏ । ଚୀନ ତାଇୱାନରେ ବାରମ୍ବାର ଅନୁପ୍ରବେଶ କରି ନିଜର ଗ୍ରେ-ଜୋନ୍ ଯୁଦ୍ଧ ନୀତିକୁ ଆଗକୁ ବଢ଼ାଇବାକୁ ଚେଷ୍ଟା କରୁଛି । ଯେପରି ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନକୁ ଦଖଲ କରି ଋଷରେ ନିଜର ସ୍ଥିତିକୁ ଦୃଢ଼ କରିବାକୁ ଚେଷ୍ଟା କରୁଛନ୍ତି । ସି ଜିନପିଙ୍ଗ ମଧ୍ୟ ତାଇୱାନକୁ ଚୀନରେ ସାମିଲ କରି ମାଓଙ୍କଠାରୁ ବଡ଼ ନେତା ହେବାକୁ ଇଚ୍ଛା ରଖିଛନ୍ତି ।


ଏହା ବି ପଢ଼ନ୍ତୁ:-ଭାରତ ସହ ପଙ୍ଗା ନେଲା ଜର୍ମାନୀ! କିଏ କରୁଛି ଷଡ଼ଯନ୍ତ୍ର


ଏହା ବି ପଢ଼ନ୍ତୁ:-ଚାଲିଲାନି ଯୋଗୀଙ୍କ ଯାଦୁ! ବାରାଣାସୀରେ ହାରିଲା ବିଜେପି


ଏହା ବି ପଢ଼ନ୍ତୁ:-ଶିବପାଲଙ୍କ ବିଦ୍ରୋହ ପୂର୍ବରୁ ଅଖିଳେଶଙ୍କୁ ଲାଗିଲା ବଡ଼ ଝଟକା! ଆଗରୁ ମିଳିଥିଲା ଏମିତି ଇସାରା


ଚୀନର ଆକ୍ରମଣକୁ ନେଇ ତାଇୱାନରେ ଆଲର୍ଟ 


ଏହି ନୂତନ ଘଟଣାକ୍ରମ ଦୁନିଆରେ ତୃତୀୟ ବିଶ୍ୱଯୁଦ୍ଧର ଆଉ ଏକ ମୋର୍ଚ୍ଚା ଖୋଲି ଦେଇଛି । ତାଇୱାନ ସେନା ୨୮ ପୃଷ୍ଠାର ହ୍ୟାଣ୍ଡବୁକ୍ ଜାରି କରି ଚୀନର ଏହି ବିପଦକୁ ନେଇ ସଚେତନ କରୁଛି । ଯେଉଁଥିରେ ନାଗରିକମାନଙ୍କୁ ଚୀନ୍ ଦ୍ୱାରା ସମ୍ଭାବ୍ୟ ଆକ୍ରମଣ ପାଇଁ ପ୍ରସ୍ତୁତ ହେବାକୁ ପରାମର୍ଶ ଦିଆଯାଇଛି । ପ୍ରଥମ ଥର ପାଇଁ ତାଇୱାନର ସେନା ଏଭଳି ଏକ ହ୍ୟାଣ୍ଡବୁକ୍ ଜାରି କରିଛି । ଯେଉଁଥିରେ ଆକ୍ରମଣ ସମୟରେ ମୋବାଇଲ୍ ଆପ୍ ମାଧ୍ୟମରେ କିପରି ଏକ ସୁରକ୍ଷିତ ସ୍ଥାନ ପାଇବେ ତାହା କୁହାଯାଇଛି ।


ଏହା ବ୍ୟତୀତ ଲୋକଙ୍କୁ କିପରି ଏୟାର ଷ୍ଟ୍ରାଇକ୍, ଅଗ୍ନିକାଣ୍ଡ, ବିଲ୍ଡିଂ ଭୁଶୁଡ଼ିବା ଏବଂ ବିଦ୍ୟୁତ୍ ସରବରାହରୁ ରକ୍ଷା କରାଯାଇପାରିବ ସେ ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ଦିଆଯାଇଛି । ଚାଇନା ୟୁକ୍ରେନ ଯୁଦ୍ଧର ଫାଇଦା ଉଠାଇ ତାଇୱାନ ଉପରେ ଆକ୍ରମଣ କରିପାରେ । ଆମେରିକା ମଧ୍ୟ ଏହାକୁ ଭୟ କରୁଛି । ଚୀନ ସର୍ବଦା ତାଇୱାନକୁ ନିଜର ଅଂଶ ବୋଲି ଦାବି କରିଆସୁଛି । ଏଥି ସହିତ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ତାଇୱାନକୁ ଚୀନର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ମାନ୍ୟତା ପ୍ରଦାନ କରିଛନ୍ତି, ଯାହା ତାଇୱାନ ପାଇଁ ଏକ ଭଲ ସଙ୍କେତ ଭାବରେ ଦେଖାଯାଉ ନାହିଁ ।