ନନ୍ଦିଗ୍ରାମ ଫଳାଫଳକୁ ନେଇ କଲିକତା ହାଇକୋର୍ଟରେ ମମତାଙ୍କ ଚ୍ୟାଲେଞ୍ଜ, ଆଜି ଶୁଣାଣି
ରାଜ୍ୟରେ ତୃତୀୟ ଥର କ୍ଷମତାକୁ ଆସିଥିବା ମମତା ବାନାର୍ଜୀଙ୍କ (Mamata Banrejee) ଦଳ ହୁଏତ ନିର୍ବାଚନରେ ୨୦୦ ରୁ ଅଧିକ ଆସନ ପାଇଥାଇ ପାରେ, କିନ୍ତୁ ସେ ନିଜେ ନିର୍ବାଚନରେ ହାରିଯାଇଥିଲେ ।
କୋଲକାତା: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) କଲିକତା ହାଇକୋର୍ଟରେ ନନ୍ଦିଗ୍ରାମ ନିର୍ବାଚନ ଫଳାଫଳକୁ (Nandigram Election Results) ଚ୍ୟାଲେଞ୍ଜ କରିଛନ୍ତି । ଶୁକ୍ରବାର ଦିନ ଏହି ମାମଲାର ଶୁଣାଣି ହେବ । ତୃତୀୟ ଥର ପାଇଁ ରାଜ୍ୟରେ କ୍ଷମତାକୁ ଆସିଥିବା ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ହୁଏତ ନିର୍ବାଚନରେ ୨୦୦ ରୁ ଅଧିକ ସିଟ୍ ପାଇଥାଇପାରେ, କିନ୍ତୁ ସେ ନିଜେ ନିର୍ବାଚନରେ ହାରିଯାଇଛନ୍ତି । ନନ୍ଦୀଗ୍ରାମର ନିର୍ବାଚନ ଫଳାଫଳକୁ ନେଇ ମମତା ବାନାର୍ଜୀ (Mamata Banrejee) ଲଗାତାର ଭାବେ ଅଭିଯୋଗ କରି ଆସୁଛନ୍ତି ।
୨ ମେ'ରେ ନିର୍ବାଚନ ଫଳାଫଳ ପରେ ମମତା ବାନାର୍ଜୀ କହିଥିଲେ ଯେ ସେ ନନ୍ଦିଗ୍ରାମର (Nandigram) ନିଷ୍ପତ୍ତିକୁ ଗ୍ରହଣ କରନ୍ତି । କିନ୍ତୁ ଭୋଟ୍ ଗଣିବା ସମୟରେ ଗଡ଼ବଡ଼ ପ୍ରସଙ୍ଗରେ ସେ କୋର୍ଟକୁ ଯିବେ, କାରଣ ତାଙ୍କ ପାଖରେ ସୂଚନା ଅଛି ଯେ ନିର୍ବାଚନ ଫଳାଫଳ ଘୋଷଣା ପରେ କିଛି ମନିପୁଲେସନ୍ କରାଯାଇଥିଲା, ଯାହା ସେ ପ୍ରକାଶ କରିବେ । ବାସ୍ତବରେ ନିର୍ବାଚନ ଧାରା ଆସିବା ପରେ ଶୁଭେନ୍ଦୁ ଅଧିକାରୀ (Suvendu Adhikari) ପ୍ରଥମେ ଆଗରେ ଥିଲେ । ତେବେ ୧୬ ତମ ରାଉଣ୍ଡ ଗଣନା ପରେ ମମତା ବାନାର୍ଜୀ ଅଚାନକ ଶୁଭେନ୍ଦୁଙ୍କୁ ପଛରେ ପକାଇ ଦେଇଥିଲେ । ଏହାପରେ ଗଣତିର ଖେଳ ପୁଣି ଓଲଟି ଯାଇଥିଲା ଓ ଶୁଭେନ୍ଦୁ ଅଧିକାରୀ ମମତାଙ୍କୁ ପଛରେ ପକାଇ ବିଜୟୀ ହୋଇଥିଲେ ।
ଅଧିକ ପଢ଼ନ୍ତୁ: WTC Final: ଐତିହାସିକ ମ୍ୟାଚ୍ ଉପରେ ବର୍ଷାର ଛାୟା, ଜାଣନ୍ତୁ ପିଚ୍ ରିପୋର୍ଟ
ବର୍ତ୍ତମାନ ବିରୋଧୀ ଦଳର ନେତା ଅଟନ୍ତି ଶୁଭେନ୍ଦୁ ଅଧିକାରୀ
ବିଶ୍ୱାସ କରାଯାଉଥିଲା ଯେ ମମତା ଏହି ବିଷୟରେ କୋର୍ଟଙ୍କ ନିକଟକୁ ଯାଇପାରନ୍ତି । ନନ୍ଦିଗ୍ରାମରେ ମମତାଙ୍କୁ ପରାସ୍ତ କରିଥିବା ନେତା ଶୁଭେନ୍ଦୁ ଅଧିକାରୀ ବର୍ତ୍ତମାନ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଅଟନ୍ତି । ନିକଟରେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟାସ ବାତ୍ୟାର ସମୀକ୍ଷା ବୈଠକ ପାଇଁ ପଶ୍ଚିମବଙ୍ଗ ଯାଇଥିଲେ ସେତବେଳେ ବିବାଦର ମୁଖ୍ୟ କାରଣ କେବଳ ଶୁଭେନ୍ଦୁ ଅଧିକାରୀ ବୋଲି କୁହାଯାଇଥିଲା । ବାସ୍ତବରେ ତୃଣମୂଳ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏହି ବୈଠକ ହେବା ଉଚିତ୍ । ଏହି ବୈଠକରେ ବିରୋଧୀ ଦଳର ନେତାଙ୍କର କୌଣସି ସ୍ଥାନ ନାହିଁ । ତେବେ ଏହା ପରେ କେନ୍ଦ୍ର ଦ୍ୱାରା ସ୍ପଷ୍ଟ କରାଯାଇଥିଲା ଯେ ଏଭଳି ପ୍ରଥା ଅନ୍ୟ ରାଜ୍ୟ ମାନଙ୍କରେ ମଧ୍ୟ ହୋଇସାରିଛି ।