WTC Final: ଐତିହାସିକ ମ୍ୟାଚ୍ ଉପରେ ବର୍ଷାର ଛାୟା, ଜାଣନ୍ତୁ ପିଚ୍ ରିପୋର୍ଟ
Advertisement
Article Detail0/zeeodisha/odisha922765

WTC Final: ଐତିହାସିକ ମ୍ୟାଚ୍ ଉପରେ ବର୍ଷାର ଛାୟା, ଜାଣନ୍ତୁ ପିଚ୍ ରିପୋର୍ଟ

ଅନୁମାନ କରାଯାଇଛି ଯେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୋଲରମାନଙ୍କୁ ଅତିରିକ୍ତ ସ୍ୱିଙ୍ଗ୍ ମିଳିବ ।

 

WTC Final: ଐତିହାସିକ ମ୍ୟାଚ୍ ଉପରେ ବର୍ଷାର ଛାୟା, ଜାଣନ୍ତୁ ପିଚ୍ ରିପୋର୍ଟ

ନୂଆଦିଲ୍ଲୀ: ସାଉଥମ୍ପଟନ୍‌ର ଏଜିସ୍ ବାଉଲ୍ ଷ୍ଟାଡିୟମରେ ଟେଷ୍ଟ ଚାମ୍ପିୟନସିପ୍‌ର ଐତିହାସିକ ଫାଇନାଲ୍ ମ୍ୟାଚ୍ ଶୁକ୍ରବାର ଠାରୁ ଖେଳାଯିବ । ଇତିହାସରେ ଏହି ମ୍ୟାଚ୍ ପ୍ରଥମ ଥର ପାଇଁ ହେଉଛି ।

ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍‌ର (World Test Championship) ଫାଇନାଲ ମ୍ୟାଚ୍ ୧୮ ରୁ ୨୨ ଜୁନ୍ ସାଉଥମ୍ପଟନରେ (Southampton) ଖେଳାଯିବ । ପିଚ୍ ରିପୋର୍ଟ ଓ ସ୍ଥାନୀୟ ପାଣିପାଗ ଉପରେ ଆଇସିସିରୁ ଏକ ବଡ ଅପଡେଟ୍ ଆସିଛି ।

ବର୍ଷା ସାଜିପାରେ ବାଧକ
ସାଉଥମ୍ପଟନରେ (Southampton) ବର୍ଷା ହେବାର ପୂର୍ବାନୁମାନ କରାଯାଇଛି । ଇଂଲଣ୍ଡରେ (England) ଜୁନ୍ ମାସରେ ମୌସୁମୀ ଅଧିକ ପ୍ରାଧାନ୍ୟ ବିସ୍ତାର କରିଥାଏ ଓ ସମୟ ସମୟରେ ତୁହାକୁ ତୁହା ବର୍ଷା ମଧ୍ୟ ଏଠାରେ ହୋଇଥାଏ ।

ପାଣିପାଗ ପୂର୍ବାନୁମାନ କରିଛି ଯେ ଏଠାରେ ବଜ୍ରପାତ ସମେତ ଦିନସାରା ବର୍ଷା ମଧ୍ୟ ହୋଇପାରେ । ଯାହାଫଳରେ ଷ୍ଟାଡିୟମକୁ ଶୁଖିଲା ରଖିବା କଷ୍ଟକର ହେବ ।

ଅଧିକ ପଢ଼ନ୍ତୁ: ଦଶମ, ଦ୍ୱାଦଶ ଛାତ୍ର-ଛାତ୍ରୀମାନଙ୍କୁ କିପରି ଦିଆଯିବ ନମ୍ବର, ସରକାର କହିଲେ Formula

ଅନୁମାନ କରାଯାଏ ଯେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ବୋଲରମାନଙ୍କୁ ଅତିରିକ୍ତ ସ୍ୱିଙ୍ଗ୍ ମିଳିବ ଓ ଦ୍ରୁତ ବୋଲରମାନଙ୍କୁ ମଧ୍ୟ ଲାଲ୍ ବଲରେ ବାଉନ୍ସ ମିଳିବ । ଏଭଳି ପରିସ୍ଥିତିରେ ପ୍ରଥମେ ବ୍ୟାଟିଂ କରିବା ଦଳକୁ ପ୍ରାରମ୍ଭିକ ସେସନରେ ଅନେକ ଅସୁବିଧାର ସମ୍ମୁଖୀନ ହେବ ।

୩ ଦିନ ଅଧିକ ବର୍ଷା ହେବାର ଆଶଙ୍କା
ପାଣିପାଗ ପୂର୍ବାନୁମାନ ଅନୁଯାୟୀ ୧୯, ୨୦ ଓ ୨୨ ଜୁନରେ ଅନ୍ୟ ଦୁଇ ଦିନ ଅପେକ୍ଷା ଅଧିକ ବର୍ଷା ହେବାର ସମ୍ଭାବନା ଅଛି । କିନ୍ତୁ ୧୮ ଓ ୨୧ ଜୁନରେ ମଧ୍ୟ ପୂରା ଦିନର ଖେଳ ପାଇଁ ପାଣିପାଗ ଅନୁକୂଳ ରହିବ ନାହିଁ । ରିଜର୍ଭ ଦିନରେ ମଧ୍ୟ ବର୍ଷା ଯୋଗୁଁ ଖେଳ ବ୍ୟାହତ ହେବ ବୋଲି ଆଶା କରାଯାଉଛି । ଯଦି ବର୍ଷା ହୁଏ ତେବେ ଭୂମିରେ ଆର୍ଦ୍ରତା ରହିବ ଓ ଏହା ଦ୍ରୁତ ବୋଲରମାନଙ୍କୁ ସାହାଯ୍ୟ କରିବ ।

ଅଧିକ ପଢ଼ନ୍ତୁ: Driving License, RC କୁ ନେଇ ଆସିଲା ବଡ ଖବର, ସରକାର ବୃଦ୍ଧି କଲେ Validity

ରିଜର୍ଭ ଦିନକୁ କରିବାକୁ ପଡିପାରେ ବ୍ୟବହାର
ସୂଚନାଯୋଗ୍ୟ ଯେ ଯଦି ମ୍ୟାଚ୍ ୫ ଦିନରେ ସମାପ୍ତ ନ ହେବ, ତେବେ ରିଜର୍ଭ ଦିନକୁ ମଧ୍ୟ ବ୍ୟବହାର କରାଯାଇପାରିବ । ଯାହାଫଳରେ ୨୩ ଜୁନରେ ମଧ୍ୟ ଫାଇନାଲ୍ ମ୍ୟାଚ ଦେଖିବାକୁ ମିଳିପାରେ ।

ଆଇସିସି ପୂର୍ବରୁ ଘୋଷଣା କରିସାରିଛି ଯେ ଯଦି ପାଞ୍ଚ ଦିନରେ ଖେଳ ବର୍ଷା ଯୋଗୁଁ ପୂରା ନ ହେବ ତେବେ ରିଜର୍ଭ ଦିନର ମଧ୍ୟ ବ୍ୟବହାର କରାଯିବ । ଯଦି ଆବଶ୍ୟକ ହୁଏ ତେବେ ରିଜର୍ଭ ଦିନରେ ସର୍ବାଧିକ ୩୩୦ ମିନିଟ୍ କିମ୍ବା ଅତିରିକ୍ତ ୮୩ ଓଭରର ଖେଳାଯିବ ।