ପାଟନା: କ୍ରମାଗତ ଭାବେ ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ କ୍ୟାବିନେଟ (Bihar Cabinet)ଗଠନ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ (Bihar CM) ନୀତିଶ କୁମାର (Nitish Kumar)। ଏହା ସହିତ ତାଙ୍କ ସହିତ ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି ସେ। ସରକାର ଗଠନ କରିବା ପରେ କ୍ୟାବିନେଟ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ। 
 
ଜେଡିୟୁ (JDU)ପକ୍ଷରୁ ମନ୍ତ୍ରୀ ଭାବେ ଶପଥ ନେଇଥିବା ବିଜୟ ଚୌଧୁରୀଙ୍କୁ ଗ୍ରାମ୍ୟ ଉନ୍ନୟନ, ଅଶୋକ ଚୌଧୁରୀଙ୍କୁ ଗୃହ ନିର୍ମାଣ ଏବଂ ସଂଖ୍ୟାଲଘୁ ବ୍ୟାପାର, ସମାଜ କଲ୍ୟାଣ, ବିଜ୍ଞାନ, ପ୍ରଯୁକ୍ତି ବିଦ୍ୟା ବିଭାଗ ପ୍ରଦାନ କରାଯାଇଛି। ମେବାଲାଲ ଚୌଧୁରୀଙ୍କୁ ଶିକ୍ଷା ମନ୍ତ୍ରୀ କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ବିଜେପି (BJP) କୋଟାରୁ ମନ୍ତ୍ରୀ ହୋଇଥିବା ମଙ୍ଗଲ ପାଣ୍ଡେଙ୍କୁ ସ୍ୱାସ୍ଥ୍ୟ ଏବଂ ସଡକ ନିର୍ମାଣ ବିଭାଗ ମିଳିଛି। ସବୁଠାରୁ ଅଧିକ ଜେଡିୟୁ କୋଟାରୁ ମନ୍ତ୍ରୀ ହୋଇଥିବା ଅଶୋକ ଚୌଧୁରୀଙ୍କୁ ମିଳିଛି। ରାଜ୍ୟର ପୂର୍ବତନ  ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ମିଳିଥିବା ସମସ୍ତ ବିଭାଗ ୨ ନବ ନିଯୁକ୍ତ ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ ଏବଂ ରେଣୁ ଦେବୀଙ୍କୁ ହସ୍ତାନ୍ତର କରାଯାଇଛି। ମହିଳା କଲ୍ୟାଣ ବିଭାଗ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀଙ୍କୁ ମିଳିଛି।


କାହାକୁ ମିଳିଲା କେଉଁ ବିଭାଗ  


  • ନୀତିଶ କୁମାର: ଗୃହ ବିଭାଗ, ଆଇନ, ଭିଜିଲାନ୍ସ, କ୍ୟାବିନେଟ, ନିର୍ବାଚନ ଏବଂ ଅନ୍ୟ ସମସ୍ତ ବିଭାଗ 

  • ତାରାକିଶୋର ପ୍ରସାଦ: ଅର୍ଥ, ଜଙ୍ଗଲ, ପରିବେଶ, ଆଇଟି, ବିପର୍ଯ୍ୟୟ ପରିଚାଳନା, ସହରାଞ୍ଚଳ ବିକାଶ

  • ରେଣୁ ଦେବୀ:  ପଞ୍ଚାୟତିରାଜ, ପଛୁଆବର୍ଗ ବିକାଶ, ଆର୍ଥିକ ଦୃଷ୍ଟିରୁ ପଛୁଆ ବର୍ଗ ବିକାଶ, ଉଦ୍ୟୋଗ ବିଭାଗ 

  • ବିଜୟ ଚୌଧୁରୀ:ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳ ସମ୍ପଦ ବିଭାଗ, ସୂଚନା ଏବଂ ପ୍ରସାରଣ ବିଭାଗ, ସଂସଦୀୟ କାର୍ଯ୍ୟ

  • ବିଜେନ୍ଦ୍ର ଯାଦବ: ଶକ୍ତି, ଖାଦ୍ୟ, ପ୍ରାଧିକରଣ 

  • ମେବାଲାଲ ଚୌଧୁରୀ: ଶିକ୍ଷା ବିଭାଗ

  • ଶୀଲା କୁମାରୀ: ପରିବହନ ବିଭାଗ

  • ସନ୍ତୋଷ ମାଞ୍ଝି: ଜଳସେଚନ ବିଭାଗ, ଏସସି/ଏସଟି କଲ୍ୟାଣ 

  • ମୁକେଶ ସାହାନି: ପଶୁପାଳନ, ମତ୍ସ୍ୟ ବିଭାଗ

  • ମଙ୍ଗଲ ପାଣ୍ଡେ: ସ୍ୱାସ୍ଥ୍ୟ, ସଡକ ନିର୍ମାଣ, କଳା ଏବଂ ସଂସ୍କୃତି 

  • ଅମରେନ୍ଦ୍ର ପ୍ରତାପ ସିଂ: କୃଷି, ସମବାୟ, ଆଖୁ 

  • ରାମପ୍ରୀତ ପାସୱାନ୍: PHED ବିଭାଗ 

  • ଜୀବେଶ ମିଶ୍ର: ପର୍ଯ୍ୟଟନ, ଶ୍ରମ ଏବଂ ଖଣି 

  • ରାମସୁରତ ରାୟ: ରାଜସ୍ୱ, ଆଇନ ବିଭାଗ