Indian Coast Guard Helicopter Accident Viral Video: କେରଳ କୋଚିସ୍ଥିତ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ଏନକ୍ଲେଭ ଠାରେ ଉଡ଼ାଣ ଭରିବା ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି ଏକ ହେଲିକ୍ୟାପ୍ଟର।  ର୍ଘଟଣାଗ୍ରସ୍ତ ହେଲିକ୍ୟାପ୍ଟର ଭାରତୀୟ ତଟରକ୍ଷକ ବଳ ବୋଲି ଜଣାପଡ଼ିଛି। ମାର୍ଚ୍ଚ ୨୬ ତାରିଖ ରବିବାର ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ହେଲେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହେଲିକ୍ୟାପ୍ଟର ଚାଳକଙ୍କ ସତର୍କତା କାରଣରୁ ହେଲିକ୍ୟାପ୍ଟର ଯୋଗେ ଯାତ୍ରା କରୁଥିବା ୩ ଜଣ ଲୋକଙ୍କ ଜୀବନ ରକ୍ଷା ପାଇଛି। ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କୋଚି ଠାରେ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଜରିଆରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି।


COMMERCIAL BREAK
SCROLL TO CONTINUE READING

ଭାରତୀୟ ତଟରକ୍ଷକ ବଳ (Indian Coast Guard) ଆଇସିଜି (ICG) ପକ୍ଷରୁ କୁହାଯାଇଛି କୋଚି ଠାରୁ ପରିଚାଳିତ "ALH Mk-III Helicopter CG 855" (ALH Dhruv Mark 3 Helicopter) ରବିବାର ମଧ୍ୟାନ୍ନ ସମୟରେ ସ୍ଥାନୀୟ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ (Cochin International Airport Limited) ସିଆଇଏଏଲ୍ ଏନକ୍ଲେଭ (CIAL Enclave) ଠାରେ ଉଡ଼ାଣ ଭରିଥିଲା। ପରୀକ୍ଷଣ ପାଇଁ ଉଡ଼ାଯାଇଥିବା ହେଲିକପ୍ଟର ମରାମତି କରାଯାଇଥିଲା।


ବିବୃତ୍ତି ଅନୁଯାୟୀ, ଯେତେବେଳେ ଉଡ଼ାଣ ପରେ ହେଲିକପ୍ଟର ୩୦-୪୦ ଫୁଟ ଉଚ୍ଚରେ ପହଞ୍ଚିଲା, ସେତେବେଳେ ପାଇଲଟ ଏହା ଉପରୁ ନିୟନ୍ତ୍ରଣ ହରାଇଥିଲେ। ହେଲେ ପାଇଲଟ୍ ଜଣଙ୍କ ଉପସ୍ଥିତ ବୁଦ୍ଧିର ପରିଚୟ ଦେଇ ହେଲିକ୍ୟାପ୍ଟର ଉପରେ ସର୍ବନିମ୍ନ ନିୟନ୍ତ୍ରଣ ହାସଲ କରିବାରେ ସଫଳ ହୋଇଥିଲେ। ପାଇଲଟ୍ ଜଣଙ୍କ ବିମାନ ବନ୍ଦରର ମୁଖ୍ୟ ରନୱେ ଠାରୁ ହେଲିକପ୍ଟରକୁ ଦୂରକୁ ନେଇ ଯାଇଥିଲେ। ଏହି ଘଟଣା ସହ ଜଡିତ ଏକ ଭିଡିଓ ନ୍ୟୁଜ୍ ଏଜେନ୍ସି ANI ଦ୍ୱାରା ସେୟାର କରାଯାଇଛି। ଯେଉଁଥିରେ ହେଲିକପ୍ଟର ନିୟନ୍ତ୍ରଣ ବାହାରକୁ ଚାଲିଯାଇ ତଳେ ପଡ଼ିଥିବାର ଦେଖିବାକୁ ମିଳୁଛି।


 



ଆଇସିଜି କହିଛି ଯେ ବିମାନ ପରୀକ୍ଷା ପୂର୍ବରୁ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (Hindustan Aeronautics Limited) ହାଲ (HAL) ଏବଂ ଆଇସିଜି ଦଳ (ICG Team) ଦ୍ୱାରା ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। ସମସ୍ତ ମାନକରେ ହେଲିକ୍ୟାପ୍ଟର ଆବଶ୍ୟକୀୟ ମାନଦଣ୍ଡ ପୂରଣ କରୁଥିଲା। ଯେତେବେଳେ CG855 ହେଲିକପ୍ଟର ପ୍ରାୟ ୩୦-୪୦ ଫୁଟ ଉଚ୍ଚରେ ଉଡୁଥିଲା, ସେତେବେଳେ ଏହାର ସାଇକ୍ଲିକ୍ କଣ୍ଟ୍ରୋଲ୍ (Helicopter Cyclic Control System) କାମ କରୁନଥିଲା। ଏହି ଉପକରଣ ଉଚ୍ଚତାରେ ଉଡ଼ିବା ବେଳେ ହେଲିକପ୍ଟର ଗତିକୁ ନିୟନ୍ତ୍ରିତ କରିଥାଏ। 


ସୂତ୍ରରୁ ପ୍ରକାଶ ଯେ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଭାବରେ ଭୂମିରେ ଅବତରଣ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରିଥିଲେ। ଯାହାଦ୍ୱାରା ହେଲିକ୍ୟାପ୍ଟର ଭିତରେ ଥିବା ୩ ଜଣଙ୍କ ଜୀବନ ରକ୍ଷା ହୋଇପାରିବ। ଏହି ଘଟଣାରେ ଜଣେ ବ୍ୟକ୍ତି ସାମାନ୍ୟ ଆହତ ହୋଇଛନ୍ତି। ହେଲିକପ୍ଟର ରୋଟର୍ ଏବଂ ଏୟାରଫ୍ରେମ୍ (Helicopter Rotor and Airframe) ନଷ୍ଟ ହୋଇଯାଇଛି। ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ସମୟରେ, କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ (Indian Coast Guard Helicopter Accident) ହେବା ପରେ ଦୁଇ ଘଣ୍ଟା ପାଇଁ ବିମାନ ଚଳାଚଳ ସ୍ଥଗିତ ରଖାଯାଇଥିବା 


କୋଚିସ୍ଥିତ ଆନ୍ତର୍ଜାତୀୟ ବିମାନବନ୍ଦର ଲିମିଟେଡ୍ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସିଆଇଏଏଲ୍ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଯେ ଦିନ ପ୍ରାୟ ଦୁଇଟା ସମୟରେ ହେଲିକପ୍ଟର କାର୍ଯ୍ୟକ୍ଷମ ଅଞ୍ଚଳରୁ ହଟାଇ ଦିଆଯାଇଛି। ସୁରକ୍ଷାଗତ ଯାଞ୍ଚ ପରେ ରନୱେ ଅଞ୍ଚଳକୁ ସଫା କରାଯିବା ପରେ ବିମାନ ଚଳାଚଳ ଆରମ୍ଭ କରାଯାଇଛି।