Subodh Kant Sahay targets Modi: ନେସଲାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରିବା ଏବଂ ଅଗ୍ନିପଥ ଯୋଜନା ବିରୋଧରେ ନୂଆଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରୁଛି କଂଗ୍ରେସ। ମାତ୍ର ସତ୍ୟାଗ୍ରହ କରିବା ଅବସରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ। 


COMMERCIAL BREAK
SCROLL TO CONTINUE READING

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ସୁବୋଧ କାନ୍ତ ସହାୟ କହିଛନ୍ତି "ହିଟଲର ରାସ୍ତାରେ ଚାଲିଲେ ହିଟଲର ଭଳି ମରିବେ ମୋଦି"।  



ଭାରତୀୟ ସଶସ୍ତ୍ର ବଳରେ ଅଗ୍ନିପଥ ଯୋଜନା କାର୍ଯ୍ୟ କରିବାକୁ ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ। ଏନେଇ ସେ କହିଛନ୍ତି ମୋଦି ସରକାର ଦେଶର ଯୁବକଙ୍କୁ ଚୌକିଦାର କରିବାକୁ ଚେଷ୍ଟା କରୁଛନ୍ତି। ଏହି ଯୋଜନା  ବିରୋଧରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସତ୍ୟାଗ୍ରହରେ ସାମିଲ ହୋଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଏହି ଯୋଜନା କାରଣରୁ ଦେଶର ଯୁବ ପିଢିଙ୍କ ଭବିଷ୍ୟତ, ରାଷ୍ଟ୍ରୀୟ ସୁରକ୍ଷା ବିପଦରେ ପଡିଯିବ। କେନ୍ଦ୍ର ସରକାର ଦେଶର ଯୁବକଙ୍କୁ ସୈନିକ ନୁହେଁ ଚୌକିଦାର କରିବାକୁ ଚେଷ୍ଟା କରୁଛନ୍ତି।


ନେସଲାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରିବା  ଉପରେ ପ୍ରଶ୍ନ ଉଠାଇ ଛତିଶଗଡ଼ ମୁଖ୍ୟମନ୍ତ୍ରୀ କହିଛନ୍ତି ଦରଦାମ ବୃଦ୍ଧି, ବେରୋଜଗାରୀ, ରାଫେଲ ଦୁର୍ନୀତି ମାମଲାରେ ରାହୁଲ ଗାନ୍ଧୀ ସ୍ୱର ଉଠାଉଥିଲେ। ଏହି କାରଣରୁ କେନ୍ଦ୍ର ସରକାର ତାଙ୍କ ସ୍ୱର ଦବାଇବାକୁ ଚେଷ୍ଟା କରୁଛନ୍ତି।  


ସୋମବାର ନେସଲାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜେରା କରିବା ଏବଂ ଅଗ୍ନିପଥ ଯୋଜନା ବିରୋଧରେ ନୂଆଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ସତ୍ୟାଗ୍ରହ କରୁଛି କଂଗ୍ରେସ। ଏହି ଅବସରରେ ନାରାବାଜି କରାଯିବା ସହ ବିରୋଧ ପ୍ରଦର୍ଶନ କରାଯାଇଥିଲା। ବିରୋଧ ପ୍ରଦର୍ଶନ କରୁଥିବା କଂଗ୍ରେସ ନେତାଙ୍କୁ  ପୋଲିସ ହେପାଜତକୁ ନେଇଥିଲା। ଏହି ଅବସରରେ କଂଗ୍ରେସ ମହାସଚିବ ଅଜୟ ମାକେନ କହିଛନ୍ତି କେନ୍ଦ୍ର ସରକାର ପ୍ରବର୍ତ୍ତନ ନିର୍ଦେଶାଳୟ ଜରିଆରେ ରାହୁଲ ଗାନ୍ଧୀଙ୍କୁ ବେଆଇନ ଉପାୟରେ ଦବାଇବାକୁ ଚେଷ୍ଟା କରୁଛି।   


Also Read: ପ୍ରଧାନମନ୍ତ୍ରୀ ମୋଦିଙ୍କ ମୃତ୍ୟୁ କାମନା କଲେ କଂଗ୍ରେସ ନେତା ଶେଖ ହୁସୈନ