ପ୍ରଧାନମନ୍ତ୍ରୀ ମୋଦିଙ୍କ ମୃତ୍ୟୁ କାମନା କଲେ କଂଗ୍ରେସ ନେତା ଶେଖ ହୁସୈନ
Advertisement

ପ୍ରଧାନମନ୍ତ୍ରୀ ମୋଦିଙ୍କ ମୃତ୍ୟୁ କାମନା କଲେ କଂଗ୍ରେସ ନେତା ଶେଖ ହୁସୈନ

 ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ  ବୟାନ ଦେଇ ସେ ତାଙ୍କର ମୃତ୍ୟୁ କାମନା କରିଛନ୍ତି। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ମୃତ୍ୟୁ କାମନା କଲେ କଂଗ୍ରେସ ନେତା ଶେଖ ହୁସୈନ

Sheikh Hussain on PM Modi:ପ୍ରଧାନମନ୍ତ୍ରୀ ମୋଦିଙ୍କ ବାବଦରେ ମତ ରଖିବାକୁ ଯାଇ ସମସ୍ତ ପ୍ରକାର ମର୍ଯ୍ୟଦା ଲଂଘି ଯାଇଛନ୍ତି କଂଗ୍ରେସ ନେତା ଶୈଖ ହୁସେନ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ  ବୟାନ ଦେଇ ସେ ତାଙ୍କର ମୃତ୍ୟୁ କାମନା କରିଛନ୍ତି। ମହାରାଷ୍ଟ୍ର ନାଗପୁରସ୍ଥିତ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ କଂଗ୍ରେସ ନେତା ଜଣଙ୍କ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି।

ନାଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ରହି ସାରିଥିବା ଶୈଖ ହୁସେନ ବିକ୍ଷୋଭ ପ୍ରଦର୍ଶନ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବୟାନ ଦେଇ ବିବାଦୀୟ ହୋଇପଡି଼ଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ବିବାଦୀୟ ବୟାନ  ଦେଇଥିବାରୁ ତାଙ୍କ ବିରୋଧରେ FIR ଦାଏର କରାଯାଇଛି। ଗିଟ୍ଟୀଖାଦାନ ଥାନରେ କଂଗ୍ରେସ ନେତାଙ୍କ ବିରୋଧରେ ଆଇପିସି ଧାରା ୨୯୪ ଏବଂ ୫୦୪ ଆଧାରରେ ଅଭିଯୋଗ ଦାଖଲ କରାଯାଇଛି। ଅନ୍ୟପଟେ ନାଗପୁର ବିଜେପି
ପକ୍ଷରୁ ବିବାଦୀୟ ବୟାନ ଦେବା ଅଭିଯୋଗରେ କଂଗ୍ରେସ ନେତାଙ୍କ ବିରୋଧରେ ଅଭିଯୋଗ କରାଯିବା ବୋଲି କୁହାଯାଇଛି। 

କେବଳ ଶୈଖ ହୁସେନ ନୁହଁନ୍ତି ମହାରାଷ୍ଟ୍ର କଂଗ୍ରେସ ସଭାପତି ନାନା ପୋଟଲେଙ୍କ ଏକ ଭିଡି଼ଓ ଜୋରସୋରରେ ଭାଇରାଲ ହେବାରେ ଲାଗିଥିଲା। ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ଦେଶ୍ୟରେ କହିଛନ୍ତି "ମୁଁ ତାଙ୍କୁ ଗାଳି ଦେଇପାରିବେ, ପିଟି ପାରିବି। "  

ସୋସିଆଲ ମିଡିଆରେ ଏହି ଭିଡି଼ଓ ଭାଇରାଲ ହେବା ପରେ ବିଜେପି କଂଗ୍ରେସ ନେତା ପୋଟଲେଙ୍କୁ ଟାର୍ଗେଟ କରିଥିଲେ। ତାଙ୍କର ଏହି ଭିଡିଓକୁ ଏକ ଚ୍ୟାନେଲ ଏବଂ ପରେ ବିରୋଧି ଦଳର ନେତା ଦେବେନ୍ଦ୍ର ଫଡନାଭିସ୍ ଟ୍ୱିଟ୍ କରିଛନ୍ତି। ଏଥିରେ ପାଟୋଲ ଭଣ୍ଡାରା ଜିଲ୍ଲାର ଗ୍ରାମବାସୀଙ୍କୁ କହୁଥିବାର ଶୁଣିବାକୁ ମିଳୁଛି, "ମୁଁ ମୋଦିଙ୍କୁ ଗାଳି ଦେଇପାରିବେ, ପିଟି ପାରିବି"। ଏହି କାରଣରୁ ସେ ମୋ ବିରୋଧରେ ପ୍ରଚାର କରିବାକୁ ଆସିଥିଲେ ବୋଲି କହିଛନ୍ତି ସେ।

Also Read: 'ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗାଳି ଦେଇପାରିବେ,ପିଟି ପାରିବି'

 

ତାଙ୍କର ଏହି ବୟାନକୁ ନେଇ ବିବାଦ ହେବା ପରେ କଂଗ୍ରେସ ନେତା କହିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀର ଲୋକ ମୋଦି ନାମକ ଜଣେ ସ୍ଥାନୀୟ ଗୁଣ୍ଡ ବାବଦରେ ତାଙ୍କ ନିକଟରେ ଅଭିଯୋଗ କରିଛନ୍ତି ଏବଂ ସେ ପ୍ରଧାନମନ୍ତ୍ରୀଙ୍କୁ ଏପରି କିଛି କହି ନାହାଁନ୍ତି। ମୋତେ ପୁନର୍ବାର ସ୍ପଷ୍ଟ କରିବାକୁ ଦିଅନ୍ତୁ ଯେ ମୁଁ ପ୍ରଧାନମନ୍ତ୍ରୀଙ୍କ ବିଷୟରେ ନୁହେଁ, ବରଂ ମୋଦି ନାମକ ଏକ ସ୍ଥାନୀୟ ଗୁଣ୍ଡ ବିଷୟରେ କହୁଛି।