ଚାକିରୀ କରୁଛି ଜଣେ, ହେଲେ ଦୁଇଜଣଙ୍କ ଦରମା ଦେଉଛି ଏହି ରାଜ୍ୟର ସରକାର
ଏକ ଖବର ସରବରାହ ସଂସ୍ଥା ଅନୁଯାୟୀ, ଏହି ଦୁଇ ଭାଇଙ୍କ ଜନ୍ମ ପରେ ତାଙ୍କୁ ତାଙ୍କ ପରିବାର ଅନାଥ କରି ଛାଡ଼ି ଦେଇଥିଲେ । ଏହାପରେ ତାଙ୍କ ଦାୟିତ୍ୱ ଏକ ଅନାଥଶ୍ରମ ନେଇଥିଲା ।
ନୂଆଦିଲ୍ଲୀ: ଗୋଟେ ପଟେ ଯେଉଁଠି ସରକାରୀ ଚାକିରୀରେ ଜଣଙ୍କୁ ଦରମା ଦେବାକୁ ନେଇ ଧରପଗଡ଼ ଜାରି ରହିଛି ସେପଟେ ପଞ୍ଜାବ ସରକାର ସରକାରୀ ଉପକ୍ରମରେ ପ୍ରଥମ ଥର ଚାକିରୀ ପାଇଥିବା ଲୋକଙ୍କୁ ଡବଲ ସାଲାରୀ ଅର୍ଥାତ୍ ଦୁଇ ଜଣଙ୍କ ଦରମା ପ୍ରଦାନ କରୁଛନ୍ତି । ତେବେ ଏ ଘଟଣା ମିଛ ନୁହେଁ ସତ...ତେବେ ଚାଲନ୍ତୁ ଜାଣିବା ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଅସଲ କାହାଣୀ କଣ...
ପଞ୍ଜାବ (Punjab) ର ଅମୃତସରରେ ରହୁଥିବା ୧୯ ବର୍ଷୀୟ ସୋହାନା ଓ ମୋହାନା ସିଂହଙ୍କ ଯେତେବେଳେ ଚାକିରୀ ଲାଗିଲା ସେତେବେଳେ ତାଙ୍କୁ ଦୁଇ ଜଣଙ୍କ ଦରମା ପ୍ରଦାନ କରାଯାଇଥିଲା। କାରଣ ଏମାନଙ୍କ ଶରୀର ସିନା ଗୋଟେ ହେଲେ ମୁଣ୍ଡ ଦୁଇ । ଏକ ଖବର ସରବରାହ ସଂସ୍ଥା ଅନୁଯାୟୀ, ଏହି ଦୁଇ ଭାଇଙ୍କ ଜନ୍ମ ପରେ ତାଙ୍କୁ ତାଙ୍କ ପରିବାର ଅନାଥ କରି ଛାଡ଼ି ଦେଇଥିଲେ । ଏହାପରେ ତାଙ୍କ ଦାୟିତ୍ୱ ଏକ ଅନାଥଶ୍ରମ ନେଇଥିଲା ।
ବିଦ୍ୟାଳୟରେ ଶିକ୍ଷା (School Education) ସମାପ୍ତ କରିବା ପରେ ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ ଲିମିଟେଡରେ ତାଙ୍କର ପ୍ରଥମ ଚାକିରୀ ଥିଲା ଯେଉଁଠାରେ ସେ ଇଲେକ୍ଟ୍ରିସିଆନ ଭାବେ କାମ ପାଇଥିଲେ। ମାତ୍ର ଏମିତି ଶରୀର ଥାଇ ମଧ୍ୟ ସେମାନଙ୍କୁ ଏବେ ୧୦-୧୦ ଲେଖାଏଁ ଦରମା ପ୍ରଦାନ କରୁଛନ୍ତି ପଞ୍ଜାବ ସରକାର (Punjab Government) । ଦୁଇ ଭାଇ ଡିସେମ୍ବର ୨୦ରେ ହିଁ କାର୍ଯ୍ୟରେ ଯୋଗ ଦେଇଛନ୍ତି ।
ସୋହନା ଓ ମୋହନା ସିଂହ ଛୋଟବେଳୁ ହିଁ ମନ୍ଥ କରିନେଇଥିଲେ ଯେ, ସେ କେବେ କାହା ଉପରେ ନିର୍ଭରଶୀଳ ହୋଇରହିବେ ନାହିଁ । ଏମିତି ଶରୀର ପାଇବା ସତ୍ତ୍ୱେ ସେ ନିଜ ଗୋଡ଼ରେ ନିଜେ ଛିଡ଼ା ହେବେ। ଦୁନିଆ ତାଙ୍କ ଆତ୍ମନିର୍ଭରଶୀଳତାକୁ ଦେଖିବ । ଆଉ ତାହା ହିଁ ହେଲା । ଏଥିପାଇଁ ଦୁହେଁ ଇଲୋକ୍ଟ୍ରୋନିକ୍ସ ଡିପ୍ଲୋମା କରିବା ପରେ ସରକାରୀ ଚାକିରୀ ପାଇଁ ଖୁବ ଉଦ୍ୟମ କରିଥିଲେ । ଏହି ଦୁଇ ଯାଆଁଳା ଭାଇଙ୍କ
ଦୁଇଟି ହୃଦୟ, ଦୁଇଟି କିଡନୀ ଏବଂ ଦୁଇଟି ମେରୁଦଣ୍ଡ, ଏପରିକି ଦୁଇ ଯୋଡି ହାତ ଅଛି, କିନ୍ତୁ ସେମାନଙ୍କର ଯକୃତ, ଗାଲ୍ ବ୍ଲାଡର ଗୋଟିଏ । ଡାକ୍ତରମାନେ ସେମାନଙ୍କ ଅପରେସନ (Operation) କରିବାକୁ ମନା କରିଦେଇଥିଲେ କାରଣ ଏଥିରେ ଉଭୟଙ୍କର ମୃତ୍ୟୁ ହୋଇପାରେ।
Also Read: ଠକମାନେ ଆପଣଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ନେଇପାରନ୍ତି ଲୁଟି, EPFO ଜାରି କଲା ଆଲର୍ଟ
Also Read: ଆସୁଛି ନୂଆବର୍ଷ ୨୦୨୨: ଚମକିବେ ଏହି ୬ ରାଶି, କ୍ୟାରିଅରରେ ଅଛି ଏହି ଉନ୍ନତି