ନୂଆଦିଲ୍ଲୀ: ବିଗତ ଦିନରେ ଦିଲ୍ଲୀ ସରକାର ଏକ ବଡ଼ ନିଷ୍ପତ୍ତି ନେଇ ଦେଶର ଜାତୀୟ ରାଜଧାନୀର ଡିଟିସି ବସ୍‌ (DTC Bus) ରେ ମହିଳାମାନେ ମାଗଣାରେ ଯାତ୍ରାର ସୁବିଧା ପ୍ରଦାନ କରିଥିଲେ । ବର୍ତ୍ତମାନ ଦିଲ୍ଲୀର କେଜ୍ରିୱାଲ ସରକାର (Kejriwal Government)  ଆଉ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦିଲ୍ଲୀର ନିର୍ମାଣ କାର୍ଯ୍ୟ ସହିତ ଜଡିତ ଶ୍ରମିକମାନେ (Delhi Construction Workers) ବର୍ତ୍ତମାନ DTC ବସରେ ମାଗଣାରେ ଯାତ୍ରା କରିପାରିବେ । ଏପରି ପରିସ୍ଥିତିରେ ବର୍ତ୍ତମାନ ମହିଳା ଓ ଶ୍ରମିକଙ୍କ ପାଇଁ DTC ବସରେ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ହବେ ।


COMMERCIAL BREAK
SCROLL TO CONTINUE READING

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ (Delhi Deputy CM Manish Sisodia) କହିଛନ୍ତି ଯେ, ବର୍ତ୍ତମାନ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କ ପାଇଁ ମାଗଣା ବସ୍ ସେବା (Free Bus Service) ଆରମ୍ଭ କରିବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି । ସିସୋଦିଆ ଆହୁରି କହିଛନ୍ତି ଯେ, ଶ୍ରମିକମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, ତେଣୁ ଏହି ସୁବିଧା ଉପଲବ୍ଧ କରାଗଲା । ସିସୋଦିଆ ବିଜେପି (BJP) କୁ ଟାର୍ଗେଟ କରି କହିଛି ଯେ, ଯେତେବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ (Delhi CM Arvind Kejriwal) ଶ୍ରମିକଙ୍କ ସର୍ବନିମ୍ନ ଆୟ ୧୫ ହଜାର କରିଥିଲେ । ତା’ପରେ ବିଜେପିକୁ ବହୁତ ଅସୁବିଧା ହୋଇଥିଲା । ଏହି କାରଣରୁ ବିଜେପି କୋର୍ଟରେ ପହଞ୍ଚିଥିଲା ଓ କହିଥିଲା ଏହା ଦ୍ୱାରା ଶ୍ରମିକଙ୍କ ମୁଣ୍ଡ ଖରାପ ହେବ ।


ସୂଚନାଯୋଗ୍ୟ, ଏହି ସୁବିଧା କେବଳ ସେହି ଲୋକମାନଙ୍କ ପାଇଁ ଯେଉଁମାନେ ନିର୍ମାଣ ସ୍ଥଳରେ କାମ କରନ୍ତି । ସରକାର ଏହି ଲୋକଙ୍କୁ ପାସ୍ ଦେବେ । ବସରେ ଏହି ପାସ୍‌ ଦେଖିବା ପରେ କଣ୍ଡକ୍ଟର ଶ୍ରମିକଙ୍କଠାରୁ ଟଙ୍କା ମାଗିବେ ନାହିଁ ।


ଏହା ବି ପଢ଼ନ୍ତୁ:-ବିଶେଷଜ୍ଞମାନେ କହିଲେ ଏପରି ଏକ ରହସ୍ୟ ଯାହା ଦ୍ୱାରା ଆପଣ ବଞ୍ଚିପାରିବେ ୧୦୦ ବର୍ଷ, ଜାଣନ୍ତୁ କିପରି...


ଏହା ବି ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ଅସ୍ତ୍ରଶସ୍ତ୍ର ପାଇଁ ଋଷ ଭାରତୀୟ କମ୍ପାନୀଗୁଡିକର ନେଉଛି ସାହାଯ୍ୟ? ରିପୋର୍ଟରେ ବଡ଼ ଖୁଲାସା


ଏଠାରେ କହି ରଖୁଛୁ ଯେ, ବିଗତ ଦିନରେ ଦିଲ୍ଲୀ ସରକାର ୨୩,୨୫୬ ନିର୍ମାଣ ଶ୍ରମିକ (Delhi Construction Workers) ଙ୍କୁ ୫-୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଗତ ବର୍ଷ ପ୍ରଦୂଷଣ ଯୋଗୁଁ ନିର୍ମାଣ କାର୍ଯ୍ୟ ଉପରେ ପ୍ରତିବନ୍ଧକ କାରଣରୁ ପ୍ରଭାବିତ ଶ୍ରମିକମାନଙ୍କୁ ରିଲିଫ ଯୋଗାଇବା ପାଇଁ କେଜ୍ରିୱାଲ ସରକାର (Kejriwal Government) ସହାୟତା ରାଶି ପ୍ରକାଶ କରିଛନ୍ତି । ଏପର୍ଯ୍ୟନ୍ତ ସରକାର ବିଭିନ୍ନ ଶ୍ରମିକଙ୍କୁ ଆର୍ଥିକ ସହାୟତା ପାଇଁ ବିଭିନ୍ନ ପର୍ଯ୍ୟାୟରେ ୩୫୦ କୋଟି ଟଙ୍କା ପଠାଇଛନ୍ତି । ଅଧିକାରୀଙ୍କ କହିବାନୁସାରେ, ବିଲଡିଂ ଓ କନଷ୍ଟ୍ରକ୍ସନ୍ ୱାର୍କର୍ସ ୱେଲଫେୟାର ବୋର୍ଡରେ ପଞ୍ଜିକୃତ ହୋଇଥିବା ୪.୯୨ ଲକ୍ଷ ଶ୍ରମିକଙ୍କୁ ଟଙ୍କା ପଠାଯାଇଛି । କିଛି କର୍ମଚାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଡକ୍ୟୁମେଣ୍ଟ ଅଭାବ ଯୋଗୁଁ ସେମାନେ ଟଙ୍କା ପାଇ ନାହାଁନ୍ତି ।