କୋରୋନା ପୀଡିତ ପରିବାରକୁ ଆର୍ଥିକ ସହାୟତା, କେନ୍ଦ୍ର ଆରମ୍ଭ କଲା ଏହି ଯୋଜନା
କୋଭିଡ-୧୯ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଯୋଜନା କେବଳ ରାଜଧାନୀ ଦିଲ୍ଲୀ (Delhi) ପାଇଁ ଲାଗୁ ହୋଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୋରୋନା (Coronavirus) ମହାମାରୀ କାରଣରୁ ପରିବାରର ରୋଜଗାର କରୁଥିବା ସଦସ୍ୟଙ୍କ ମୃତ୍ୟୁ ଘଟଣାରେ ପରିବାରର ବଞ୍ଚିଥିବା ସଦସ୍ୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା।
ନୂଆଦିଲ୍ଲୀ: କୋରୋନା କାରଣରୁ ଅନାଥ ପିଲା କିମ୍ବା ପୀଡିତଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଭାରତ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଅନିଲ ବାଇଜଲ କୋଭିଡ-୧୯ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଯୋଜନାକୁ ଅନୁମୋଦନ କରି ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ପୀଡିତଙ୍କ ପରିବାରକୁ ଶୀଘ୍ର ଏବଂ ସହଜରେ ଆର୍ଥିକ ସହାୟତା ଯୋଗାଇଦେବାକୁ କୁହାଯାଇଛି।
କୋଭିଡ-୧୯ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ସହାୟତା ଯୋଜନା କେବଳ ରାଜଧାନୀ ଦିଲ୍ଲୀ (Delhi) ପାଇଁ ଲାଗୁ ହୋଇଛି। ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି କୋରୋନା (Coronavirus) ମହାମାରୀ କାରଣରୁ ପରିବାରର ରୋଜଗାର କରୁଥିବା ସଦସ୍ୟଙ୍କ ମୃତ୍ୟୁ ଘଟଣାରେ ପରିବାରର ବଞ୍ଚିଥିବା ସଦସ୍ୟଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା। କେବଳ ଏତିକି ନୁହେଁ, ସରକାର କୋରୋନାରେ ଅନାଥ ହୋଇଥିବା ପିଲାମାନଙ୍କର ଶିକ୍ଷା ଏବଂ ସ୍ୱାସ୍ଥ୍ୟର ସମ୍ପୂର୍ଣ୍ଣ ଯତ୍ନ ନେବେ।
Also Read: ଅନାଥ ପିଲାଙ୍କ ପାଇଁ ନବୀନଙ୍କ 'ଆଶୀର୍ବାଦ'
ଏହା ବ୍ୟତୀତ ପରିବାରର ସଦସ୍ୟଙ୍କୁ ନାଗରିକ ପ୍ରତିରକ୍ଷା ସ୍ବେଚ୍ଛାସେବୀ ଭାବରେ ମନୋନୀତ କରିବାକୁ ମଧ୍ୟ ସରକାର ବିଚାର କରୁଛନ୍ତି। ଏହି ଯୋଜନା ଅଧୀନରେ - ପ୍ରତ୍ୟେକ ମୃତକଙ୍କ ପରିବାରକୁ, ୫୦,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ। ତେବେ ଏହି ସହାୟତା ରାଶି ପାଇବା ପାଇଁ ଯୋଗ୍ୟତା ନିୟମ ମଧ୍ୟ ଜାରି କରାଯାଇଛି। ଏହି ନିୟମ ଅନୁଯାୟୀ...
# ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲେ ସ୍ତ୍ରୀଙ୍କୁ ଆଜୀବନ ମାସକୁ ୨୫୦୦ ଟଙ୍କା ଦିଆଯିବ।
# ସ୍ତ୍ରୀଙ୍କ ମୃତ୍ୟୁ ହେଲେ ସ୍ୱାମୀଙ୍କୁ ଆଜୀବନ ମାସକୁ ୨୫୦୦ ଟଙ୍କା ଦିଆଯିବ।
# ଯଦି ସିଙ୍ଗଲ ପ୍ୟାରେଣ୍ଟଙ୍କ ମୃତ୍ୟୁ ଘଟେ, ତେବେ ନିର୍ଭରଶୀଳ ପିଲାଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ ମାସିକ ୨୫୦୦ ଟଙ୍କା ଦିଆଯିବ।
# ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲେ, ଯେଉଁଥିରେ କୋଭିଡ କାରଣରୁ ଜଣଙ୍କର ମୃତ୍ୟୁ ହୋଇଛି, ଏପରି ପରିସ୍ଥିତିରେ ମାଆ କିମ୍ବା ବାପା କିମ୍ବା ପରିବାରରେ ପିଲା ଥିଲେ, କୌଣସି ଜଣଙ୍କୁ ମାସିକ ୨୫୦୦ ଟଙ୍କା ଦିଆଯିବ।
# କୋଭିଡରେ ଜଣେ ଅବିବାହିତ ରୋଜଗାରିଆ ପୁଅ କିମ୍ବା ଝିଅର ମୃତ୍ୟୁ ହୋଇଥିଲେ ପିତା କିମ୍ବା ମାତାଙ୍କୁ ଆଜୀବନ ୨୫୦୦ ଟଙ୍କା ଦିଆଯିବ।
# କୋଭିଡ କାରଣରୁ ଭାଇ / ଭଉଣୀଙ୍କ ମୃତ୍ୟୁରେ ଯଦି ନିର୍ଭରଶୀଳ ଭାଇ କିମ୍ବା ଭଉଣୀ ଶାରୀରିକ କିମ୍ବା ମାନସିକ ସ୍ତରରେ ଅକ୍ଷମ ହୁଅନ୍ତି ତେବେ ସେମାନଙ୍କୁ ଆଜୀବନ ୨୫୦୦ ଟଙ୍କା ଦିଆଯିବ।