ନୂଆଦିଲ୍ଲୀ: କୋରୋନା ସଙ୍କଟ ସମୟରେ ସମଗ୍ର ଦେଶରେ ଡାକ୍ତର ଏବଂ ପାରା ମେଡିକାଲ୍ କର୍ମଚାରୀଙ୍କୁ ସଂକ୍ରମଣରୁ ସୁରକ୍ଷା ଏବଂ ଦରମା ପ୍ରଦାନ ପ୍ରସଙ୍ଗରେ ସୁପ୍ରିମ କୋର୍ଟ ଆଜି ଶୁଣାଣି କରିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ମନୋଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଡାକ୍ତର ଏବଂ ପାରାମେଡ଼ିକାଲ କର୍ମଚାରୀମାନେ କହିଛନ୍ତି ଯେ ସେବ କରିବା ସମୟରେ ସେମାନେ ଯେତେ ଦିନ କ୍ୟାଣ୍ଟିନରେ ରହିବାକୁ ପଡୁଥିଲା, ସେ ଦିନର ଦରମା କଟାଯାଇଛି।


COMMERCIAL BREAK
SCROLL TO CONTINUE READING

ତେବେ ଏହି କଟାଯାଇଥିବା ଦରମାକୁ ଖୁବଶୀଘ୍ର ଦେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶନାମା ସତ୍ତ୍ୱେ ଦିଲ୍ଲୀ, ମହାରାଷ୍ଟ୍ର, ପଞ୍ଜାବ, ତ୍ରିପୁରା, କର୍ଣ୍ଣାଟକରେ କୋରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଡାକ୍ତର ଏବଂ ସ୍ୱାସ୍ଥ୍ୟ ସେବା କର୍ମଚାରୀ ନିୟମିତ ବେତନ ପାଉନାହାଁନ୍ତି। ସମସ୍ତ ଡାକ୍ତରଙ୍କୁ ୧୦ ଅଗଷ୍ଟ ସୁଦ୍ଧା ଦରମା ପ୍ରଦାନ କରାଯିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।