ନୂଆଦିଲ୍ଲୀ: ଦେଶ ଓ ବିଶ୍ୱରେ କୋରୋନା ଭାଇରସର ଦ୍ୱିତୀୟ ଲହରର ଖବର ଓ ଲକଡାଉନକୁ ପୁରା ବର୍ଷେ ହୋଇଯିବା ପରେ ଏକ ପୁରୁଣା ପ୍ରଶ୍ନ ପୁଣି ଥରେ ଛିଡ଼ା ହୋଇଛି । ପୁରା ବିଶ୍ୱବ୍ୟାପି ଚାଲିଥିବା କୋରୋନା ଟିକାକରଣ ପ୍ରକୃତରେ କେତେଦିନ ଧରି କାମ କରିବ । ଯେହେତୁ ଏବେ ଜଣାପଡ଼ିଛି ଯେ, କୋରୋନା ମ୍ୟୁଟେସନ ଓ କୋରୋନାର ନୂଆ ଷ୍ଟ୍ରେନ ଉପରେ ଏହି ଟିକା କେତେ ପ୍ରଭାବଶାଳୀ । ସେପଟେ କିଛି ବୈଜ୍ଞାନିକଙ୍କ ଅଧ୍ୟୟନ ଏହା କହୁଛି ଯେ, ଆଗାମୀ କେତେ ବର୍ଷ ପର୍ଯ୍ୟନ୍ତ ମଧ୍ୟ କୋରୋନା ଭାଇରସ ପ୍ରକୋପ ରହିବ । ଏହି ଚିନ୍ତା କାରଣରୁ ମାହମାରୀ କୁ ବୁଝିବା ପାଇଁ କିଛି (Epidemiologists) ଓ (Virologists) ଏକ ସର୍ଭେରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟର ଖୁଲାସା କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ମେଡିକାଲ ସାଇନ୍ସ (Medical Science) ବିଶେଷଜ୍ଞଙ୍କ ଅଧ୍ୟୟନରେ ଏହା ପ୍ରକାଶ ପାଇଛି ଯେ, କୋରୋନା ଭୂତାଣୁ ମୁକାବିଲା କରିବାକୁ ଏକ ବର୍ଷରୁ କମ୍ ସମୟ ବାକି ଅଛି । ଯେତେବେଳେ ବିଶ୍ୱକୁ ଏକ ନୂତନ କୋରୋନା ଟିକା ଆବଶ୍ୟକତା ହେବ । ବୈଜ୍ଞାନିକମାନେ ବିଶ୍ୱାସ କରନ୍ତି ଯେ, ପ୍ରଥମ ପିଢୀର କୋରୋନା ଟିକା ପ୍ରାୟ ଏକ ବର୍ଷରୁ କମ୍ ପ୍ରଭାବଶାଳୀ ହୋଇପାରେ । ସେଥିପାଇଁ କୋଭିଡ -19 ର ଏହି ପର୍ଯ୍ୟାୟକୁ ବନ୍ଦ କରିବା ପାଇଁ ଦ୍ରୁତଗତିରେ କୋରୋନା ଟିକାକରଣ (Corona Vaccination) କରିବାକୁ ଅପିଲ କରିଛନ୍ତି ।


Also Read: ଭାରତରେ ଲଞ୍ଚ ହେଲା Poco X3 Pro, ଚର୍ଚ୍ଚାରେ ମୋବାଇଲର Features


ବୈଜ୍ଞାନିକଙ୍କ କହିବାନୁସାରେ, ଭବିଷ୍ୟତରେ ଏହି କୋରୋନ ଭୂତାଣୁଙ୍କର ପରିବର୍ତ୍ତନ ଅଧିକ ବିପଜ୍ଜନକ ହୋଇପାରେ ଏବଂ ପରେ ପ୍ରଥମ ପିଢୀର କୋରୋନା ଟିକା ସେତେ ପ୍ରଭାବଶାଳୀ ହୋଇପାରେ ନାହିଁ । ତେଣୁ ଏକବର୍ଷ ପୂର୍ବରୁ ଏକ ନୂତନ କୋରୋନା ଟିକା (Corona Vaccine)  ପ୍ରସ୍ତୁତ କରିବାର ଆବଶ୍ୟକତା ସେ ପ୍ରକାଶ କରିଛନ୍ତି। ବୈଜ୍ଞାନିକମାନଙ୍କ ମତ ଯେ,ଚାଇନାର ଉହାନରୁ ଉତ୍ପତି ହୋଇଥିବା କୋରୋନାର ପ୍ରଥମ ଷ୍ଟ୍ରେନ୍ (Corona New Strain) ଭବିଷ୍ୟତରେ ଲୋକଙ୍କୁ ଆହୁରି ସଂକ୍ରମିତ କରିପାରେ।


Also Read: Ram Setu ସେଟରୁ ସାମ୍ନାକୁ ଆସିଲା Akshay Kumarଙ୍କ ଫାଷ୍ଟଲୁକ୍


ଏହି ସର୍ଭେ ପିପୁଲ୍ସ ଭ୍ୟାକସିନ ଆଲାଏନ୍ସ (People’s Vaccine Alliance) କରିଥିଲା ଯେଉଁଥିରେ ଏମନେଷ୍ଟି ଇଣ୍ଟରନ୍ୟାସନାଲ,  ୟୁଏନଏଡସ୍ ବା UNAIDS ଓ Oxfam ଭଳି ସଂଗଠନ ମଧ୍ୟ ଜଡ଼ିତ ଥିଲେ । ଏହି ସଂଗଠନର ଅନୁସନ୍ଧାନରେ ଜଡ଼ିତ ଦୁଇ-ତୃତୀୟାଂଶ ଲୋକ କହିଛନ୍ତି ଯେ, ଟୀକାକରଣର ପ୍ରଭାବ କେବଳ ଗୋଟିଏ ବର୍ଷ ପାଇଁ ପ୍ରଭାବଶାଳୀ ହେବ । ଏଥି ସହିତ, ଏକ ତୃତୀୟାଂଶ ଲୋକଙ୍କ ମତ ଯେ ଏକ ନୂତନ ଟିକା ଆଣିବାକୁ ବିଶ୍ୱରେ ୯ ମାସରୁ କମ୍ ସମୟ ବାକି ଅଛି। ଏହି ଅଧ୍ୟୟନରେ ୨୮ ଟି ଦେଶର ୭୭ ବଡ଼ ବୈଜ୍ଞାନିକ ମାନେ ଅଂଶଗ୍ରହଣ କରିଥିଲେ।