ମସ୍କୋ: Coronavirus in Russia: ଋଷରେ କୋରୋନା ଭୂତାଣୁ ମୃତ୍ୟୁର ତାଣ୍ଡବ କରୁଛି । ଦେଶରେ ଲଗାତର କୋରୋନା ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ବୁଧବାର ଋଷ (Russia) ରେ ୧୦୨୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । କୋରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) କର୍ମଚାରୀଙ୍କ ପାଇଁ ଏକ ସପ୍ତାହର ପେଡ୍ ଲିଭ୍ ଅର୍ଥାତ ଦରମା ସହ ଛୁଟି ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ, ସେ ଲୋକଙ୍କୁ ଦାୟିତ୍ୱବାନ ହୋଇ ଟିକା ଲଗାଇବା ପାଇଁ ଅପିଲ କରିଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅକ୍ଟୋବର ୩୦ରୁ ସାରା ଦେଶରେ ଏକ ସପ୍ତାହ ଦରମା ସହ ଛୁଟି (Non Working Week) ଘୋଷଣା କରିବାକୁ ସରକାରଙ୍କ ଯୋଜନାକୁ ପୁଟିନ (Vladimir Putin) ମଞ୍ଜୁରୀ ଦେଇଛନ୍ତି । ପୁଟିନ କହିଛନ୍ତି, ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଜୀବନ ଓ ସ୍ୱାସ୍ଥ୍ୟର ସୁରକ୍ଷା କରିବା ।


ଋଷରେ ଚିହ୍ନଟ ହେଲା ନୂଆ ଭାରିଆଣ୍ଟ


ଋଷ (Russia) ରେ କୋରୋନା ସଂକ୍ରମଣ (COVID-19) ର ନୂଆ ମାମଲାରେ ଡେଲଟା ଭାରିଆଣ୍ଟ (Delta variant) ର ଏକ ନୂତନ ସବ୍-ଭାରିଆଣ୍ଟ୍ (new sub-variant) ଦେଖିବାକୁ ମିଳିଛି । ଏହା କୁହାଯାଉଛି ଯେ କୋରୋନାର ଡେଲ୍ଟା ଭାରିଆଣ୍ଟ ଅପେକ୍ଷା ଏହି ନୂତନ ସବ୍-ଭାରିଆଣ୍ଟ ଅଧିକ ସଂକ୍ରାମକ ଅଟେ । ଅନୁସନ୍ଧାନକାରୀଙ୍କ ଏକ ଦଳ ସେମାନଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଯେ କୋରୋନା ଭୂତାଣୁର AY.4.2 ସବ୍-ଭାରିଆଣ୍ଟ ମୂଳ ଡେଲ୍ଟା ଅପେକ୍ଷା ପ୍ରାୟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ହୋଇପାରେ ।


ଡେଲଟା ଅପେକ୍ଷା ଅଧିକ ସଂକ୍ରାମକ 


ଋଷ (Russian) ର ଗବେଷକ କାମିଲ ଖାଫିଜୋଭ ଦାବି କରିଛନ୍ତି ଯେ ଏହି AY.4.2 ସବ୍-ଭାରିଆଣ୍ଟ ଯୋଗୁଁ ଋଷରେ ପ୍ରତିଦିନ ନୂତନ ସଂକ୍ରମଣ ମାମଲା ଆସିବା ସହ ସଂକ୍ରମିତଙ୍କ ମୃତ୍ୟୁ ହେଉଛି । ସେ କହିଛନ୍ତି ଯେ କୋରୋନା ଭୂତାଣୁ ଟିକା ଏହି ଭାରିଆଣ୍ଟ ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇପାରେ । ଏହା ଏତେ ଭିନ୍ନ ନୁହେଁ ଯେ ଏହା ଆଣ୍ଟିବଡି ବାନ୍ଧିବା କ୍ଷମତାକୁ ବଦଳାଇପାରେ ।


ଇଂଲଣ୍ଡରେ ସାମ୍ନାକୁ ଆସିଛି AY.4.2 ସବ୍-ଭାରିଆଣ୍ଟ


ଏହା କୁହାଯାଉଛି ଯେ ବିଗତ ଦିନରେ ବ୍ରିଟେନରେ କୋରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି । ଅକ୍ଟୋବର ୧୫ରେ ପ୍ରକାଶିତ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ରିପୋର୍ଟରେ ଦର୍ଶାଯାଇଛି ଯେ ଇଂଲଣ୍ଡରେ କୋରୋନା ସଂକ୍ରମଣର ଦ୍ରୁତ ବୃଦ୍ଧି ପାଇଁ AY.4.2 ସବଭାରିଆଣ୍ଟ ଦାୟୀ । ଯେଉଁଥିପାଇଁ ସେପ୍ଟେମ୍ବର ୨୭ ପରେ ୬ ପ୍ରତିଶତର ବୃଦ୍ଧି ଦେଖିବାକୁ ମିଳିଛି ।


ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଏହା ବି ପଢ଼ନ୍ତୁ:-ଆଜି ସକାଳ ୧୦ଟାରେ ଦେଶକୁ ସମ୍ବୋଧନ କରିବେ ପିଏମ ମୋଦି, PMO ଦେଲା ସୂଚନା


ଏହା ବି ପଢ଼ନ୍ତୁ:-ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ


ଏହା ବି ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା


ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ