ଜଗଦୀଶ୍ ବାରିକ୍, ଲକ୍ଷ୍ନୌ: କୋରୋନା ଭାଇରସ୍ (Coronavirus) ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅନେକ ରାଜ୍ୟ ଲକଡାଉନ୍ ଭଳି ପ୍ରତିବନ୍ଧକ ଲଗାଇଛନ୍ତି ଓ ଅଧିକାଂଶ ଲୋକ ନିଜ ଘରେ କଏଦ ହୋଇ ରହିଛନ୍ତି । କିନ୍ତୁ ଏହା ମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ାର ମାମଲା କ୍ରମାଗତ ଭାବେ ବୃଦ୍ଧି ପାଇଛି । ଉତ୍ତର ପ୍ରଦେଶରେ ମଧ୍ୟ ସମାନ ଘଟଣା ଘଟିଛି ଯେଉଁଠାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପାଞ୍ଚ ଗୁଣ ବୃଦ୍ଧି ପାଇଛି । ଏହାର ଖୁଲାସା BHU ର ମନୋବିଜ୍ଞାନୀଙ୍କ ଅନଲାଇନ୍ କାଉନସେଲିଂରେ (Psychological Online Counseling) ହୋଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଏହି ଔଷଧର ଓଭର ଡୋଜ ଯୋଗୁଁ ହୋଇପାରେ ବ୍ଲାକ ଫଙ୍ଗସ୍? ଏହାକୁ ନେଉନାହାଁନ୍ତି ତ ଆପଣ


ପ୍ରତିଦିନ ୯୫ ରୁ ୧୦୦ ମାମଲା ଆସୁଛି


ବିଏଚୟୁ ସାଇକୋଲୋଜିଷ୍ଟଙ୍କ ଅନଲାଇନ୍ କାଉନସେଲିଂରୁ ମିଳିଥିବା ତଥ୍ୟ ଅନୁଯାୟୀ, ସାଧାରଣ ଦିନରେ ସପ୍ତାହରେ ୧୮ ରୁ ୨୦ ଟି ମାମଲା ରିପୋର୍ଟ ହୋଇଥିଲା । ବର୍ତ୍ତମାନ ଏହି ସଂଖ୍ୟା ୯୫ ରୁ ୧୦୦ କୁ ବୃଦ୍ଧି ପାଇଛି । ମନୋବିଜ୍ଞାନୀଙ୍କ ସାତ ଜଣିଆ ଟିମ୍ ଅନୁଯାୟୀ, ଛୋଟ ଛୋଟ ବିଷୟ ଯାହା ପୂର୍ବରୁ ସ୍ୱାମୀ-ସ୍ତ୍ରୀ ଦୃଷ୍ଟି ଦେଉନ ଥିଲେ, ତାହାକୁ ନେଇ ଏବେ ବିବାଦ ସୃଷ୍ଟି ହେଉଛି ।


ଛୋଟ ଛୋଟ କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଛି


ଲାଇଭ ହିନ୍ଦୁସ୍ତାନର ରିପୋର୍ଟ ଅନୁଯାୟୀ, ସ୍ୱାମୀ-ସ୍ତ୍ରୀ ଝଗଡ଼ା ପଛରେ ସବୁଠାରୁ ବଡ କାରଣ ଘରୋଇ କାମରେ ସାହାଯ୍ୟ ନ କରିବା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ପିଲାମାନଙ୍କର ଯତ୍ନ ନନେବା ବ୍ୟତୀତ ଅଧିକାଂଶ ସମୟ ସୋସିଆଲ ମିଡିଆ କିମ୍ବା ମୋବାଇଲରେ ନିୟୋଜିତ ହେବା, ଖାଦ୍ୟ ସାମଗ୍ରୀର ଅତ୍ୟଧିକ ଅର୍ଡର ଓ ମଦ୍ୟପାନ କରିବା ମଧ୍ୟ କାରଣ ହୋଇଛି ।


ଅଧିକ ପଢ଼ନ୍ତୁ:-IPL ର କୋଭିଡ୍ ଏକ୍ସପେରିଏନ୍ସ ସେୟାର କରିବା ସମୟରେ ଧକେଇ କାନ୍ଦିଲେ Tim Seifert, Video ଭାଇରାଲ୍


ଲକ୍ଷ୍ନୌରେ ଅଧିକାଂଶ ଝଗଡ଼ା ମାମଲା ରୁଜୁ ହୋଇଛି


ଅନଲାଇନ୍ କାଉନସେଲିଂ ତଥ୍ୟ ଅନୁଯାୟୀ, ଗତ ଦୁଇ ମାସ ମଧ୍ୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମୋଟ ୮୦୮ ଟି ଝଗଡ଼ା ମାମଲା ରୁଜୁ ହୋଇଛି, ସେଥିମଧ୍ୟରୁ ୧୫ ପ୍ରତିଶତ ମାମଲା ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ଆସିଛି । ଏହା ବ୍ୟତୀତ ୧୩ ପ୍ରତିଶତ ମାମଲା କାନପୁର, ୧୧ ପ୍ରତିଶତ ମେରଠ, ୧୦ ପ୍ରତିଶତ ବରେଲି, ୯ ପ୍ରତିଶତ ଆଗ୍ରା, ସାତ ପ୍ରତିଶତ ବନାରସ ଓ ଗୋରଖପୁର, ପାଞ୍ଚ ପ୍ରତିଶତ ପ୍ରୟାଗରାଜ, ଚାରି ପ୍ରତିଶତ ମୋରାଦାବାଦରୁ ଆସିଛି । ଏହା ବ୍ୟତୀତ ୧୯ ପ୍ରତିଶତ ମାମଲା ରାଜ୍ୟର ଅନ୍ୟ ଜିଲ୍ଲାମାନଙ୍କରୁ ଆସିଛି । ୨ ମାସ ମଧ୍ୟରେ ଲକ୍ଷ୍ନୌରୁ ୧୧୯, କାନପୁରରୁ ୧୦୪, ମେରୁଟରୁ ୮୭, ବରେଲିରୁ ୭୯, ଆଗ୍ରା ଠାରୁ ୭୩, ବେନାରସରୁ ୫୭, ଗୋରାଖପୁରରୁ ୫୬, ପ୍ରୟାଗରାଜରୁ ୪୧ ଓ ମୋରାଦାବାଦରୁ ୩୩ ଟି ମାମଲା ରୁଜୁ ହୋଇଛି ।


କାହିଁକି ଝଗଡ଼ା ମାମଲା ବଢୁଛି?


ବିଏଚୟୁ ସାଇକୋଲୋଜିଷ୍ଟ ଡକ୍ଟର ଲକ୍ଷ୍ମଣ ଯାଦବ କୁହନ୍ତି, 'ସ୍ୱାମୀ-ସ୍ତ୍ରୀ ଝଗଡା ବୃଦ୍ଧି ହେବାର ଅନାବଶ୍ୟକ ଚାପ ହିଁ ଏକମାତ୍ର କାରଣ । କୋରୋନା ସହିତ ଜଡିତ ନକାରାତ୍ମକ ଖବର ଯୋଗୁଁ ଯାହା ବିଭିନ୍ନ ମାଧ୍ୟମରୁ ପ୍ରାପ୍ତ ହୁଏ, ଏହାକୁ ନେଇ ଲୋକଙ୍କ ହୃଦୟରେ ଓ ମନରେ ଅନାବଶ୍ୟକ ଟେନସନ ବୃଦ୍ଧି ପାଉଛି । ଏହି କାରଣରୁ ଲୋକଙ୍କ ମଧ୍ୟରେ ବିରକ୍ତିକରତା, ଚିଡଚିଡ଼ା ଓ ନର୍ଭସେସ୍ ବୃଦ୍ଧି ପାଉଛି । ଏହାର ଫଳାଫଳ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ବଢା଼ଉଥିବା ଦ୍ୱନ୍ଦ୍ୱ ଆକାରରେ ଦେଖାଯାଏ ।


ଅଧିକ ପଢ଼ନ୍ତୁ:-ଆସନ୍ତାକାଲିଠୁ ବନ୍ଦ ହୋଇଯିବ ଟ୍ୱିଟର ଓ ଫେସବୁକ୍? ଆଜି ଶେଷ ହେଉଛି ସରକାରଙ୍କ ଡେଡ଼ଲାଇନ


ଗତ ବର୍ଷ ଘରୋଇ ହିଂସା ମାମଲା ମଧ୍ୟ ବୃଦ୍ଧି ପାଇଥିଲା


୨୦୨୦ ମସିହାରେ, ଦେଶବ୍ୟାପୀ ଲକଡାଉନ (Lockdown) ସମୟରେ ପାରିବାରିକ ପରିବେଶ ଖରାପ ହେବାର ଖବର ଆସିଥିଲା ଓ ଘରେ ବାରମ୍ବାର ରହିବା କାରଣରୁ ପତି-ପତ୍ନୀଙ୍କ ମଧ୍ୟରେ ଝଗଡା ବୃଦ୍ଧି ପାଇଥିଲା । ଏପ୍ରିଲ୍ ୨୦୨୦ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଜାତୀୟ ମହିଳା ଆୟୋଗକୁ (National Women's Commission) ୧୧  ଦିନ ମଧ୍ୟରେ ଦେଶର ବିଭିନ୍ନ ହେଲ୍ପଲାଇନରେ ଘରୋଇ ହିଂସା ସହ ୯୨ ହଜାର ଅଭିଯୋଗ ଆସିଛି ।