ନୂଆଦିଲ୍ଲୀ: Coronavirus in India: ଭାରତରେ କୋରୋନା ମାମଲାରେ ପୁଣି ବୃଦ୍ଧି ରେକର୍ଡ କରାଯାଇଛି ।  ଗତକାଲି ୫ ମାସ ପରେ ଦେଶରେ କୋରୋନାର ସବୁଠାରୁ କମ୍ ମମଲା ଚିହ୍ନଟ ହୋଇଥିଲା । ବୁଧବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫ ହଜାର ୧୭୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୪୦ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭,୧୬୯ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଦିନକରେ ୨୪୩୧ ସଂକ୍ରମିତ ମାମଲା ହ୍ରାସ ଘଟିଛି । 


COMMERCIAL BREAK
SCROLL TO CONTINUE READING

ଦେଶରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ପ୍ରତିଦିନ କେରଳରୁ ଆସୁଛି । ମଙ୍ଗଳବାର କେରଳରେ ୨୧,୬୧୩ ନୂଆ କୋରୋନା ମାମଲା ଆସିବା ପରେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୩୭ ଲକ୍ଷ ୩ ହଜାର ୫୭୮ ଜଣ ଲୋକ ସଂକ୍ରମିତ ହୋଇଥିବା ନିଶ୍ଚିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସଂକ୍ରମଣ ହେତୁ ୧୨୭ ଜଣଙ୍କର ମୃତ୍ୟୁ ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ସଂକ୍ରମଣ ହେତୁ ମୋଟ ୧୮,୮୭୦ ଲୋକଙ୍କର ମୃତ୍ୟୁ ହୋଇଛି । 


ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୨୨ ଲକ୍ଷ ୮୫ ହଜାର ୮୫୭ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୧୪ ଲକ୍ଷ ୮୫ ହଜାର ୯୨୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୩ ଲକ୍ଷ ୬୭ ହଜାର ୪୧୫ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୩୨ ହଜାର ୫୧୯ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଅଧିକ ପଢ଼ନ୍ତୁ:-ତାଲିବାନର ବଡ଼ ପ୍ରତିଶୃତି, ଭାରତ ପାଇଁ ଆଶ୍ୱସ୍ତି ତ ପାକିସ୍ତାନ ପାଇଁ ଜୋରଦାର ଝଟକା


ଅଧିକ ପଢ଼ନ୍ତୁ:-ଅଗଷ୍ଟରେ ଦ୍ୱିତୀୟ ଥର ପାଇଁ ଆସିଯାଇଛି ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍


ଅଧିକ ପଢ଼ନ୍ତୁ:-ତାଲିବାନର ବର୍ତ୍ତମାନର ନେତୃତ୍ୱ ବିଷୟରେ ଜାଣନ୍ତୁ, କାହା ପାଖରେ ରହିଛି କେଉଁ ଦାୟିତ୍ୱ...


ଅଧିକ ପଢ଼ନ୍ତୁ:-ଡିଜେଲ ମୂଲ୍ୟରେ ବଡ଼ ପରିବର୍ତ୍ତନ କଲେ ତୈଳ କମ୍ପାନୀ, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ଆଜି ପେଟ୍ରୋଲ ରେଟ୍


ଅଧିକ ପଢ଼ନ୍ତୁ:-ପୁରୁଷମାନେ ପ୍ରତିଦିନ ଏତେ ସଂଖ୍ୟକ ଖାଆନ୍ତୁ କାଜୁ ବାଦାମ, ଯୌନ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବରଦାନ!


ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ଅଗଷ୍ଟ ୧୭ ପର୍ଯ୍ୟନ୍ତ ସାରା ଦେଶରେ ୫୬ କୋଟି ୬ ଲକ୍ଷ ୫୨ ହଜାର କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୫ ଲକ୍ଷ ୫ ହଜାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୯ କୋଟି ୮୪ ଲକ୍ଷ ୨୭ ହଜାର ୦୮୩ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୭ ଲକ୍ଷ ୯୭ ହଜାର ୫୫୯ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।


ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୧୫ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦଶମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।