ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ
Coronavirus in India: ଏହାପୂର୍ବରୁ ସୋମବାର ଗୋଟିଏ ଦିନରେ ୧,୬୧,୭୩୬ ନୂଆ ମାମଲା ଚିହ୍ନଟ ହୋଇଥିଲା । ଗତ ବର୍ଷ ଅକ୍ଟୋବର ୨ରେ ୧,୦୬୯ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ନୂଆଦିଲ୍ଲୀ: Coronavirus in India: ସାରା ଦେଶରେ କୋରୋନା (Coronavirus) ସଂକ୍ରମିତଙ୍କ ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବର୍ତ୍ତମାନ ନୂତନ ସଂକ୍ରମଣର ସଂଖ୍ୟା ଦିନକୁ ପ୍ରାୟ ଦୁଇ ଲକ୍ଷରେ ପହଞ୍ଚିଛି । ଏଥି ସହିତ ଚଳିତ ବର୍ଷ ପ୍ରଥମ ଥର ପାଇଁ କୋରୋନା (COVID-19) ଯୋଗୁଁ ମୃତ୍ୟୁ ସଂଖ୍ୟା ୧ ହଜାରେ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧,୮୪,୩୭୨ ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହାସହ ୧,୦୨୭ ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଭଲ ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୨,୩୩୯ ସଂକ୍ରମିତ ସୁସ୍ଥ ମଧ୍ୟ ହୋଇଛନ୍ତି । ଏହାପୂର୍ବରୁ ସୋମବାର ଗୋଟିଏ ଦିନରେ ୧,୬୧,୭୩୬ ନୂଆ ମାମଲା ଚିହ୍ନଟ ହୋଇଥିଲା । ଗତ ବର୍ଷ ଅକ୍ଟୋବର ୨ରେ ୧,୦୬୯ ସଂକ୍ରମିତ ଲୋକଙ୍କର ମୃତ୍ୟୁ ହୋଇଥିଲା ।
ଅଧିକ ପଢ଼ନ୍ତୁ:-ଏହି ୪ଟି କାରଣରୁ ଭାରତରେ ତିନି ଗୁଣ ବଢ଼ିଛି କୋରୋନା ସଂକ୍ରମଣ, ସୁସ୍ଥ ହୋଇଥିବା ଲୋକଙ୍କୁ ପୁଣିଥରେ ସଂକ୍ରମିତ ହେବାର ଭୟ
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୩୮ ଲକ୍ଷ ୭୩ ହଜାର ୮୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧ କୋଟି ୨୩ ଲକ୍ଷ ୩୬ ହଜାର ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ସେହିପରି ଦେଶରେ ବର୍ତ୍ତମାନ ସମୟରେ
ମୋଟ ୧୩ ଲକ୍ଷ ୬୫ ହଜାର ୭୦୪ ସକ୍ରିୟ ମାମଲା ରହିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୧ ଲକ୍ଷ ୭୨ ହଜାର ୮୫ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ୧୧ କୋଟି ୧୧ ଲକ୍ଷ ୭୯ ହଜାର ୫୭୮ କୋରୋନା ଟିକାର ଡୋଜ ଲଗାଯାଇଛି ।
ଅଧିକ ପଢ଼ନ୍ତୁ:-ଇଣ୍ଡେନ,ଭାରତ ଏବଂ HP ଗ୍ୟାସର ଉପଭୋକ୍ତାଙ୍କ ପାଇଁ ଖୁସି ଖବର!
ଦେଶରେ ବର୍ତ୍ତମାନ ସମୟରେ କୋରୋନା ଯୋଗୁଁ ମୃତ୍ୟୁ ହାର ୧.୨୫ ପ୍ରତିଶତ ଥିବାବେଳେ ସୁସ୍ଥ ହାର ପ୍ରାୟ ୮୯ ପ୍ରତିଶତ ରହିଛି । ଚିନ୍ତାର ବିଷୟ ଏହା ଯେ, ସକ୍ରିୟ ମାମଲା ୯ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି ।
ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା
ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ କୋରୋନା ଭୂତାଣୁ ସଂକ୍ରମଣର ୬୦,୨୧୨ ନୂତନ ମାମଲା ଚିହ୍ନଟ ହୋଇଛି । ଏହାସହ ୨୮୧ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥି ସହିତ ପରିସ୍ଥିତିକୁ ଅନୁଧ୍ୟାନ କରି ରାଜ୍ୟ ସରକାର ଏପ୍ରିଲ ୧୪ରୁ ରାତି ୮ଟାରୁ ୧୫ଦିନ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଛନ୍ତି । ନୂତନ ମାମଲା ଆସିବା ସହିତ ରାଜ୍ୟରେ ଏପର୍ଯ୍ୟନ୍ତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩୫,୧୯,୨୮କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ମହାମାରୀ ଯୋଗୁଁ ମୋଟ ୫୮,୫୨୬ ଜଣଙ୍କର ମୃତ୍ୟୁ ଘଟିଛି ।