ଦେଶରେ କୋରୋନାର ତାଣ୍ଡବ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ପୁଣି ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ
Coronavirus in India: ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ କୋଟି ୩୭ ଲକ୍ଷ ୩ ହଜାର ୬୬୫ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି ।
ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ତାଣ୍ଡବ (Coronavirus) କମ୍ ହେବାର ନାଁ ନେଉନାହିଁ । କୋରୋନା ସଂକ୍ରମଣ (COVID-19 Infection) ହେତୁ ପ୍ରତିଦିନ ଚାରି ହଜାରରୁ ଅଧିକ ଲୋକ ମୃତ୍ୟୁ ବରଣ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୨ ଲକ୍ଷ ୫୮ ହଜାରରୁ ଅଧିକ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୨,୭୨୭ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୪,୧୨୦ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ଆଶ୍ୱସ୍ତିକର ଖବର ଏହା ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୫୨,୧୮୧ ସଂକ୍ରମିତ ଏହି ମହାମାରୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ମଙ୍ଗଳବାର ଦିନ ୩,୪୮,୪୨୧ ନୂଆ ମାମଲା ସାମ୍ନାକୁ ଆସିଥିଲା ।
ଅଧିକ ପଢ଼ନ୍ତୁ:-LIC ର ୨୯ କୋଟି ପଲିସି ଧାରକଙ୍କୁ ମିଳିଲା ଏହି ବଡ଼ ସୁବିଧା
ସେପଟେ ସାରା ଦେଶରେ ମେ ୧୨ ପର୍ଯ୍ୟନ୍ତ ୧୭ କୋଟି ୭୨ ଲକ୍ଷ ୧୪ ହଜାର ୨୫୬ କୋରୋନା ଟିକାର ଡୋଜ ଲାଗିସାରିଛି । ଗତକାଲି ୧୮ ଲକ୍ଷ ୯୪ ହଜାର ୯୯୧ କୋରୋନା ଟିକାର ଡୋଜ୍ ଲାଗିଥିଲା । ଅନ୍ୟପକ୍ଷେ ଏପର୍ଯ୍ୟନ୍ତ ଦେଶରେ ୩୧ କୋଟି କୋରୋନା ପରୀକ୍ଷା କରାଯାଇଛି । ଗତକାଲି ଦେଶରେ ୧୮.୬୪ ଲକ୍ଷ କୋରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭ ହାର ୧୯ ପ୍ରତିଶତରୁ ଅଧିକ ରହିଛି ।
ଅଧିକ ପଢ଼ନ୍ତୁ:-ହିମନ୍ତ ବିଶ୍ୱ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆସାମରୁ ସିନ୍ଧିଆଙ୍କୁ ଦେଲା ଏହି ବାର୍ତ୍ତା
ସୂଚନାଯୋଗ୍ୟ, ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୨ କୋଟି ୩୭ ଲକ୍ଷ ୩ ହଜାର ୬୬୫ କୋରୋନା ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୧ କୋଟି ୯୭ ଲକ୍ଷ ୩୪ ହଜାର ୮୨୩ ସଂକ୍ରମିତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ମୋଟ ୩୭ ଲକ୍ଷ ୧୦ ହଜାର ୫୨୫ ସକ୍ରିୟ କୋରୋନା ମାମଲା ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୨ ଲକ୍ଷ ୫୮ ହଜାର ୩୧୭ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।
ଦେଶରେ କୋରୋନା ମୃତ୍ୟୁ ହାର ୧.୦୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୮୩ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ପ୍ରାୟ ୧୬ ପ୍ରତିଶତକୁ ବୃଦ୍ଧି ପାଇଛି । କୋରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି । ସଂକ୍ରମିତ ଲୋକଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା ଏବଂ ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।
ଅଧିକ ପଢ଼ନ୍ତୁ:-ଆହୁରି ଟେନସନ୍ ବଢ଼ାଇଲା କୋରୋନା, ସହର ତୁଳନାରେ ଗାଁରେ ମୃତ୍ୟୁ ହାର ଅଢ଼େଇ ଗୁଣ ଅଧିକ
ଆଜିଠାରୁ ଦିଲ୍ଲୀରେ ୧୮-୪୪ ବର୍ଷ ପାଇଁ କୋଭ୍ୟାକ୍ସିନ୍ ଉପଲବ୍ଧ ନାହିଁ
ଦିଲ୍ଲୀରେ ୧୮ରୁ ୪୪ ବର୍ଷ ବୟସର ଲୋକମାନେ ଆଜିଠାରୁ କୋଭ୍ୟାକ୍ସିନ ଟିକା ପାଇପାରିବେ ନାହିଁ । ବାସ୍ତବରେ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବୁଧବାର କହିଛନ୍ତି ଯେ କୋଭ୍ୟାକ୍ସିନ ନିର୍ମାତା ଭାରତ ବାୟୋଟେକ ଦିଲ୍ଲୀ ସରକାରଙ୍କୁ ଅତିରିକ୍ତ ଟିକା ଦେବା ପାଇଁ ମନା କରିଦେଇଛି ଏବଂ ଏହି କାରଣରୁ ୧୮-୪୪ ବୟସର ଲୋକଙ୍କ ଟିକାକରଣ ଅଭିଯାନ ଉପରେ ପ୍ରଭାବ ପଡିପାରେ । ଆମ୍ ଆଦମୀ ପାର୍ଟି (AAP) ନେତା ଆତିଶୀ କହିଛନ୍ତି ଯେ, ମେ ୧୧ରେ ଦିଲ୍ଲୀକୁ କୋଭିଶିଲ୍ଡ ଟିକାର ୨.୬୭ ଲକ୍ଷରୁ ଅଧିକ ଡୋଜ ମିଳିଥିଲା, କିନ୍ତୁ କୋଭ୍ୟାକ୍ସିନ ଷ୍ଟକ ସମ୍ପୂର୍ଣ୍ଣ ଭାବେ ଶେଷ ହୋଇଯାଇଛି ।
ଅଧିକ ପଢ଼ନ୍ତୁ:-ଗୋଟିଏ ପୁଅର ଅନ୍ତିମ ସଂସ୍କାର କରି ଘରେ ଫେରିଲା ପରେ ମିଳିଲା କୋରୋନା ସହ ଲଢୁଥିବା ଅନ୍ୟ ଏକ ପୁଅର ମୃତଦେହ
ମହାରାଷ୍ଟ୍ରରେ ୮୧୬ ଜଣଙ୍କର ମୃତ୍ୟୁ
ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୪୬,୭୧୮ ନୂତନ ସଂକ୍ରମିତ ମାମଲା ରିପୋର୍ଟ ହୋଇଥିଲା ଏବଂ ୮୧୬ ଜଣଙ୍କର ମୃତ୍ୟୁ ଘଟିଥିଲା । ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ବର୍ତ୍ତମାନ ୫୨,୨୬,୭୧୦କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ସଂଖ୍ୟା ୭୮,୦୦୭କୁ ବୃଦ୍ଧି ପାଇଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮,୮୦୫ ସଂକ୍ରମିତ ସୁସ୍ଥ ହେବା ପରେ ଡିସଚାର୍ଜ ହୋଇଥିଲେ, ବର୍ତ୍ତମାନ ପର୍ଯ୍ୟନ୍ତ ଆରୋଗ୍ୟ ହୋଇଥିବା ଲୋକଙ୍କ ସଂଖ୍ୟା ୪୬,୦୦,୧୯୬କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୫,୪୬,୧୨୯ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ ସଂକ୍ରମଣ ହାର ୧୭.୩୬ ପ୍ରତିଶତ ରହିଛି ।