ନୂଆଦିଲ୍ଲୀ: Coronavirus in India: କୋରୋନା ଭୂତାଣୁ (Coronavirus) ପୁଣି ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି । ଯାହା ପରେ ଦେଶରେ ଆତଙ୍କ ସୃଷ୍ଟି ହୋଇଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା (COVID-19) ମାମଲା ପୁଣି ଥରେ ସାମ୍ନାକୁ ଆସୁଛି । ସବୁଠାରୁ ଖରାପ ସ୍ଥିତି ମହାରାଷ୍ଟ୍ର (Maharashtra) ରେ ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୯ ହଜାର ୧୧୮ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଗତଥର ଗତବର୍ଷ ଅକ୍ଟୋବର ୧୨ରେ ୫୯ ହଜାରରୁ କମ୍ ମାମଲା ରେକର୍ଡ କରାଯାଇଥିଲା । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୯୮୭ ସଂକ୍ରମିତ ମଧ୍ୟ ସୁସ୍ଥ ହୋଇଛନ୍ତି । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ହୋଲି ଉପହାର! କର୍ମଚାରୀଙ୍କୁ ବିନା ସୁଧରେ ୧୦,୦୦୦ ଟଙ୍କା ଦେଉଛନ୍ତି ସରକାର


ସେପଟେ ଦେଶରେ ବର୍ତ୍ତମାନ ଯାଏ ମୋଟ ମାମଲା ୧ କୋଟି ୧୮ ଲକ୍ଷ ୪୬ ହଜାର ୬୫୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଦେଶରେ ବର୍ତ୍ତମାନ ଯାଏ ମୋଟ ୧ କୋଟି ୧୨ ଲକ୍ଷ ୬୪ ହଜାର ୬୩୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ସମୟରେ ମୋଟ ୪ ଲକ୍ଷ ୨୧ ହଜାର ୬୬ ସକ୍ରିୟ ମାମଲା ରହିଛି । ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୬୦ ହଜାର ୯୪୯ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଅନ୍ୟପକ୍ଷେ ଦେଶରେ ବର୍ତ୍ତମାନ ଯାଏ ୫ କୋଟି ୫୫ ଲକ୍ଷ ୪ ହଜାର ୪୪୦ କୋରୋନା ଟିକା (Corona Vaccine) ର ଡୋଜ ଲାଗିସାରିଛି ।


ଅଧିକ ପଢ଼ନ୍ତୁ:-ଫାଇନାଲ ଓପିନିଅନ ପୋଲ୍: ଜାଣନ୍ତୁ ବଙ୍ଗଳା, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ କିଏ ଗଢ଼ିବେ ସରକାର?


ଦେଶର ସବୁଠାରୁ ଖରାପ ଅବସ୍ଥା ମହାରାଷ୍ଟ୍ରରେ ଦେଖାଦେଇଛି । ଏଠାରୁ ୬୦ ପ୍ରତିଶତରୁ ଅଧିକ ମାମଲା ରହିଛି । ଏଥି ସହିତ ପ୍ରାୟ ୭୫ ପ୍ରତିଶତ ସକ୍ରିୟ ମାମଲା କେବଳ ତିନୋଟି ରାଜ୍ୟ ମହାରାଷ୍ଟ୍ର, ପଞ୍ଜାବ ଏବଂ କେରଳରେ ରହିଛି । କେବଳ ମହାରାଷ୍ଟ୍ରରେ ଦେଶର ମୋଟ ସକ୍ରିୟ ମାମଲାର ୬୩ ପ୍ରତିଶତ ରହିଛି । ଅନ୍ୟପଟେ ଏହା କେରଳରେ ୬.୨୨ ପ୍ରତିଶତ ଓ ପଞ୍ଜାବରେ ୫.୧୯ ପ୍ରତିଶତ ରହିଛି ।


ଅଧିକ ପଢ଼ନ୍ତୁ:-ପେନସନଭୋଗୀଙ୍କ ପାଇଁ ବଡ଼ ଖବର: ନିୟମ ବଦଳାଇଲେ ମୋଦି ସରକାର, କୋଟି କୋଟି ଲୋକଙ୍କୁ ହେବ ସିଧାସଳଖ ଲାଭ


ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫,୯୫୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୪୪୪ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୧ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ରାଜ୍ୟରେ ମୋଟ ମାମଲା ୨୬ ଲକ୍ଷ ୮୩୩କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ସମୁଦାୟ ୨୨ ଲକ୍ଷ ୮୩ ହଜାର ୩୭ ଜଣ ସଂକ୍ରମିତଙ୍କୁ ଏପର୍ଯ୍ୟନ୍ତ ଡିସଚାର୍ଜ କରାଯାଇଛି । ରାଜ୍ୟରେ ୫୩ ହଜାର ୭୯୫ ଲୋକଙ୍କର ମୃତ୍ୟୁ ହୋଇଛି । ଅନ୍ୟପଟେ ବର୍ତ୍ତମାନ ସମୟରେ ୨ ଲକ୍ଷ ୬୨ ହଜାର ୬୮୫ ଲୋକ ଚିକିତ୍ସିତ ହେଉଛନ୍ତି ।