୫ ମାସ ପରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
Advertisement
Article Detail0/zeeodisha/odisha872361

୫ ମାସ ପରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଏଥିରୁ ୧,୧୨,୩୧,୬୫୦ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଯାଏ ଦେଶରେ ୧,୬୦,୬୯୨ କୋରୋନା ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି ।

୫ ମାସ ପରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା (Coronavirus) ର ପ୍ରକୋପ ଥମିବାର ନା ନେଉନାହିଁ । ପ୍ରାୟ ସାଢ଼େ ୫ କୋଟିରୁ ଅଧିକ କୋରୋନା ଟିକା (Corona Vaccine) ଲଗାଯାଇଥିଲେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ପ୍ରତିଦିନ ରେକର୍ଡ ସଂଖ୍ୟକ କୋରୋନା (COVID-19) ମାମଲା ଚିହ୍ନଟ କରାଯାଉଛି । ବର୍ତ୍ତମାନ ପାଞ୍ଚ ମାସ (୧୫୩ ଦିନ) ପରେ ପ୍ରଥମ ଥର ପାଇଁ ୫୩ ହଜାରରୁ ଅଧିକ କୋରୋନା ମାମଲା ରେକର୍ଡ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୫୩,୪୭୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହା ସହ ୨୫୧ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ କୋରୋନାରୁ ୨୬,୪୯୦ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ  ୨୩ ଅକ୍ଟୋବର ୨୦୨୦ରେ,୫୩,୩୭୦ କୋରୋନା ମାମଲା ଚିହ୍ନଟ ହୋଇଥିଲା ।

ଅଧିକ ପଢ଼ନ୍ତୁ:-PF ଖାତାଧାରୀଙ୍କ ପାଇଁ ଖୁସି ଖବର, ଏହି ବଡ଼ ଘୋଷଣା କଲେ ମୋଦି ସରକାର

ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ କୋଟି ୧୭ ଲକ୍ଷ ୮୭ ହଜାର ୫୩୪ ସଂକ୍ରମିତ ଚିହ୍ନଟ ହୋଇସାରିଛି । ଏଥିରୁ ୧,୧୨,୩୧,୬୫୦ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଯାଏ ଦେଶରେ ୧,୬୦,୬୯୨ କୋରୋନା ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଦେଶରେ ବର୍ତ୍ତମାନ ୩,୯୫,୧୯୨ ସକ୍ରିୟ ମାମଲା ରହିଛି । ଦେଶରେ ମୋଟ ୫ କୋଟି ୩୧ ଲକ୍ଷ ୪୫ ହଜାର ୭୦୯ କୋରୋନା ଟିକାର ଡୋଜ ଲାଗିସାରିଛି ।

ଅଧିକ ପଢ଼ନ୍ତୁ:-କିଏ ଜିତିବ ପଶ୍ଚିମବଙ୍ଗ? ଟିଏମସି, ବିଜେପି ନା ବାମ-କଂଗ୍ରେସ ମେଣ୍ଟ, ଜାଣନ୍ତୁ ନିର୍ବାଚନ ପୂର୍ବରୁ କ'ଣ କହୁଛି ଏହି ତାଜା ସର୍ଭେ

ଏକ ସମୟ ଥିଲା ଯେତେବେଳେ ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା କମିବା ଆରମ୍ଭ କରିଥିଲା । ଚଳିତ ବର୍ଷ ଫେବୃଆରୀ ୧ରେ ୮,୬୩୫ ନୂତନ କୋରୋନା ମାମଲା ଚିହ୍ନଟ ହୋଇଥିଲା । ଚଳିତ ବର୍ଷ ଗୋଟିଏ ଦିନରେ କୋରୋନା ମାମଲାର ଏହି ସଂଖ୍ୟା ସର୍ବନିମ୍ନ ଅଟେ । ଗତବର୍ଷ ସେପ୍ଟେମ୍ବରରେ ସର୍ବାଧିକ ସଂଖ୍ୟକ କୋରୋନା ମାମଲା ଚିହ୍ନଟ ହେଉଥିଲା ।

ଅଧିକ ପଢ଼ନ୍ତୁ:-କୋରୋନା ନିୟନ୍ତ୍ରଣ ପାଇଁ ନୂଆ ଗାଇଡଲାଇନ୍ ଜାରି କଲା ଗୃହ ମନ୍ତ୍ରଣାଳୟ, ଜାଣନ୍ତୁ କ'ଣ ରହିଛି କଟକଣା?

ଦେଶର ଦଶଟି ଜିଲ୍ଲାରେ କୋରୋନାରେ ସର୍ବାଧିକ ସକ୍ରିୟ ମାମଲା ରହିଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ଏହି ୧୦ଟି ଜିଲ୍ଲା ହେଉଛି - ପୁଣେ, ନାଗପୁର, ମୁମ୍ବାଇ, ଥାନେ, ନାସିକ୍, ଔରଙ୍ଗାବାଦ, ବେଙ୍ଗାଲୁରୁ, ଅର୍ବନ ନନ୍ଦେଡ, ଜାଲଗାଓଁ ଏବଂ ଆକୋଲା । ମହାରାଷ୍ଟ୍ରରେ ୯ଟି ଜିଲ୍ଲା ଏବଂ କର୍ଣ୍ଣାଟକର ଗୋଟିଏ ଜିଲ୍ଲା ଯେଉଁଠାରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ମହାରାଷ୍ଟ୍ର ଓ ପଞ୍ଜାବ ପରି ଦୁଇଟି ରାଜ୍ୟରେ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହି ଦୁଇଟି ରାଜ୍ୟ ବ୍ୟତୀତ ଗୁଜୁରାଟ, ମଧ୍ୟପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ, ଛତିଶଗଡ ଏବଂ ଚଣ୍ଡିଗଡ଼ରେ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି ।