ଟିକା ପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସର ଲୋକମାନେ କିପରି କରିବେ ପଞ୍ଜିକରଣ? ଜାଣନ୍ତୁ...
ଏହି ପର୍ଯ୍ୟାୟରେ ଟିକା (Coronavirus Vaccine) ଲଗାଇବା ପାଇଁ ଲୋକଙ୍କୁ କୋଭିନ ପ୍ଲାଟଫର୍ମ କିମ୍ବା ଆରୋଗ୍ୟ ସେତୁ (Arogya Setu) ଆପକୁ ଯାଇ ଭ୍ୟାକ୍ସିନ ଲାଗି ପଞ୍ଜିକରଣ କରିବାକୁ ପଡିବ । ସିଧାସଳଖ ଡାକ୍ତରଖାନାକୁ ଯାଇ ରେଜିଷ୍ଟ୍ରେଶନ କରିହେବ ନାହିଁ ।
ନୂଆଦିଲ୍ଲୀ: Coronavirus in India: ଭାରତ ସମେତ ସାରା ବିଶ୍ୱରେ ପୁଣିଥରେ କୋରୋନା ଭୂତାଣୁ (Coronavirus) ର ପ୍ରକୋପ ଦେଖାଦେଇଛି । ଭାରତରେ ପ୍ରତିଦିନ ୩ ଲକ୍ଷରୁ ଉର୍ଦ୍ଧ୍ୱ କୋରୋନା ମାମଲା (COVID-19 Cases) ସାମ୍ନାକୁ ଆସୁଛି । ଏହାସହ ଲଗାତର ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ କୋଭିଡ-19 ଟିକାକରଣ (COVID-19 Vaccination) ଦ୍ରୁତ ଗତିରେ କରାଯାଉଛି । ଏହା ଅନ୍ତର୍ଗତ କୋରୋନା ଟିକାକରଣ (Corona Vaccination) ପାଇଁ ତୃତୀୟ ପର୍ଯ୍ୟାୟର ପଞ୍ଜିକରଣ ଏପ୍ରିଲ ୨୮ରୁ ଆରମ୍ଭ ହେବାକୁ ଯାଉଛି । ଏହି ପର୍ଯ୍ୟାୟ ପାଇଁ ୧୮ ବର୍ଷ ବା ଏହାଠାରୁ ଉର୍ଦ୍ଧ୍ୱ ବୟସର ଲୋକମାନେ ମେ ୧ରୁ ଟିକା (Vaccine) ଲଗାଇପାରିବେ ।
ଅଧିକ ପଢ଼ନ୍ତୁ:-ଅକ୍ସିଜେନ ଯୋଗାଣରେ ବାଧା ସୃଷ୍ଟି କଲେ ଫାଶିରେ ଝୁଲାଇ ଦିଆଯିବ: ଦିଲ୍ଲୀ ହାଇକୋର୍ଟ
ଏହି ପର୍ଯ୍ୟାୟରେ ଟିକା (Coronavirus Vaccine) ଲଗାଇବା ପାଇଁ ଲୋକଙ୍କୁ କୋୱିନ (Co-WIN portal) ପ୍ଲାଟଫର୍ମ କିମ୍ବା ଆରୋଗ୍ୟ ସେତୁ (Arogya Setu) ଆପକୁ ଯାଇ ଭ୍ୟାକ୍ସିନ ଲାଗି ପଞ୍ଜିକରଣ କରିବାକୁ ପଡିବ । ସିଧାସଳଖ ଡାକ୍ତରଖାନାକୁ ଯାଇ ରେଜିଷ୍ଟ୍ରେଶନ କରିହେବ ନାହିଁ । କୋୱିନ ପ୍ଲାଟଫର୍ମରେ ଏପ୍ରିଲ ୨୮ରୁ ରେଜିଷ୍ଟ୍ରାନ ଆରମ୍ଭ ହେବ ।
ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ମୋଦି ସରକାରଙ୍କ ବଡ଼ ନିଷ୍ପତ୍ତି, ଗରିବ ଲୋକଙ୍କୁ ମିଳିବ ୨ ମାସର ମାଗଣା ରାସନ
କୋରୋନା ଟିକା ଉପଲବ୍ଧତା ବୃଦ୍ଧି କରିବାକୁ ସରକାର ଭାରତ ବାୟୋଟେକ୍ (Bharat Biotech) ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (Serum Institute of India) ର ଦୁଇଟି ଟିକାକୁ ଅନୁମୋଦନ ଦେଇଥିଲେ । ଏହା ପରେ ବିଦେଶୀ ନିର୍ମିତ ସ୍ପୁଟ୍ନିକ୍ ଭି (Sputnik V) ଟିକାକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି ।