ନୂଆଦିଲ୍ଲୀ: Coronavirus in India: ଦେଶରେ ଲଗାତର କୋରୋନା (Coronavirus) ମାମଲାର ଗ୍ରାଫ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦିନକୁ ଦିନ କୋରୋନା ମାମଲାରେ ବୃଦ୍ଧି ରେକର୍ଡ କରାଯାଉଛି । ଅଢେଇ ମାସ ପରେ ଭାରତରେ ଗୋଟିଏ ଦିନରେ ୨୫ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ (Health Ministry) ର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୫,୩୧୭ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ୧୫୮ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ତେବେ ୧୬,୬୩୭ ଲୋକ ମଧ୍ୟ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାପୂର୍ବରୁ ଗତବର୍ଷ ଡିସେମ୍ବର ୧୬ରେ ୨୬,୬୨୪ କୋରୋନା ମାମଲା ଚିହ୍ନଟ ହୋଇଥିଲା । 


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଗତ ବର୍ଷ ପରି ହେବାକୁ ଲାଗିଛି ପରିସ୍ଥିତି, ଡରାଉଛି ଗତ ୨୪ ଘଣ୍ଟାର କୋରୋନା ରିପୋର୍ଟ


ସର୍ବଶେଷ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସମୁଦାୟ କୋରୋନା ମାମଲା ୧ କୋଟି ୧୩ ଲକ୍ଷ ୫୯ ହଜାର ୪୫କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୧ ଲକ୍ଷ ୫୮ ହଜାର ୬୦୪ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ସମୁଦାୟ ୧ କୋଟି ୯ ଲକ୍ଷ ୮୯ ହଜାର ୮୯୭ ଜଣ ସଂକ୍ରମିତ କୋରୋନାକୁ ମାତ୍ ଦେଇ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୨ ଲକ୍ଷ ୧୦ ହଜାର ୫୪୪କୁ ବୃଦ୍ଧି ପାଇଛି  ଅର୍ଥାତ୍ ଏତେ ସଂଖ୍ୟକ ଲୋକ ଏବେବି କୋରୋନା ସଂକ୍ରମିତ ଅଛନ୍ତି ।


ଅଧିକ ପଢ଼ନ୍ତୁ:-ଜୁଲାଇ ୧ରେ କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମିଳିବ ବର୍ଦ୍ଧିତ ଦରମା ସହ ପେନସନର ଲାଭ


ଶନିବାର ମହାରାଷ୍ଟ୍ର (maharashtra) ରେ କୋଭିଡ-19 (COVID-19) ର ୧୫,୬୦୨ ନୂଆ ମାମଲା ସହିତ ରାଜ୍ୟରେ ମୋଟ ମାମଲା ୨୨,୯୭,୭୯୩କୁ ବୃଦ୍ଧି ପାଇଛି । ମହାମାରୀ କୋରୋନା ଯୋଗୁଁ ରାଜ୍ୟରେ ଆଉ ୮୮ ଜଣଙ୍କର ମୃତ୍ୟୁ ହୋଇଥିବାର ପୃଷ୍ଟି ହୋଇଛି । ଶନିବାର ରାଜ୍ୟରେ ୭,୪୬୧ କୋରୋନା ସଂକ୍ରମିତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ମିଳିଛି । ଏହା ସହିତ ରାଜ୍ୟରେ କୋରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ୨୧,୨୫,୨୧୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ରାଜ୍ୟରେ ୧,୧୮,୫୨୫ ସକ୍ରିୟ କୋରୋନା ମାମଲା ରହିଛି ।