Advertisement
photoDetails0hindi

ଜୁଲାଇ ୧ରେ କେନ୍ଦ୍ର କର୍ମଚାରୀଙ୍କୁ ବହୁତ ବଡ଼ ଖୁସି ଖବର ଦେବେ ମୋଦି ସରକାର! ମିଳିବ ବର୍ଦ୍ଧିତ ଦରମା ସହ ପେନସନର ଲାଭ

7th Pay Commission: କୋଭିଡ-19 ସଙ୍କଟ (COVID-19 Crisis) ଯୋଗୁଁ ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାର ଜାନୁଆରୀ ୧,୨୦୨୦, 1 ଜୁଲାଇ ୧,୨୦୨୦ ଏବଂ ଜାନୁୟାରୀ ୧,୨୦୨୦ର ୩ଟି କିସ୍ତି ବନ୍ଦ କରିଦେଇଥିଲେ । ଏଥିରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

1/7

ନୂଆଦିଲ୍ଲୀ: 7th Pay Commission, 7th CPC Latest News, Central Government Employees: କେନ୍ଦ୍ର କର୍ମଚାରୀ (Central Govt Employees) ଓ ପେନସନଭୋଗୀ  (Central Govt Pensioners) ଙ୍କ ପାଇଁ ଅପେକ୍ଷାର ଅନ୍ତ ହେବାକୁ ଯାଉଛି । ଅର୍ଥ ମନ୍ତ୍ରଣାଳୟ ଘୋଷଣା କରିଛି ଯେ, ଚଳିତ ବର୍ଷ ଜୁଲାଇ ୧ରୁ କର୍ମଚାରୀଙ୍କୁ ସେମାନଙ୍କ ମହଙ୍ଗା ଭତ୍ତା (Dearness Allowance)  ମିଳିବା ଆରମ୍ଭ ହୋଇଯିବ, ଏହାସହ ୩ କିସ୍ତିର ଅଟକି ଥିବା ମହଙ୍ଗା ଭତ୍ତା (DA) ଦିଆଯିବ । 

2/7

କୋଭିଡ-19 ସଙ୍କଟ (COVID-19 Crisis) ଯୋଗୁଁ ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାର ଜାନୁଆରୀ ୧,୨୦୨୦, 1 ଜୁଲାଇ ୧,୨୦୨୦ ଏବଂ ଜାନୁୟାରୀ ୧,୨୦୨୦ର ୩ଟି କିସ୍ତି ବନ୍ଦ କରିଦେଇଥିଲେ । ଏଥିରେ ପ୍ରାୟ ୫୦ ଲକ୍ଷ କେନ୍ଦ୍ର କର୍ମଚାରୀ ଓ ୬୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ କୋରୋନାର ପ୍ରକୋପ, ଚଳିତ ବର୍ଷ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ

3/7

ଅର୍ଥ ରାଜ୍ୟ ମନ୍ତ୍ରୀ ଅନୁରାଗ ଠାକୁର (Minister of State for Finance Anurag Thakur) ସଂସଦରେ କହିଛନ୍ତି ଯେ, କେନ୍ଦ୍ର କର୍ମଚାରୀ ଓ ପେନସନଭୋଗୀଙ୍କ ମହଙ୍ଗା ଭତ୍ତା (DA) ର ୩ଟି କିସ୍ତି ଚଳିତ ବର୍ଷ ଜୁଲାଇରୁ ପୁନଃ ଲାଗୁ ହୋଇଯିବ । ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଅନୁରାଗ ଠାକୁର କହିଛନ୍ତି ଯେ ଭବିଷ୍ୟତରେ ଯେତେବେଳେ ଜୁଲାଇ ୧,୨୦୨୧ ପାଇଁ ମହଙ୍ଗା ଭତ୍ତାର କିସ୍ତି ଦେବାର ନିଷ୍ପତ୍ତି ନିଆଯିବ, ଅବଶିଷ୍ଟ ତିନୋଟି କିସ୍ତି ମଧ୍ୟ ପୁନଃ ଲାଗୁ ହୋଇଯିବ ।

4/7

ଅର୍ଥ ରାଜ୍ୟ ମନ୍ତ୍ରୀ କହିଛନ୍ତି ଯେ, ସରକାର ତିନି କିସ୍ତି ମହଙ୍ଗା ଭତ୍ତା ନ ଦେଇ ପ୍ରାୟ ୩୭,୫୩୦.୦୮  କୋଟି ଟଙ୍କା ସଞ୍ଚୟ କରିଛନ୍ତି ଏବଂ ଏହା ଦ୍ୱାରା ସରକାରଙ୍କୁ କୋରୋନା ସମୟରେ ଆର୍ଥିକ ସଙ୍କଟର ମୁକାବିଲା କରିବା ସହଜ ହୋଇଛି । 

ଅଧିକ ପଢ଼ନ୍ତୁ:-ନିର୍ବାଚନ ଲଢ଼ିବା ପାଇଁ ୪ ବର୍ଷରେ କଂଗ୍ରେସର ୧୭୦ ବିଧାୟକ ବଦଳାଇଲେ ଦଳ, ଜାଣନ୍ତୁ ବିଜେପିରୁ ଯାଇଛନ୍ତି କେତେ ଜଣ?

5/7

ବାସ୍ତବରେ, କୋରୋନା ସଙ୍କଟ (Coronavirus Crisis) ଯୋଗୁଁ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ମହଙ୍ଗା ଭତ୍ତା (DA) ର ପୁରୁଣା ହାରରେ ସନ୍ତୁଷ୍ଟ ହେବାକୁ ପଡୁଛି । କର୍ମଚାରୀମାନେ ୨୧ ପ୍ରତିଶତ ହାରରେ ମହଙ୍ଗା ଭତ୍ତା ପାଉଥିଲେ । କିନ୍ତୁ କୋରୋନା ସଙ୍କଟ କାରଣରୁ ଅର୍ଥନୈତିକ ଚାପକୁ ହ୍ରାସ କରିବା ପାଇଁ ସରକାର ପୁରୁଣା ହାର (୧୭ ପ୍ରତିଶତ) ଲାଗୁ  କରିଦେଇଛନ୍ତି ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ନିୟମ: କର୍ମଚାରୀଙ୍କୁ ପ୍ରତି ୫ ଘଣ୍ଟା ପରେ ଦେବାକୁ ପଡ଼ିବ ଅଧ ଘଣ୍ଟାର ବ୍ରେକ୍, ୧୨ ଘଣ୍ଟାର ହେବ ଚାକିରି

6/7

ସୂଚନାଯୋଗ୍ୟ, ମହଙ୍ଗା ଭତ୍ତା ବର୍ଷକୁ ଦୁଇଥର ବୃଦ୍ଧି କରାଯାଇଥାଏ, କିନ୍ତୁ କୋରୋନା ସଙ୍କଟ (Coronavirus Crisis) ଓ ଲକଡାଉନ୍ (Lockdown) ହୋଇଥିବାରୁ ସରକାରୀ କୋଷ ଉପରେ ପ୍ରତିକୂଳ ପ୍ରଭାବ ପଡ଼ିଛି । ଯାହାକୁ ଦୃଷ୍ଟିରେ ରଖି ଏହା ଉପରେ ଦେଢ଼ ବର୍ଷ ଯାଏ ରୋକ ଲଗାଯାଇଛି ।

ଅଧିକ ପଢ଼ନ୍ତୁ:-ଗତ ବର୍ଷ ପରି ହେବାକୁ ଲାଗିଛି ପରିସ୍ଥିତି, ଡରାଉଛି ଗତ ୨୪ ଘଣ୍ଟାର କୋରୋନା ରିପୋର୍ଟ

7/7

ସପ୍ତମ ବେତନ କମିଶନ ନୂତନ ପେ ମ୍ୟାଟ୍ରିକ୍ସ ( Pay Matrix) ଘୋଷଣା କରିଛି । ପେ ମ୍ୟାଟ୍ରିକ୍ସ ସହିତ କେନ୍ଦ୍ର କର୍ମଚାରୀମାନେ କ୍ୟାରିୟର ଆରମ୍ଭରେ ସମଗ୍ର କ୍ୟାରିୟର ସମୟରେ ଅଭିବୃଦ୍ଧିର ଆକଳନ କରିବାକୁ ସମର୍ଥ ହେବେ । ସିଭିଲ୍ କର୍ମଚାରୀ, ପ୍ରତିରକ୍ଷା ବାହିନୀ ଏବଂ ସାମରିକ ନର୍ସିଂ ସେବା (MNS) ପାଇଁ ପୃଥକ ପେ ମ୍ୟାଟ୍ରିକ୍ସ ( Pay Matrix) ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଏହି ଆଧାରରେ କର୍ମଚାରୀଙ୍କ ଦରମା ବୃଦ୍ଧି କରାଯିବ ।