ନୂଆଦିଲ୍ଲୀ: Coronavirus in India: ଭାରତରେ ଲଗାତର କୋରୋନା ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି । ଯାହା ଟିନ୍ତାର ବିଷୟର ପାଲଟିଛି । ଗୁରୁବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୮ ହଜାର ୮୧୯ ନୂତନ କୋରୋନା ମାମଲା (Coronavirus Case) ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ସଂକ୍ରମିତଙ୍କର ମୃତ୍ୟୁ ମାମଲା (COVID-19 Deaths) ସାମ୍ନାକୁ ଆସିଛି । ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩,୮୨୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗୋଟିଏ ଦିନରେ ଦେଶରେ ୪,୯୫୩ ସକ୍ରିୟ ମାମଲାରେ ବୃଦ୍ଧି ଘଟିଛି । ଗତକାଲି କୋରୋନାର ୧୪,୫୦୬ ମାମଲା ଚିହ୍ନଟ ହୋଇଥିବାବେଳେ ଏହି ଭୂତାଣୁ ଯୋଗୁଁ ୩୦ ଜଣଙ୍କର ମୃତ୍ୟୁ ଘଟିଥିଲା ।


COMMERCIAL BREAK
SCROLL TO CONTINUE READING

ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪ କୋଟି ୩୩ ଲକ୍ଷ ୫୨ ହଜାର ୧୬୪ ସଂକ୍ରମିତ ମାମଲା ଚିହ୍ନଟ ହୋଇସାରିଛି । ସେହିପରି ଦେଶରେ ମୋଟ ୪ କୋଟି ୨୮ ଲକ୍ଷ ୨୨ ହଜାର ୪୯୩ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୧ ଲକ୍ଷ ୪ ହଜାର ୫୫୫ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୫ ଲକ୍ଷ ୨୫ ହଜାର ୧୧୬ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।


ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଜୁନ ୨୩ ପର୍ଯ୍ୟନ୍ତ ସାରା ଦେଶରେ ୧୯୭ କୋଟି ୬୧ ଲକ୍ଷ ୯୧ ହଜାର ୫୫୪ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪ ଲକ୍ଷ ୧୭ ହଜାର ୨୧୭ କୋରୋନା ଟିକାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ୮୬ କୋଟି ୨୩ ଲକ୍ଷ ୭୫ ହଜାର ୪୮୯ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୫୨ ହଜାର ୪୩୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୪.୧୬ ପ୍ରତିଶତ ରହିଛି । 


ଏହା ବି ପଢ଼ନ୍ତୁ:-'ମୁଁ ସମୁଦ୍ର, ନିଶ୍ଚୟ ଫେରି ଆସିବି...' ଉଦ୍ଧବ ସରକାରଙ୍କ ପତନ ପରେ ଭାଇରାଲ ହେଉଛି ଫଡନାଭିସଙ୍କ ପୁରୁଣା ଟ୍ୱିଟ


ଏହା ବି ପଢ଼ନ୍ତୁ:-ଉଦୟପୁର ହତ୍ୟା ମାମଲାରେ PAK ଲିଙ୍କ୍ ଉପରେ ପାକିସ୍ତାନରୁ ଆସିଲା ବୟାନ, ଜାଣନ୍ତୁ କ'ଣ କହିଲା


ଏହା ବି ପଢ଼ନ୍ତୁ:-ଫ୍ଲୋର ଟେଷ୍ଟରେ ଯଦି ୧୬ ବିଧାୟକ ନ ଦିଅନ୍ତି ଭୋଟ ତ କାହାକୁ ମିଳିବ ସଂଖ୍ୟାଗରିଷ୍ଠତା, ଜାଣନ୍ତୁ ଏଠାରେ...


ଉଲ୍ଲେଖନୀୟ ବିଷୟ ହେଉଛି, ୭ ଅଗଷ୍ଟ ୨୦୨୦ରେ ଦେଶରେ କୋରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ, ୨୩ ଅଗଷ୍ଟ ୨୦୨୦ରେ ୩୦ ଲକ୍ଷ ଏବଂ ୫ ସେପ୍ଟେମ୍ବର ୨୦୨୦ରେ ୪୦ ଲକ୍ଷରୁ ଅଧିକ ହୋଇଯାଇଥିଲା । ସଂକ୍ରମଣର ମୋଟ ମାମଲା ୧୬ ସେପ୍ଟେମ୍ବର ୨୦୨୦ରେ ୫୦ ଲକ୍ଷ, ୨୮ ସେପ୍ଟେମ୍ବର ୨୦୨୦ରେ ୬୦ ଲକ୍ଷ, ୧୧ ଅକ୍ଟୋବର ୨୦୨୦ରେ ୭୦ ଲକ୍ଷ, ୨୯ ଅକ୍ଟୋବର ୨୦୨୦ରେ ୮୦ ଲକ୍ଷ ଏବଂ ୨୦ ନଭେମ୍ବର ୨୦୨୦ରେ ୯୦ ଲକ୍ଷ ଅତିକ୍ରମ କରିଥିଲା ।


ଦେଶରେ ୧୯ ଡିସେମ୍ବର ୨୦୨୦ରେ ଏହି ମାମଲା ୧ କୋଟି ଅତିକ୍ରମ କରିଥିଲା । ଗତ ବର୍ଷ ମେ ୪ରେ ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ଅତିକ୍ରମ କରିଥିଲା ଓ ୨୩ ଜୁନ ୨୦୨୧ରେ ଏହା ୩ କୋଟି ପାର କରିଥିଲା । ଚଳିତ ବର୍ଷ ଜାନୁଆରୀ ୨୬ରେ ଏହି ମାମଲା ୪ କୋଟି ଅତିକ୍ରମ କରିଥିଲା ।