ନୂଆଦିଲ୍ଲୀ: Coronavirus in India: ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହରର ପ୍ରକୋପ ଜାରି ରହିଛି । ଲଗାତର ପ୍ରତିଦିନ ଦେଶରେ ୪୦ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସୁଛି । ଗୁରୁବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସର୍ବଶେଷ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୨ ହଜାର ୯୮୨ ନୂତନ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୩୩ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ସେପଟେ ଆଶ୍ୱସ୍ତିକର ଖବର ଏହା ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୧,୭୨୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଗତକାଲି ୭୨୩ ସଂକ୍ରମିତ ମାମଲା ବଢ଼ିଯାଇଛି ।  


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଟୋକିଓ ଅଲମ୍ପିକ୍ସରୁ ଆସିଲା ଆଉ ଏକ ଖୁସି ଖବର, ଜର୍ମାନୀକୁ ମାତ୍ ଦେଇ ଭାରତ ଜିତିଲା ବ୍ରୋଞ୍ଜ ପଦକ


ଗତ ୨୪ ଘଣ୍ଟା ମଧ୍ୟରେ କେରଳରେ ୨୨,୪୧୪ ନୂଆ ମାମଲା ରିପୋର୍ଟ ହୋଇଛି । ଏହା ପରେ ସଂକ୍ରମିତଙ୍କ ସଂଖ୍ୟା ୩୪ ଲକ୍ଷ ୭୧ ହଜାର ୫୬୩କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ସଂକ୍ରମଣ ହେତୁ ୧୦୮ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୧୭,୨୧୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସମୁଦାୟ ୩୨ ଲକ୍ଷ ୭୭ ହଜାର ୭୮୮ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି । ଏହି ସମୟରେ ୧,୭୬,୦୪୮ ରୋଗୀ ଚିକିତ୍ସିତ ହେଉଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧,୯୭,୦୯୨ ନମୁନା ପରୀକ୍ଷା କରିବା ପରେ ସଂକ୍ରମଣ ହାର ୧୧.୩୭ ପ୍ରତିଶତ ରେକର୍ଡ କରାଯାଇଛି ।


ସେପଟେ ଦେଶରେ ବର୍ତ୍ତମାନ ସୁଦ୍ଧା ମୋଟ ୩ କୋଟି ୧୮ ଲକ୍ଷ ୧୨ ହଜାର   ୧୧୪ କୋରୋନା ମାମଲା ଚିହ୍ନଟ ହୋଇସାରିଛି । ସେଥି ମଧ୍ୟରୁ ମୋଟ ୩ କୋଟି ୯ ଲକ୍ଷ ୭୪ ହଜାର ୭୪୮ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ ସମୟରେ ଦେଶରେ ମୋଟ ୪ ଲକ୍ଷ ୧୧ ହଜାର ୭୬ କୋରୋନାର ସକ୍ରିୟ ମାମଲା ରହିଛି । ସେହିପରି ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୨୬ ହଜାର ୨୯୦ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 


ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍ ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍


ଦେଶରେ ଆଜି ମଧ୍ୟ କୋରୋନାର ନୂଆ ମାମଲା ଅପେକ୍ଷା ସୁସ୍ଥ ସଂଖ୍ୟାରେ ହ୍ରାସ ଦେଖାଦେଇଛି । ଅଗଷ୍ଟ ୪ ପର୍ଯ୍ୟନ୍ତ ସାରା ଦେଶରେ ୪୮ କୋଟି ୯୩ ଲକ୍ଷ ୪୨ ହଜାର ୨୯୫ କୋରୋନା ଟିକାର ଡୋଜ ଲଗାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭ ଲକ୍ଷ ୫୫ ହଜାର ଡୋଜ୍ ଲଗାଯାଇଛି । ଏଥି ସହିତ ଏପର୍ଯ୍ୟନ୍ତ ଦେଶରେ ପ୍ରାୟ ୪୭ କୋଟି ୪୮ ଲକ୍ଷ ୯୩ ହଜାର ୩୬୩ କୋରୋନା ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଲକ୍ଷ ୬୪ ହଜାର ୦୩୦ କୋରୋନା ନମୁନା ପରୀକ୍ଷା କରାଯାଇଛି । ଯାହାର ପଜିଟିଭିଟି ରେଟ୍ ୩ ପ୍ରତିଶତର କମ୍ ରହିଛି ।


ଦେଶରେ କୋରୋନାରୁ ମୃତ୍ୟୁ ହାର ୧.୩୪ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୭ ପ୍ରତିଶତରୁ ଅଧିକ ରହିଛି । ସକ୍ରିୟ ମାମଲା ୧.୨୯ ପ୍ରତିଶତ ରହିଛି । କୋରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ଆମେରିକା, ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ।


ଅଧିକ ପଢ଼ନ୍ତୁ:-ଅସୁସ୍ଥ ହୋଇପଡ଼ିଛନ୍ତି କିମ ଜୋଙ୍ଗ! ମୁଣ୍ଡରେ ଲାଗିଛି ବ୍ୟାଣ୍ଡେଜ୍