ଅସୁସ୍ଥ ହୋଇପଡ଼ିଛନ୍ତି କିମ ଜୋଙ୍ଗ! ମୁଣ୍ଡରେ ଲାଗିଛି ବ୍ୟାଣ୍ଡେଜ୍
Advertisement
Article Detail0/zeeodisha/odisha957671

ଅସୁସ୍ଥ ହୋଇପଡ଼ିଛନ୍ତି କିମ ଜୋଙ୍ଗ! ମୁଣ୍ଡରେ ଲାଗିଛି ବ୍ୟାଣ୍ଡେଜ୍

କିମ୍ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚା ରହନ୍ତି । ଏହାପୂର୍ବରୁ ୨୦୧୪ରେ କିମ ଛଅ ସପ୍ତାହ ଧରି ଜନସାଧାରଣଙ୍କ ନଜରରରୁ ଦୂରେଇ ଥିଲେ ଏବଂ କିଛି ଦିନ ପରେ ବାଡି ସାହାଯ୍ୟରେ ବୁଲୁଥିବାର ଦେଖାଯାଇଥିଲା । ସେହି ସମୟରେ କଳ୍ପନାଜଳ୍ପନା ମଧ୍ୟ ହୋଇଥିଲା ଯେ ସେ ହୁଏତ ଗୁଟ୍ ବାଇରେ ପୀଡିତ ଥିଲେ ।

ଅସୁସ୍ଥ ହୋଇପଡ଼ିଛନ୍ତି କିମ ଜୋଙ୍ଗ! ମୁଣ୍ଡରେ ଲାଗିଛି ବ୍ୟାଣ୍ଡେଜ୍

ନୂଆଦିଲ୍ଲୀ: Kim Jong Un ill: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ଉନ (Kim Jong Un) ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଏଥର ଚର୍ଚ୍ଚାର କାରଣ ହେଉଛି ତାଙ୍କ ମୁଣ୍ଡର ପଛ ଭାଗରେ ଲାଗିଥିବା ମେଡିକାଲ୍ ବ୍ୟାଣ୍ଡେଜ୍ । କୋରିଆ ପିପୁଲ୍ସ ଆର୍ମି ଇଭେଣ୍ଟରେ ଏହି ବ୍ୟାଣ୍ଡେଜ୍ ଦେଖିବାକୁ ମିଳିଥିଲା ​। ଏହି କାର୍ଯ୍ୟକ୍ରମ ଜୁଲାଇ ୨୪ରୁ ୨୭ ପର୍ଯ୍ୟନ୍ତ ହୋଇଥିଲା । କିମ୍ ଏଥିରେ ସାମିଲ ହୋଇଥିଲେ । ଏହି ବ୍ୟାଣ୍ଡେଜ୍ ଯୋଗୁଁ କିମଙ୍କ ସ୍ୱାସ୍ଥ୍ୟକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି ।

କୋରିଆର ଷ୍ଟେଟ ମିଡିଆର ଫଟୋରେ କିମଙ୍କ ମୁଣ୍ଡରେ ଡାକ ଷ୍ଟାମ୍ପ ଆକାରର ବ୍ୟାଣ୍ଡେଜ୍ ଦେଖାଯାଇଥିଲା । ଏହା ବ୍ୟତୀତ ଜୁଲାଇର ଶେଷ ଦିନରେ ଘଟିଥିବା ଅନ୍ୟ ଏକ ଘଟଣାର ଚିତ୍ର ମଧ୍ୟ ସାମ୍ନାକୁ ଆସିଛି । ଏଥିରେ ବ୍ୟାଣ୍ଡେଜ୍ ବଦଳରେ ଏକ ଗାଢ଼ ସବୁଜ ଦାଗ ଦେଖାଯାଇଥିଲା । ଏହି ଫଟୋଗୁଡ଼ିକ NK ନ୍ୟୁଜ୍ ସାଇଟରୁ ସାମ୍ନାକୁ ଆସିଛି ।

ଅଧିକ ପଢ଼ନ୍ତୁ:-ପୁରୁଷଙ୍କୁ ରାତିରେ କରିବା ଉଚିତ୍ ନୁହେଁ ଏହି କାମ, ନଚେତ୍ ହେବ ଅନେକ କ୍ଷତି

ସହାନୁଭୂତି ପାଇବାକୁ ଚେଷ୍ଟା କରୁଛନ୍ତି କି କିମ୍?

କୋରିଆରେ କିମଙ୍କ ସ୍ୱାସ୍ଥ୍ୟକୁ ପ୍ରାୟତଃ ଗୁପ୍ତ ରଖାଯାଇଥାଏ । ଏହା ପ୍ରଥମ ଥର ନୁହେଁ କିମ ଜୋଙ୍ଗ ଉନଙ୍କ ଆଘାତ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଜନସାଧାରଣଙ୍କ ନିକଟକୁ ଆସିଛି । ଯଦିଓ କିମ୍ ସେଠାରେ ଥିବା ଗଣମାଧ୍ୟମ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିଛନ୍ତି, କିମଙ୍କର କିଛି ଫଟୋ ଏହା ପୂର୍ବରୁ ମଧ୍ୟ ଜୁନ୍ ମାସରେ ସାମ୍ନାକୁ ଆସିଥିଲା । ଏଥିରେ କିମ ବହୁତ ପତଳା ଦେଖାଯାଉଥିଲେ । ଉତ୍ତର କୋରିଆର ଗଣମାଧ୍ୟମ ଦଶନ୍ଧି ଧରି ପ୍ରଚାର ପ୍ରସାର କରିଆସୁଛି ଯେ ସର୍ବୋଚ୍ଚ ନେତା ଜନସାଧାରଣଙ୍କ ମଙ୍ଗଳ ପାଇଁ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ଦିଅନ୍ତି ନାହିଁ । ଏହି ଫଟୋଗୁଡ଼ିକ ମଧ୍ୟ ତା'ର ଏକ ଅଂଶ ବୋଲି ମନେ କରାଯାଉଛି ।

ଅଧିକ ପଢ଼ନ୍ତୁ:-ଟେନସନ୍ ବଢ଼ାଉଛି କୋରୋନା: ପୁଣି ଦିନକରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ୫ ଶହରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ

ଦକ୍ଷିଣ କୋରିଆର ଏଜେନ୍ସିର ଦାବି ଭିନ୍ନ

କିମଙ୍କ ହେୟାର ଷ୍ଟାଇଲ ହେତୁ ମୁଣ୍ଡର ପଛ ଭାଗରେ ଥିବା ଦାଗ ସହଜରେ ଦେଖାଯାଏ । ଏହି ଫଟୋଗୁଡ଼ିକ ମାଧ୍ୟମରେ ଉତ୍ତର କୋରିଆ ବିଦେଶୀ ଗୁପ୍ତଚର ଏଜେନ୍ସିମାନଙ୍କୁ କିମଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛି । କୋରିଆର ୟୋନହାପ ନ୍ୟୁଜ୍ ଏଜେନ୍ସି ମଙ୍ଗଳବାର କହିଛି ଯେ ଦକ୍ଷିଣ କୋରିଆର ନ୍ୟାସନାଲ ଇଣ୍ଟେଲିଜେନ୍ସ ସର୍ଭିସ ବିଶ୍ୱାସ କରେ ଯେ କିମଙ୍କ ସ୍ୱାସ୍ଥ୍ୟରେ କିଛି ଅସ୍ୱାଭାବିକ ସଙ୍କେତ ମିଳି ନାହିଁ।

ପୂର୍ବେ ଏପରି ଦାଗ ଦେଖାଯାଇନଥିଲା

ଏନକେ ନ୍ୟୁଜ୍ କହିଛି ଯେ କିମ ଜୁଲାଇ ୧୧ରେ ସଂଗୀତଜ୍ଞଙ୍କ ଏକ କନ୍ସର୍ଟରେ ଯୋଗ ଦେଇଥିଲେ ଏବଂ ଷ୍ଟେଟ ମିଡିଆ ଦ୍ୱାରା ପ୍ରକାଶିତ ଫଟୋରେ କିମଙ୍କ ମୁଣ୍ଡର ପିଠିରେ କୌଣସି ଚିହ୍ନ ଦେଖାଯାଇ ନଥିଲା । ଏହା ପରେ କିମ ସମୁଦ୍ର କୂଳରେ ଥିବା ମହଲରେ ସମୟ କଟାଇଲେ । ଗତ ବର୍ଷ ୨୦୨୦ରେ ଦୀର୍ଘ ଦିନ ଧରି ନିଖୋଜ ରହିବା ପରେ କିମ୍ ଏକ ସାର କାରଖାନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେହି ସମୟରେ ତାଙ୍କ ହାତରେ ଚିହ୍ନ ରହିଥିଲା । ତାଙ୍କ ହାତ ଅସ୍ତ୍ରୋପଚାର କରିଥିବା ଅନୁମାନ କରାଯାଉଥିଲା ।

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ବାଡ଼ି ସାହାଯ୍ୟରେ ବୁଲୁଥିବାର ଦେଖାଯାଇଥିଲା 

କିମ୍ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରାୟତଃ ଚର୍ଚ୍ଚା ରହନ୍ତି । ଏହାପୂର୍ବରୁ ୨୦୧୪ରେ କିମ ଛଅ ସପ୍ତାହ ଧରି ଜନସାଧାରଣଙ୍କ ନଜରରରୁ ଦୂରେଇ ଥିଲେ ଏବଂ କିଛି ଦିନ ପରେ ବାଡି ସାହାଯ୍ୟରେ ବୁଲୁଥିବାର ଦେଖାଯାଇଥିଲା । ସେହି ସମୟରେ କଳ୍ପନାଜଳ୍ପନା ମଧ୍ୟ ହୋଇଥିଲା ଯେ ସେ ହୁଏତ ଗୁଟ୍ ବାଇରେ ପୀଡିତ ଥିଲେ ।